ETV Bharat / city

ରୋଜଗାର ଦେଲା ହର ଘର ତ୍ରିରଙ୍ଗା ଅଭିଯାନ, ଜାତୀୟ ପତାକା ତିଆରି କରି ଖୁସି ମହିଳା

author img

By

Published : Aug 14, 2022, 10:06 AM IST

ପ୍ରଧାନମନ୍ତ୍ରୀଙ୍କ ଆହ୍ବାନ କ୍ରମେ ଦେଶରେ ଆରମ୍ଭ ହୋଇଛି ହର ଘର ତ୍ରିରଙ୍ଗା (Har Ghar Tiranga) ଅଭିଯାନ । ପ୍ରଧାନମନ୍ତ୍ରୀଙ୍କ ଆହ୍ବାନକୁ ପୂରଣ କରିବା ନେଇ ଦେଶଠୁ ରାଜ୍ୟ ଓ ଜିଲ୍ଲାରେ ତ୍ରିରଙ୍ଗା ତିଆରି କାମ ଜୋରସୋରରେ ଆଗେଇଛି । ଏହି କାମରେ ନିଜକୁ ସାମିଲ କରି ରୋଜଗାରକ୍ଷମ ହୋଇପାରୁଛନ୍ତି କଟକ ହଜିଅଲ୍ଲି ପ୍ରଡ୍ୟୁସର ଗ୍ରୁପ ମହିଳା ।

ତ୍ରିରଙ୍ଗା ତିଆରି କରି ରୋଜଗାରକ୍ଷମ ହେଲେ କଟକ ହଜିଅଲ୍ଲି ପ୍ରଡ୍ୟୁସର ଗ୍ରୁପ ମହିଳା

କଟକ: ସ୍ବାଧୀନତାକୁ ୭୫ ବର୍ଷ ପୂର୍ତ୍ତି ଅବସରରେ ଦେଶରେ 'ଆଜାଦିକା ଅମୃତ ମହୋତ୍ସବ' (Azadi Ka Amrit Mahotsav) ପାଳନ କରାଯାଉଛି । ଏହି ପରିପ୍ରେକ୍ଷୀରେ ପ୍ରଧାନମନ୍ତ୍ରୀଙ୍କ ଆହ୍ବାନ କ୍ରମେ ଶନିବାର ଠାରୁ ଦେଶରେ ଆରମ୍ଭ ହୋଇଛି 'ହର ଘର ତ୍ରିରଙ୍ଗା' (Har Ghar Tiranga) ଅଭିଯାନ । ଯାହାକି ଅଗଷ୍ଟ ୧୫ ତାରିଖ ପର୍ଯ୍ୟନ୍ତ ଚାଲିବ । ତେବେ ଘରେ ଘରେ ତ୍ରିରଙ୍ଗା କାର୍ଯ୍ୟକ୍ରମ ଦେଶରେ କେବଳ ଏକତା ସୃଷ୍ଟି କରିବ ତାହା ନୁହେଁ ବରଂ ଅନେକ ମହିଳା ମାନଙ୍କ ମନରେ ହସ ଫୁଟାଇଛି ।

କୋରୋନା ପରଠାରୁ ରୋଜଗାର ହରାଇଥିବା ମହିଳାଙ୍କୁ କରାଇଛି ରୋଜଗାରକ୍ଷମ । ପ୍ରଧାନମନ୍ତ୍ରୀଙ୍କ ଆହ୍ବାନକୁ ପୂରଣ କରିବା ଦେଶଠୁ ନେଇ ରାଜ୍ୟ ଓ ଜିଲ୍ଲାରେ ତ୍ରିରଙ୍ଗା ତିଆରି କାମ ଜୋରସୋରରେ ଆଗେଇଛି । ଏହି କାମରେ ନିଜକୁ ସାମିଲ କରିଛନ୍ତି କଟକ ହଜିଅଲ୍ଲି ପ୍ରଡ୍ୟୁସର ଗ୍ରୁପ । ଏହି ଗ୍ରୁପର ମହିଳାମାନେ ପ୍ରାୟ ୬୫ ହଜାରରୁ ଅଧିକ ତ୍ରିରଙ୍ଗା ତିଆରି କରିଛନ୍ତି । ଏହାକୁ ତିଆରି କରି ଭଲ ଦିପଇସା ରୋଜଗାର କରିବା କଥା କହିଛନ୍ତି ମହିଳା ।

