ETV Bharat / city

ନକଲି ଔଷଧ କାରବାର ମାମଲା, ରାହୁଲର ଜାମିନ ଆବେଦନ ଖାରଜ - ନକଲି ଔଷଧ କାରବାର ଅଭିଯୁକ୍ତ ରାହୁଲର ଜାମିନ ଆବେଦନ ଖାରଜ

କଟକ ନକଲି ଔଷଧ ମାମଲାରେ ଅଭିଯୁକ୍ତ ରାହୁଲ କ୍ୟାଲର ଜାମିନ ଆବେଦନ ଖାରଜ । ଅଧିକ ପଢନ୍ତୁ

ନକଲି ଔଷଧ କାରବାର ମାମଲା, ରାହୁଲର ଜାମିନ ଆବେଦନ ଖାରଜ

author img

By

Published : Oct 1, 2022, 7:16 AM IST

କଟକ: ନକଲି ଔଷଧ ମାମଲାରେ(Cuttack Fake Medicine Case) ରାହୁଲ କ୍ୟାଲ୍‌ର ଜାମିନ ଖାରଜ ହୋଇଛି । ଅତିରିକ୍ତ ଦୌରା ଜଜ୍ ତଥା ସ୍ବତନ୍ତ୍ର ଭିଜିଲାନ୍ସ ଅଦାଲତ ରାହୁଲର ନିୟମିତ ଜାମିନ ଆବେଦନକୁ ଖାରଜ କରିଛନ୍ତି । ନକଲି ଔଷଧ କାରବାର ଅଭିଯୋଗକୁ ନେଇ ପୁରୀଘାଟ ଥାନାରେ ଭିଆର ଡ୍ରଗ୍‌ ଏଜେନ୍ସିର ମାଲିକ ବର୍ଷାରାଣୀ କ୍ୟାଲ୍ ଓ ତାଙ୍କ ପୁଅ ରାହୁଲ କୁମାର କ୍ୟାଲ୍‌, ପୂଜା ଏଣ୍ଟରପ୍ରାଇଜେସ୍‌ର ମାଲିକ ସଞ୍ଜୟ ଜଲାନ୍‌ ଓ ତାଙ୍କ ପତ୍ନୀ ଚଞ୍ଚଲ ଜଲାନ୍‌ଙ୍କ ନାମରେ ମାମଲା ରୁଜୁ ହୋଇଥିଲା । ରାହୁଲ ଓ ଅନ୍ୟ ଅଭିଯୁକ୍ତଙ୍କୁ ପୋଲିସ ଗିରଫ କରି କୋର୍ଟ ଚାଲାଣ କରିଥିଲା ।

ସୂଚନାଯୋଗ୍ୟ ଯେ, ଗତ ସେପ୍ଟେମ୍ବର ୧୯ରେ କଟକ ମହତାବ ରୋଡରୁ ପୁରୀଘାଟ ପୋଲିସ ଓ ଡ୍ରଗ୍ସ କଣ୍ଟ୍ରୋଲ ବିଭାଗର ମିଳିତ ଟିମ୍ ନକଲି ଟେଲମା ୪୦ର ପାଖାପାଖି ୧୩୪୦ ଷ୍ଟ୍ରିପ୍‌ ଜବତ କରିଥିଲେ । ଜବତ ନକଲି ଔଷଧର ଆନୁମାନିକ ମୂଲ୍ୟ ୩ ଲକ୍ଷ ଟଙ୍କା ହେବ ବୋଲି ଅନୁମାନ କରାଯାଇଥିଲା । କୋଲକାତାର ଏକ ସଂସ୍ଥା ଭିଆର୍‌ ଡ୍ରଗ୍ସକୁ ଏହି ଔଷଧ ଯୋଗାଇ ଦେଇଥିଲା । ସେପ୍ଟେମ୍ବର ୧୦ ତାରିଖ ଦିନ ଏହି ଔଷଧ କୋଲକାତାରୁ ଆସି ମହତାବ ରୋଡ୍‌ରେ ଥିବା ଏକ ଟ୍ରାନ୍ସପୋର୍ଟ କମ୍ପାନୀରେ ପହଞ୍ଚି ଥିଲା । ତେବେ ଏନେଇ ଟ୍ରାନ୍ସପୋର୍ଟ କମ୍ପାନୀର ମ୍ୟାନଜେରଙ୍କୁ ପଚରାଉଚରା କରାଯାଥିଲା ।

ଏହାମଧ୍ୟ ପଢନ୍ତୁ: ନକଲି ଔଷଧ ବିକ୍ରି କଲେ ହେବ ଦୃଢ଼ କାର୍ଯ୍ୟାନୁଷ୍ଠାନ: ସ୍ବାସ୍ଥ୍ୟ ମନ୍ତ୍ରୀ

ନକଲି ଔଷଧର ଉତ୍ପାଦନର ପେଣ୍ଠସ୍ଥଳୀ ନିକଟରେ ପହଞ୍ଚିବା ପର୍ଯ୍ୟନ୍ତ ତଦନ୍ତ ଜାରି ରହିବ ବୋଲି କହିଥିଲେ କଟକ ଡିସିପି (Duplicate medicine link in Cuttack ) । ପୂର୍ବରୁ ନକଲି ଔଷଧ କାରବାର ମାମଲାରେ ସେପ୍ଟେମ୍ବର ୧୩ ତାରିଖରେ ଦୁଇ ଅଭିଯୁକ୍ତ ରାହୁଲ କ୍ୟାଲ୍ ଏବଂ ସଞ୍ଜୟ ଜଲାନଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଥିଲା ପୁରୀଘାଟ ଥାନା ପୋଲିସ । ଉଭୟ ରାହୁଲ ଓ ସଞ୍ଜୟ ବାଙ୍ଗାଲୋର ବାଲାଜୀ ଡ୍ରଗ୍ସ ଓ ବିହାର ଗୟାରେ ଥିବା ବାଲାଜୀ ଏଜେନ୍ସି ନାମକ ନକଲି ଔଷଧ ଉତ୍ପାଦନକାରୀ ସଂସ୍ଥାର ଡିପୋରୁ ଔଷଧ ଆଣୁଥିଲେ । ଏହି ମାମଲାର ତଦନ୍ତ କରି ମୁଖ୍ୟ କାର୍ପେଟଦାରକୁ ଧରିବାକୁ କମିଶନରେଟ ପୋଲିସ ପକ୍ଷରୁ ଏକ ସ୍ବତନ୍ତ୍ର ଟିମ ଗଠନ କରାଯାଇଥିଲା । ଗତ 21 ତାରିଖ ଦିନ ତେବେ ଗିରଫ ଅଭିଯୁକ୍ତଙ୍କ ଠାରୁ କିଛି ଗୁରୁତ୍ବପୂର୍ଣ୍ଣ ସୂଚନା ପାଇବା ପରେ ୪ ଜଣିଆ ସଦସ୍ୟ ବିଶିଷ୍ଟ ଏକ ସ୍ବତନ୍ତ୍ର ପୋଲିସ ଟିମ ରାଜ୍ୟ ବାହାରକୁ ଯାଇଥିଲା ।

ଇଟିଭି ଭାରତ, କଟକ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.