କଟକ: ପୋଲିସକର୍ମୀଙ୍କ ସଂକ୍ରମଣଙ୍କ ହାର ନିୟନ୍ତ୍ରଣରେ ରହିଛି । କଟକରେ ୧୮ ଜଣ ପୋଲିସ କର୍ମଚାରୀ କୋରୋନା ଆକ୍ରାନ୍ତ ହୋଇଛନ୍ତି । ସମସ୍ତଙ୍କ ସ୍ବାସ୍ଥ୍ୟବସ୍ଥା ସ୍ଥିର ରହିଛି । ସେମାନଙ୍କ ସହ ପ୍ରତ୍ୟେକ ଦିନ ଯୋଗାଯୋଗ କରାଯାଉଛି ।
ପୋଲିସ କର୍ମଚାରୀଙ୍କ କୋରୋନା ସଂକ୍ରମଣ ହାର ନିୟନ୍ତ୍ରଣରେ ରହିଛି ବୋଲି କଟକ ଡିସିପି କହିଛନ୍ତି । କଟକ ପୋଲିସ ପକ୍ଷରୁ ପୋଲିସ କର୍ମଚାରୀ ଯେପରି କୋରୋନା ଆକ୍ରାନ୍ତ ନ ହୁଅନ୍ତି, ସେଥିପ୍ରତି ଯଥେଷ୍ଟ ବ୍ୟବସ୍ଥା କରାଯାଉଛି। ସମସ୍ତଙ୍କୁ ଏନେଇ ସଚେତନ ରହିବାକୁ ପରାମର୍ଶ ଦିଆଯାଇଛି। ସେହିପରି ସମସ୍ତଙ୍କ ଇମ୍ୟୁନିଟି ପାୱାର ବୃଦ୍ଧି କରିବା ପାଇଁ ମଲଟି ଭିଟାମିନ ମେଡିସିନ ଦିଆଯାଉଥିବା କଟକ ଡିସିପି ପ୍ରତୀକ ସିଂ କହିଛନ୍ତି।
କଟକରୁ ନାରାୟଣ ସାହୁ,ଇଟିଭି ଭାରତ