ଏନେଇ ହଜିଅଲ୍ଲି ପ୍ରଡ୍ୟୁସର ଗ୍ରୁପର ମହିଳାମାନେ କହିଛନ୍ତି ଯେ, "ହର ଘର ତ୍ରିରଙ୍ଗା ପାଇଁ ୬୫ ହଜାରରୁ ଅଧିକ ଅର୍ଡର ଆସିଛି । କୋରୋନା ସମୟରେ ରୋଜଗାର ହରାଇ ହାତବାନ୍ଧି ବସିଥିବା ବେଳେ ଏହି କାର୍ଯ୍ୟକ୍ରମ ରୋଜଗାର ଦେଇଛି । ଭଲ ଦିପଇସା ରୋଜଗାର କରି ବେଶ ଖୁିସି ଅଛୁ ।" ପୂର୍ବରୁ କେବଳ ଅଗଷ୍ଟ ୧୫ ଓ ଜାନୁଆରୀ ୨୬ ତାରିଖ ଅର୍ଥାତ ୨ ଦିନ ପାଇଁ ତ୍ରିରଙ୍ଗା ପ୍ରସ୍ତୁତ କରି ବିକ୍ରୟ କରାଯାଇଥାଏ । ତେବେ ଏହି ସମୟରେ ପତାକାର ଚାହିଦା ଏତେ ଅଧିକା ନଥାଏ । କିନ୍ତୁ ଘରେ ଘରେ ତ୍ରିରଙ୍ଗା କାର୍ଯ୍ୟକ୍ରମ ପାଇଁ ଜାତୀୟ ପତାକାର ଚାହିଦା ପ୍ରାୟ ଦୁଇଗୁଣିତ ହୋଇଯାଇଛି ।

ହଜିଅଲ୍ଲି ପ୍ରଡ୍ୟୁସର ଗ୍ରୁପର ମୁଖ୍ୟ ମହସିନ ମଲ୍ଲିକ କହିଛନ୍ତି ଯେ,"ମିଶନ ଶକ୍ତି ପକ୍ଷରୁ ପ୍ରାୟ ୫୦ ହଜାର ଜାତୀୟ ପତାକା ପାଇଁ ଅର୍ଡର ଆସିଥିବା ବେଳେ ଲୋକାଲ ମାର୍କେଟ ପାଇଁ ପ୍ରାୟ ୧୫ ହଜାର ଜାତୀୟ ପତାକାର ଅର୍ଡର ଆସିଛି । ଏହାବ୍ୟତୀତ ବିଭିନ୍ନ ସ୍ଥାନରୁ ପ୍ରାୟ ୧୦ ହଜାରରୁ ଅଧିକ ଜାତୀୟ ପତାକାର ଅର୍ଡର ଆସିଛି । ତ୍ରିରଙ୍ଗା ପାଇଁ ସମସ୍ତ କଞ୍ଚାମାଲ ଗୁଜୁରାଟରୁ ଆସେ । କିନ୍ତୁ ବର୍ତ୍ତମାନ ଏହି କଞ୍ଚାମାଲର ଅଭାବ ଯୋଗୁଁ ତ୍ରିରଙ୍ଗା ପ୍ରସ୍ତୁତିରେ ବାଧା ଉପୁଜିଛି ।"

ହରଘର ତ୍ରିରଙ୍ଗା କାର୍ଯ୍ୟକ୍ରମରେ ଶତାଧିକ ମହିଳା ତ୍ରିରଙ୍ଗା ତିଆରି କରି ଭଲ ଦିପଇସା ରୋଜଗାର କରିପାରିଛନ୍ତି । ପ୍ରତ୍ୟେକଙ୍କ ମନରେ ଜାତୀୟତାବୋଧ ସୃଷ୍ଟି କରି ପାରୁଥିବା ଏହି କାର୍ଯ୍ୟକ୍ରମ ନିହାତି ପ୍ରଶଂସା ଯୋଗ୍ୟ ।

କଟକରୁ ନାରାୟଣ ସାହୁ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.