ଶନିବାର ଭୋଟ ଗଣତି, ଶାନ୍ତି ଶୃଙ୍ଖଳା ପାଇଁ ପ୍ରସ୍ତୁତ ପୋଲିସ - ପଞ୍ଚାୟତ ନିର୍ବାଚନ ଗଣତି ଖବର
ଶନିବାର ଭୋଟ ଗଣତି ନେଇ କଟକରେ ଆଇନ ଶୃଙ୍ଖଳା ପରିସ୍ଥିତି ଉପରେ ପୋଲିସର ନଜର । ଅଧିକ ପଢନ୍ତୁ
ଶନିବାର ଭୋଟ ଗଣତି, ଶାନ୍ତି ଶୃଙ୍ଖଳା ପାଇଁ ପ୍ରସ୍ତୁତ ପୋଲିସ
କଟକ: ଆସନ୍ତାକାଲି(ଶନିବାର) ହେବ ଭୋଟ ଗଣତି । ୩ ଦିନ ଅର୍ଥାତ ୨୬, ୨୭ ଓ ୨୮ ପର୍ଯ୍ୟନ୍ତ ଚାଲିବ ଗଣତି ପ୍ରକ୍ରିୟା । ସୁରକ୍ଷିତ ଗଣତି ପାଇଁ ପୋଲିସ ପକ୍ଷରୁ କଡା ପଦକ୍ଷେପ ଗ୍ରହଣ କରାଯାଇଛି ।
ଦୁଇଟି ବ୍ଲକରେ ୪ ପ୍ଲାଟୁନ ପୋଲିସ ଫୋର୍ସ ମୁତୟନ କରାଯିବ । ୧୫ ଜଣ ଆଇଆଏସିଙ୍କ ସମେତ ୫୦ ଅଫିସରଙ୍କୁ ନିୟୋଜିତ କରାଯିବ । ଗଣତି କେନ୍ଦ୍ରକୁ ପରିଚୟ ପତ୍ର ଦେଖାଇ ଏଜେଣ୍ଟମାନେ ପ୍ରବେଶ କରିପାରିବେ । କେନ୍ଦ୍ରର ଆଖପାଖ ଅଞ୍ଚଳରେ, ଯେପରି ଲୋକଙ୍କ ଭିଡ଼ ନହୁଏ ତାହା ଉପରେ ପୋଲିସ ନଜର ରଖିବ ବୋଲି ଡିସିପି କହିଛନ୍ତି ।
କଟକରୁ ନାରାୟଣ ସାହୁ, ଇଟିଭି ଭାରତ