ETV Bharat / city

କଟକର କାକୁଡିଆ ଗାଁ କଣ୍ଟେନମେଣ୍ଟ ଜୋନ ଘୋଷଣା

author img

By

Published : Dec 29, 2020, 7:14 AM IST

ରାଜ୍ୟକୁ ପୁଣି ଫେରିଛି କଣ୍ଟେନମେଣ୍ଟ । ଦୀର୍ଘ ଦିନର ବ୍ୟବଧାନ ପରେ କଟକରେ ପୁଣି ଲାଗୁ ହୋଇଛି କଟକଣା । କଟକର କାକୁଡିଆ ଗାଁରେ କୋରୋନା ଚିହ୍ନଟ ପରେ 72 ଘଣ୍ଟା ପାଇଁ କଣ୍ଟେନମେଣ୍ଟ ଜୋନ ଭାବେ ଘୋଷଣା କରାଯାଇଛି ।

6 ଜଣ କୋରୋନା ଆକ୍ରାନ୍ତ ଚିହ୍ନଟ ପରେ କାକୁଡିଆ ଗାଁକୁ କଣ୍ଟେନମେଣ୍ଟ ଘୋଷଣା

କଟକ : ରାଜ୍ୟରେ ପୁଣି କଣ୍ଟେନମେଣ୍ଟ ଜୋନ । ଦୀର୍ଘ ଦିନ ପରେ କଟକରେ ଲାଗୁ ହୋଇଛି କଟକଣା । ଗତି କିଛି ଦିନ ପୂର୍ବରୁ ନିଆଳି କଣ୍ଟାପଡା ଗାଁର ନୂଆସାହିକୁ କଣ୍ଟେନମେଣ୍ଟ ଜୋନ ଘୋଷଣା କରାଯାଇଥିଲା । ଏବେ ପୁଣି ନରସିଂହପୁର ବ୍ଲକ ଅନ୍ତର୍ଗତ କାକୁଡିଆ ଗାଁରେ ଲାଗୁ ହୋଇଛି କଣ୍ଟେନମେଣ୍ଟ । କାକୁଡିଆ ଗାଁରେ 6 ଜଣ କୋରୋନା ଆକ୍ରାନ୍ତ ଚିହ୍ନଟ ପରେ ଜିଲ୍ଲା ପ୍ରଶାସନ 72 ଘଣ୍ଟା ପର୍ଯ୍ୟନ୍ତ କଟକଣା ଲାଗୁ କରିଛନ୍ତି ।

ଗତ 21 ତାରିଖରେ କଟକ ଜିଲ୍ଲା ନରସିଂହପୁର ବ୍ଲକ ଅନ୍ତର୍ଗତ କାକୁଡିଆ ଗାଁରେ 5 ଜଣଙ୍କ ସମେତ 6 ଜଣ କୋଭିଡ ପଜିଟିଭ ହୋଇଥିଲେ । ଏହାକୁ ଦୃଷ୍ଟିରେ ରଖି ସେହି ଅଞ୍ଚଳକୁ 72 ଘଣ୍ଟା ପାଇଁ ସଟଡାଉନ ଘୋଷଣା କରାଯାଇଛି । ସେପଟେ ବୁଧବାର ସନ୍ଧ୍ୟା 6ଟା ପର୍ଯ୍ୟନ୍ତ ଉକ୍ତ ଅଞ୍ଚଳକୁ ଉପଜିଲ୍ଲାପାଳ କଣ୍ଟେନମେଣ୍ଟ ଜୋନ ଘୋଷଣା କରିଛନ୍ତି । ତେବେ ରବିବାର ଅଗ୍ନିଶମ ବାହିନୀ ପକ୍ଷରୁ ଗାଁକୁ ବିଶୋଧିକ କରାଯାଇଛି । କାକୁଡିଆ ଗାଁର ସମସ୍ତ ବ୍ୟକ୍ତିଙ୍କ ସ୍ବାବ ପରୀକ୍ଷା ହେବ ବୋଲି ଜିଲ୍ଲାପ୍ରଶାସନ ପକ୍ଷରୁ କୁହାଯାଇଛି ।

କଟକରୁ ନାରାୟଣ ସାହୁ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.