ETV Bharat / city

Barsha Anubhav Marital Discord: ଉଭୟଙ୍କୁ ୫ ହଜାର ଲେଖାଏଁ ଜୋରିମାନା

author img

By

Published : Sep 9, 2022, 7:22 PM IST

Updated : Sep 9, 2022, 8:14 PM IST

ବିନା କାରଣରେ କୋର୍ଟଙ୍କ କାରବାରରେ ବିଳମ୍ବ କରୁଛନ୍ତି ବର୍ଷା ଓ ଅନୁଭବ । ୫ ହଜାର ଟଙ୍କା ଲେଖାଏଁ ଜୋରିମାନା ଦେବାକୁ ନିର୍ଦ୍ଦେଶ ଦେଇଛନ୍ତି ପରିବାର ଅଦାଲତ(Cuttack family court fined Barsha Anubhav) । ଅଧିକ ପଢ଼ନ୍ତୁ

Barsha Anubhav Marital Discord: ଉଭୟଙ୍କୁ ୫ ହଜାର ଲେଖାଏଁ ଜୋରିମାନା ଦେବାକୁ ନିର୍ଦ୍ଦେଶ

କଟକ: ପାରିବାରିକ ବିବାଦ ମାମଲାରେ ଉଭୟ ଅନୁଭବ ଓ ବର୍ଷାଙ୍କୁ ଜୋରିମାନା କରିଛନ୍ତି କଟକ ପରିବାର ଅଦାଲତ । ଉଭୟଙ୍କୁ ୫ ହଜାର ଟଙ୍କା ଲେଖାଏଁ ଜୋରିମାନା ଦେବାକୁ ନିର୍ଦ୍ଦେଶ ଦେଇଛନ୍ତି ପରିବାର ଅଦାଲତ । ବିନା କାରଣରେ କୋର୍ଟଙ୍କ କାରବାରରେ ବିଳମ୍ବ କରିଥିବାରୁ ଏହି ଜୋରିମାନା କରାଯାଇଛି(Cuttack family court fined Barsha Anubhav) ।

Barsha Anubhav Marital Discord: ଉଭୟଙ୍କୁ ୫ ହଜାର ଲେଖାଏଁ ଜୋରିମାନା

ଆସନ୍ତା ୧୪ ତାରିଖ ସୁଦ୍ଧା ଏହି ଦଣ୍ଡରାଶି ଅଦାଲତଙ୍କ ନିକଟରେ ଦାଖଲ କରିବାକୁ କୋର୍ଟ ନିର୍ଦ୍ଦେଶ ଦେଇଛନ୍ତି । କୋର୍ଟ କାର୍ଯ୍ୟରେ ଉଭୟ ସମୟ ନଷ୍ଟ କରିଥିବାରୁ ଏପରି ନିର୍ଦ୍ଦେଶ ଦେଇଛନ୍ତି କୋର୍ଟ । ସେହିପରି ବର୍ଷା ପୂର୍ବ ମାମଲାର ସାକ୍ଷ୍ୟ ଗ୍ରହଣ ପାଇଁ କରିଥିବା ଆବେଦନକୁ କୋର୍ଟ ଗ୍ରହଣ କରିଛନ୍ତି । ଅନୁଭବ ମଧ୍ୟ କୋର୍ଟରେ ଆଉ ଏକ ଆବେଦନ ଦାଖଲ କରିଛନ୍ତି । ଛାଡପତ୍ର ପିଟିସନରେ ଅନୁଭବ ବିବାହର ସ୍ଥାନ ସମ୍ପର୍କରେ ଭୁଲ ତଥ୍ୟ ଦେଇଥିଲେ । ଏଥିରେ ଥିବା ତୃଟିର ସଂଶୋଧନ ପାଇଁ ଅନୁଭବ କୋର୍ଟରେ ଆବେଦନ କରିଛନ୍ତି । ଉଭୟଙ୍କ ଆବେଦନକୁ କୋର୍ଟ ଗ୍ରହଣ କରିଛନ୍ତି ।

