ଭୁବନେଶ୍ବର: କଟକ ସାଂସଦ ଭର୍ତ୍ତୃହରି ମହତାବ ଅସୁସ୍ଥ । ଚିକିତ୍ସା ପାଇଁ ମେଡିକାଲେର ଭର୍ତ୍ତି ହୋଇଛନ୍ତି ସାଂସଦ ଭର୍ତ୍ତୃହରି ।
ଭର୍ତ୍ତୃହରି ମହତାବଙ୍କ ଅସୁସ୍ଥତା ଖବର ପାଇବା ପରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ତାଙ୍କ ପୁଅଙ୍କୁ ଫୋନ କରି ସ୍ବାସ୍ଥ୍ୟବସ୍ଥା ପଚାରି ବୁଝିଛନ୍ତି । ଏହାସହ ଭର୍ତ୍ତୃହରିଙ୍କ ଆଶୁଆରୋଗ୍ୟ ଓ ଉତ୍ତମ ସ୍ବାସ୍ଥ୍ୟ କାମନା କରିଛନ୍ତି ମୁଖ୍ୟମନ୍ତ୍ରୀ । ଏନେଇ ମୁଖ୍ୟମନ୍ତ୍ରୀ ଟ୍ବିଟ ଯୋଗେ ସୂଚନା ଦେଇଛନ୍ତି ।
ବର୍ତ୍ତମାନ ସଂସଦର ଶୀତକାଳୀନ ଅଧିବେଶନ ପାଇଁ ସାଂସଦ ଦିଲ୍ଲୀରେ ଥିବା ବେଳେ, ସେଠାରେ ଏକ ମେଡିକାଲରେ ଭର୍ତ୍ତି ହୋଇଛନ୍ତି । ଚଳିତ ଅଧିବେଶନରେ ଭର୍ତ୍ତୃହରି ପ୍ରତ୍ୟେକ ଦିନ ସଂସଦରେ ଉପସ୍ଥିତ ରହି ରାଜ୍ୟ ଓ ଜାତୀୟ ପ୍ରସଙ୍ଗରେ ବିଭିନ୍ନ ଆଲୋଚନାରେ ଭାଗ ନେଇ ଦଳ ଓ ନିଜର ମତ ରଖୁଥିଲେ ।
ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