ETV Bharat / city

ମଧୁସୂଦନ ଆଇନ ବିଶ୍ୱବିଦ୍ୟାଳୟରେ ଉତ୍ତେଜନା, ସେମିଷ୍ଟାର ଫି ବୃଦ୍ଧିକୁ ଛାତ୍ରଛାତ୍ରୀଙ୍କ ବିରୋଧ

author img

By

Published : Aug 4, 2022, 4:09 PM IST

ସେମିଷ୍ଟାର ଫି ବୃଦ୍ଧିକୁ ବିରୋଧ କରି ମଧୁସୂଦନ ଆଇନ ବିଶ୍ୱବିଦ୍ୟାଳୟରେ ଛାତ୍ର ଅସନ୍ତୋଷ । କର୍ତ୍ତୁପକ୍ଷଙ୍କ ବିରୋଧରେ ବିଶ୍ବବିଦ୍ୟାଳୟ ସମ୍ମୁଖରେ ଛାତ୍ରଛାତ୍ରୀଙ୍କ ଧାରଣା । ଅଧିକ ପଢନ୍ତୁ

ମଧୁସୂଦନ ଆଇନ ବିଶ୍ୱବିଦ୍ୟାଳୟ ସମ୍ମୁଖରେ ଛାତ୍ରଙ୍କ ଧାରଣା, ସେମିଷ୍ଟାର ଫି ବୃଦ୍ଧିକୁ ବିରୋଧ

କଟକ: ଫିସ୍‌ ବୃଦ୍ଧିକୁ ବିରୋଧ କରି ମଧୁସୂଦନ ଆଇନ ମହାବିଦ୍ୟାଳୟରେ ଗର୍ଜିଲେ ଛାତ୍ରଛାତ୍ରୀ । ସେମିଷ୍ଟାରରେ ବର୍ଦ୍ଧିତ ଫିସ୍‌ ଆଦାୟ କରି ପିଲାଙ୍କ ଟଙ୍କାରେ ବିଶ୍ୱବିଦ୍ୟାଳୟ କର୍ତ୍ତୁପକ୍ଷ ଅନ୍ୟାନ୍ୟ କାର୍ଯ୍ୟ କରୁଥିବା ଅଭିଯୋଗ କରି ଆଜି(ଗୁରୁବାର) ଛାତ୍ରଛାତ୍ରୀମାନେ ବିଶ୍ୱବିଦ୍ୟାଳୟ ସାମ୍ନାରେ ଧାରଣା ଦେଇଛନ୍ତି । କୋଭିଡ ପାଇଁ ପରିବାରର ଆର୍ଥିକ ସ୍ଥିତି ପ୍ରଭାବିତ ହୋଇଛି । ଏପରି ସ୍ଥିତିରେ କର୍ତ୍ତୁପକ୍ଷଙ୍କ ବାରମ୍ବାର ଫି ବୃଦ୍ଧି ବୋଝ ଉପରେ ନଳିତା ବିଡା ସଦୃଶ ହୋଇଥିବା ଆନ୍ଦୋଳନରତ ଛାତ୍ରଛାତ୍ରୀ କହିଛନ୍ତି ।

ତେଣୁ ଫି ବୃଦ୍ଧିକୁ ରୋକିବା ପାଇଁ ଆନ୍ଦୋଳନର ପନ୍ଥା ଆପଣେଇଥିବା କହିଛନ୍ତି ଛାତ୍ରଛାତ୍ରୀ । ଅନ୍ୟପଟେ ଛାତ୍ରଛାତ୍ରୀ ବିଶ୍ବବିଦ୍ୟାଳୟ ବାହାରେ ଆନ୍ଦୋଳନ କରିବା ପରେ କ୍ଲାସ୍ ରୁମ୍‌କୁ ପ୍ରବେଶ କରି ଅଧ୍ୟାପକ ଏବଂ ଅଧ୍ୟାପିକାମାନଙ୍କ ସହ ଆଲୋଚନା କରିଥିବା ଦେଖିବାକୁ ମିଳିଛି ।

ଦାବି ଜଣାଇବା ସମୟରେ ଛାତ୍ରଛାତ୍ରୀ ଏବଂ ଅଧ୍ୟାପଙ୍କ ମଧ୍ୟରେ ଯୁକ୍ତିତର୍କ ହୋଇଛି । ଆନ୍ଦୋଳନରତ ଛାତ୍ରଛାତ୍ରୀ କହିଛନ୍ତି, "ଯଦି ଏହି ଦିଗରେ କିଛି ଦୃଷ୍ଟାନ୍ତମୂଳକ କାର୍ଯ୍ୟାନୁଷ୍ଠାନ ନିଆନଯାଏ, ତେବେ ଆଗାମୀ ଦିନରେ ଆନ୍ଦୋଳନ ତୀବ୍ରତର ହେବ ।"

ଇଟିଭି ଭାରତ, କଟକ

For All Latest Updates

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.