ଗତକାଲି(ଗୁରୁବାର) ପାରିବାରିକ ବିବାଦ ମାମଲାର ଶୁଣାଣି ହୋଇଥିଲା । ତେବେ କୋର୍ଟରେ ହାଜର ହୋଇନଥିଲେ ବର୍ଷା ପ୍ରିୟଦର୍ଶିନୀ । ବିବାହ ବିଚ୍ଛେଦ ମାମଲାରେ ବର୍ଷାଙ୍କ ସାକ୍ଷ୍ୟ ଗ୍ରହଣ କରାଯାଇନାହିଁ । ନିଜ ପକ୍ଷ ରଖିବାକୁ ଅଦାଲତଙ୍କୁ ସମୟ ମାଗିଥିଲେ ବର୍ଷା । ଆଜି ମଧ୍ୟ ଏହି ଶୁଣାଣି ଜାରି ରହିଥିବାବେଳେ ଉଭୟଙ୍କୁ ଜୋରିମାନା ଦେବାକୁ ନିର୍ଦ୍ଦେଶ ଦେଇଛନ୍ତି କୋର୍ଟ । ମୂଳ ବିବାହ ବିଚ୍ଛେଦ ମାମଲାର ଚୁଡ଼ାନ୍ତ ଶୁଣାଣି ପାଇଁ ଅନୁଭବ ପ୍ରସ୍ତୁତ ଥିବା ତାଙ୍କ ଓକିଲ କହିଥିଲେ । ଏହା ବ୍ୟତୀତ ବର୍ଷା ହାଇକୋର୍ଟରେ ଜାଲ୍‌ ଟାଇମ୍‌ ପିଟିସନ୍‌ ଦାଖଲ କରିଥିବା ଅଭିଯୋଗ ହୋଇଛି । ତାଙ୍କ ବିରୋଧରେ ଆଇନଗତ ପଦକ୍ଷେପ ଗ୍ରହଣ କରିବା ପାଇଁ ପ୍ରସ୍ତୁତ ହେଉଥିବା କଥା କହିଛନ୍ତି ଅନୁଭବଙ୍କ ଓକିଲ । ଏହାପୂର୍ବରୁ ଗତ ବୁଧବାର(ସେପ୍ଟେମ୍ବର ୭) ଦିନ ପାରିବାରିକ ବିବାଦକୁ ନେଇ ହାଇକୋର୍ଟରେ ଦାଖଲ କରିଥିବା ପିଟିସନ୍‌କୁ ପ୍ରତ୍ୟାହାର କରି ନେଇଥିଲେ ଅଭିନେତ୍ରୀ ବର୍ଷା ପ୍ରିୟଦର୍ଶିନୀ । ଏହାପରେ ଏହି ମାମଲାକୁ ରଦ୍ଦ କରିଥିଲେ ହାଇକୋର୍ଟ । ଫଳ ସ୍ବରୂପ ପରିବାର ଅଦାଲତଙ୍କ ନିର୍ଦ୍ଦେଶ କାଏମ ରହିଥିଲା ।

ବିବାହ ବିଚ୍ଛେଦ ମାମଲାରେ ସାନି ସାକ୍ଷ୍ୟଗ୍ରହଣ ପାଇଁ ଆବେଦନ କରିଥିଲେ ବର୍ଷା । ସ୍ବାମୀ ଅନୁଭବଙ୍କ ଆଉ ଥରେ ସାକ୍ଷ୍ୟ ଗ୍ରହଣ କରିବା ପାଇଁ ବର୍ଷା ପ୍ରୟିଦର୍ଶିନୀ ଆବେଦନ କରିଥିଲେ । ତଳ କୋର୍ଟରେ ବର୍ଷାଙ୍କ ଆବେଦନ ଖାରଜ ହେବାରୁ ହାଇକୋର୍ଟରେ ପିଟିସନ ଦାଖଲ କରିଥିଲେ ବର୍ଷା । ବର୍ଷାଙ୍କୁ ଛାଡ଼ପତ୍ର ଦେବା ପାଇଁ ଅନୁଭବ ପ୍ରଥମେ ଦିଲ୍ଲୀର ପଟିଆଲା ହାଉସ କୋର୍ଟରେ ଏକ ମାମଲା ଦାଖଲ କରିଥିଲେ । ଏହାପରେ ବର୍ଷା ଅନୁଭବଙ୍କ ବିରୋଧରେ କଟକ SDJM କୋର୍ଟ ଓ ପରିବାର ଅଦାଲତରେ ଘରୋଇ ହିଂସା, ଭରଣ ପୋଷଣ ଓ ବୈବାହିକ ଜୀବନକୁ ସ୍ଥାୟୀ କରିବାକୁ ପ୍ରାର୍ଥନା କରି ଦୁଇଟି ମାମଲା ଦାଖଲ କରିଥିଲେ ।

ଏହାର କିଛିଦିନ ପରେ ବର୍ଷା ପଟିଆଲା ହାଉସ କୋର୍ଟରେ ଅନୁଭବ ଦାଖଲ କରିଥିବା ଛାଡ଼ପତ୍ର ମାମଲାକୁ କଟକ ସ୍ଥାନାନ୍ତର କରିବା ପାଇଁ ସୁପ୍ରିମକୋର୍ଟଙ୍କ ଦ୍ବାରସ୍ଥ ହୋଇଥିଲେ । ସୁପ୍ରିମକୋର୍ଟ ମାମଲାର ଶୁଣାଣି କରି ମାମଲାକୁ ତୁରନ୍ତ କଟକ ପରିବାର ଅଦାଲତକୁ ସ୍ଥାନାନ୍ତର କରିବା ପାଇଁ ପଟିଆଲା ହାଉସକୋର୍ଟଙ୍କୁ ନିର୍ଦ୍ଦେଶ ଦେଇଥିଲେ ।

ଇଟିଭି ଭାରତ, କଟକ

Last Updated : Sep 9, 2022, 8:14 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.