ETV Bharat / city

ଅନଲାଇନ ଅଭିଯୋଗ ଶୁଣିବେ କଟକ ଡିସିପି, ଜାରିକଲେ ହ୍ବାଟ୍ସଆପ୍ ନମ୍ବର - Cuttack DCP on social media

ଅନଲାଇନରେ ଅଭିଯୋଗ ଗ୍ରହଣ କରିବେ କଟକ ଡିସିପି ପ୍ରତୀକ ସିଂ । ସୋସିଆଲ ମିଡିଆରେ ଅଭିଯୋଗ ଶୁଣିବା ସହ ପଦକ୍ଷେପ ଗ୍ରହଣ କରିବେ ।

Cuttack DCP will hear the allegations on social media
ସୋସିଆଲ ମିଡିଆରେ ଅଭିଯୋଗ ଶୁଣିବେ କଟକ ଡିସିପି
author img

By

Published : Jul 26, 2020, 8:02 PM IST

କଟକ: ଅନଲାଇନରେ ଅଭିଯୋଗ ଗ୍ରହଣ କରିବେ କଟକ ଡିସିପି ପ୍ରତୀକ ସିଂ । ସୋସିଆଲ ମିଡିଆରେ ଅଭିଯୋଗ ଶୁଣିବା ସହ ପଦକ୍ଷେପ ଗ୍ରହଣ କରିବେ ।

ମହାମାରୀ କୋରୋନା ସମୟରେ କାର୍ଯ୍ୟାଳୟରେ ଭିଡ଼ ହେଉଥିବାରୁ ଏପରି ନିଷ୍ପତ୍ତି ନେଇଛନ୍ତି ଡିସିପି ପ୍ରତୀକ ସିଂ। ଏହାଦ୍ବାରା ଭିଡକୁ ଏଡାଇବା ସହ ଶୀଘ୍ର ଓ ସୁରକ୍ଷିତ ଭାବେ କାର୍ଯ୍ୟ ହେବା ନେଇ ସେ ଆଶାବାଦୀ ଅଛନ୍ତି ।

ଡିସିପିଙ୍କ କାର୍ଯ୍ୟାଳୟ ପକ୍ଷରୁ ଏକ ହ୍ବାଟ୍ସଆପ୍ ନମ୍ବର ଜାରି କରାଯାଇଛି । ଏହି ନମ୍ବରଟି ହେଉଛି 8763068167 । ଏହି ନମ୍ବରରେ ମେସେଜ ଓ ଯୋଗାଯୋଗ କରି ଗୁହାରି କରିପାରିବେ ସାଧାରଣ ଲୋକେ । ଯାହା ଦ୍ବାରା ସମସ୍ୟାର ସରଳ ସମାଧାନ ହେବା ନେଇ ସୂଚନା ଦେଇଛନ୍ତି କଟକ ଡିସିପି ।

କଟକରୁ ପ୍ରଭୁ କଲ୍ୟାଣ ପାଲ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.