ETV Bharat / city

ନକଲି ଔଷଧ ଜବତ ଘଟଣା, ଅଭିଯୁକ୍ତ ଶିବ ପ୍ରସନ୍ନ ଜେନାଙ୍କୁ ମିଳିଲା ଜାମିନ - କଟକ ନକଲି ଔଷଧ ଜବତ ଘଟଣା

କଟକରୁ ନକଲି ଔଷଧ ଜବତ ଘଟଣା । ହାଇକୋର୍ଟରୁ ଅନ୍ତରୀଣ ଜାମିନ ପାଇଲେ ମୁଖ୍ୟ ଅଭିଯୁକ୍ତ ଶିବ ପ୍ରସନ୍ନ ଜେନା । ଅଧିକ ପଢନ୍ତୁ

ନକଲି ଔଷଧ ଜବତ ଘଟଣା, ଅଭିଯୁକ୍ତ ଶିବ ପ୍ରସନ୍ନ ଜେନାଙ୍କୁ ମିଳିଲା ଜାମିନ

author img

By

Published : Apr 30, 2022, 7:15 AM IST

କଟକ: ସିଲଭରସିଟି କଟକରୁ ନକଲି ଔଷଧ(fake drugs racket) ଜବତ ଘଟଣା । ହାଇକୋର୍ଟରୁ ଅନ୍ତରୀଣ ଜାମିନ ପାଇଲେ ମୁଖ୍ୟ ଅଭିଯୁକ୍ତ ଶିବ ପ୍ରସନ୍ନ ଜେନା । କଟକ କନିକା ଛକରୁ ନକଲି ଔଷଧ ବ୍ୟବସାୟ ଅଭିଯୋଗରେ କ୍ରାଇମବ୍ରାଞ୍ଚ ଦ୍ଵାରା ଶିବ ଗିରଫ ହୋଇଥିଲେ । ମାମଲାର ଶୁଣାଣି କରି ହାଇକୋର୍ଟ ଅନ୍ତରୀଣ ଜାମିନ ପ୍ରଦାନ କରିଛନ୍ତି । ଏହାସହ ଜବତ ଔଷଧର କେମିକାଲ ପରୀକ୍ଷଣ ରିପୋର୍ଟ ଦାଖଲ କରିବା ପାଇଁ ନିର୍ଦ୍ଦେଶ ଦେଇଛନ୍ତି କୋର୍ଟ । ଆସନ୍ତା ପାଞ୍ଚ ଦିନ ଭିତରେ କୋର୍ଟ ଦେଇଥିବା ନିର୍ଦ୍ଦେଶ ଅନୁଯାୟୀ ଦସ୍ତାବିଜ ଦାଖଲ ପାଇଁ କ୍ରାଇମବ୍ରାଞ୍ଚ ଏସଟିଏଫକୁ ନିର୍ଦ୍ଦେଶ ଦିଆଯାଇଛି ।

ଉଲ୍ଲେଖଯୋଗ୍ୟ, ଗତବର୍ଷ ଜୁନ ୧୧ ତାରିଖରେ କଟକ କନିକା ଛକରେ ଥିବା ମେଡ଼ିସିନ ହୋଲସେଲର ଗୋଦାମ ଉପରେ ଜିଲ୍ଲା ଡ୍ରଗ ଡିପାର୍ଟମେଣ୍ଟର ଚଢ଼ାଉ କରିଥିଲା । ଘଟଣାସ୍ଥଳରୁ 69 ଲକ୍ଷ ଟଙ୍କାର ନକଲି କୋରୋନାର ଔଷଧ ଜବତ କରାଯାଇଥିଲା । ଉତ୍ତରପ୍ରଦେଶର ମାକ୍ସ ରିଲିଫ ହେଲଥ କେୟାର ନାମକ କମ୍ପାନୀରୁ ଏହି ଔଷଧ ଆସୁଥିଲା ।

କଟକରୁ ନାରାୟଣ ସାହୁ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.