ETV Bharat / city

Cuttack Mayor Sets Example: ରାସ୍ତାରୁ ମଲା କୁକୁର ଉଠାଇଲେ ସୁବାସ ସିଂହ

author img

By

Published : Apr 22, 2022, 3:18 PM IST

ରାସ୍ତାରୁ ମଲା କୁକୁର ଉଠାଇଲେ କଟକ ମେୟର ସୁବାସ ସିଂହ । ଅଫିସ ଯାଉଥିବା ସମୟରେ କୁକୁର ମରି ପଡିଥିବାର ଦେଖିଥିଲେ । ଅଧିକ ପଢନ୍ତୁ

ରାସ୍ତାରୁ ମଲା କୁକୁର ଉଠାଇଲେ କଟକ ମେୟର ସୁବାସ ସିଂହ

କଟକ: ରାସ୍ତାରୁ ମଲା କୁକୁର ଉଠାଇଲେ କଟକ ମେୟର ସୁବାସ ସିଂହ । ଅଫିସ ଯାଉଥିବା ସମୟରେ ଫିରିଙ୍ଗ ବଜାର ଛକ ନିକଟରେ ଏକ ମଲା କୁକୁର ପଡିଥିବାର ମେୟର ଦେଖିଥିଲେ । ଏହାପରେ ସେ ନିଜର ଡ୍ରାଇଭରକୁ ଗାଡି ରଖିବାକୁ କହିଥିଲେ । ଡ୍ରାଇଭର ଗାଡି ରଖିବା ମାତ୍ରେ ସୁବାସ ଗାଡିରୁ ଓହ୍ଲାଇ ନିକଟରେ ଥିବା ଏକ ଦୋକାନରୁ ଏକ ବ୍ୟାଗ କିଣି ମଲା କୁକୁରଟିକୁ ନିଜ ଗାଡ଼ିରେ ନେଇ ଅଫିସକୁ ଯାଇଥିଲେ ।

ସେଠାରେ ମେୟର ନିଜ କର୍ମଚାରୀମାନଙ୍କ ଦ୍ବାରା ମଲା କୁକୁରଟିକୁ ପୋତିବାର ବ୍ୟବସ୍ଥା କରିଥିଲେ । ଏହି ଘଟଣାକୁ ନେଇ ୱାର୍ଡରେ କାର୍ଯ୍ୟରତ ଅଧିକାରୀଙ୍କ ଉପରେ ଅସନ୍ତୋଷ ଜାହିର କରିଛନ୍ତି ମେୟର । ଏକ ଘଣ୍ଟାରୁ ଉର୍ଦ୍ଧ୍ବ ସମୟ ଧରି ରାସ୍ତା ଉପରେ ମଲା କୁକୁର ପଡି ରହିଥିବା ବେଳେ କାର୍ଯ୍ୟରତ ଅଧିକାରୀମାନେ କାହିଁକି ଜାଣିପାରିଲେ ନାହିଁ, ସେମାନେ କାହିଁକି ସେମାନଙ୍କ ଦାୟିତ୍ବ ସଠିକ୍ ଭାବରେ କରୁନାହାନ୍ତି ବୋଲି ପ୍ରଶ୍ନ କରିଛନ୍ତି ମେୟର ସୁବାସ ସିଂହ ।

ଏନେଇ ଅଧିକାରୀଙ୍କୁ ତାଗିଦ କରାଯିବ ବୋଲି ସେ କହିଛନ୍ତି । ସମସ୍ତ ୱାର୍ଡରେ ଯେପରି ଅଧିକାରୀମାନେ ସଠିକ ଭାବରେ କାର୍ଯ୍ୟ କରିବେ ଏବଂ ସେମାନଙ୍କୁ କିପରି ଅଧିକ କ୍ରିୟାଶୀଳ କରାଯିବ ସେନେଇ ଖୁବଶୀଘ୍ର ପଦକ୍ଷେପ ଗ୍ରହଣ କରାଯିବ ବୋଲି ମେୟର କହିଛନ୍ତି । ସେହିପରି ଏହାର ଉଲ୍ଲଙ୍ଘନ କଲେ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ଚେତାବନୀ ମଧ୍ୟ ଦେଇଛନ୍ତି ।

କଟକରୁ ନାରାୟଣ ସାହୁ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.