ETV Bharat / city

ଦିଲ୍ଲୀରେ ବାସିଲା କଟକ ବାବୁଲାଙ୍କ ଦହିବରାର ବାସ୍ନା

author img

By

Published : Jan 18, 2020, 11:21 PM IST

Updated : Jan 18, 2020, 11:46 PM IST

ଦେଶର ରାଜଧାନୀ ଦିଲ୍ଲୀରେ କଟକି ଦହିବରାର ରାଜ । ସମସ୍ତଙ୍କ ଦିଲ ଜିତିନେଲେ ବାବୁଲା ଦହିବରା । ସେଲଟର ଛକର ଦହିବରା ବ୍ୟବସାୟୀ ପ୍ରଦୀପ୍ତ ସାହୁ ଓରଫ ସମସ୍ତଙ୍କ ପ୍ରିୟ ବାବୁଲା ଭାଇ ଦିଲ୍ଲୀରେ ଅନୁଷ୍ଠିତ ହୋଇଥିବା ଜାତୀୟ ଷ୍ଟ୍ରିଟ ଫୁଡ଼ ଫେଷ୍ଟିଭାଲରେ 250 ପ୍ରତିଯୋଗୀ ଙ୍କୁ ପଛରେ ପକାଇ ବିଜେତା ହୋଇଛନ୍ତି । ଅଧିକ ଖବର ପଢନ୍ତୁ...

ଦିଲ୍ଲୀରେ ବାସିଲା କଟକ ବାବୁଲାଙ୍କ ଦହିବରାର ବାସ୍ନା
ଦିଲ୍ଲୀରେ ବାସିଲା କଟକ ବାବୁଲାଙ୍କ ଦହିବରାର ବାସ୍ନାଦିଲ୍ଲୀରେ ବାସିଲା କଟକ ବାବୁଲାଙ୍କ ଦହିବରାର ବାସ୍ନା

କଟକ: ଦେଶର ରାଜଧାନୀ ଦିଲ୍ଲୀରେ କଟକି ଦହିବରାର ରାଜ । ସମସ୍ତଙ୍କ ଦିଲ ଜିତିନେଲେ ବାବୁଲା ଦହିବରା । ସେଲଟର ଛକର ଦହିବରା ବ୍ୟବସାୟୀ ପ୍ରଦୀପ୍ତ ସାହୁ ଓରଫ ସମସ୍ତଙ୍କ ପ୍ରିୟ ବାବୁଲା ଭାଇ ଦିଲ୍ଲୀରେ ଅନୁଷ୍ଠିତ ହୋଇଥିବା ଜାତୀୟ ଷ୍ଟ୍ରିଟ ଫୁଡ଼ ଫେଷ୍ଟିଭାଲରେ 250 ପ୍ରତିଯୋଗୀ ଙ୍କୁ ପଛରେ ପକାଇ ବିଜେତା ହୋଇଛନ୍ତି । ତେବେ ଜୀବନସାରା ସମସ୍ତଙ୍କୁ ନିଜ ହାତର ସୁସ୍ବାଦୁ ଦହିବରା ଖୁଆଇବେ ବୋଲି ସେ କହିଛନ୍ତି।

କଟକର ଦହିବରାକୁ ନେଇ ଏବେ ଦିଲ୍ଲୀ ଦରବାରରେ ଚର୍ଚ୍ଚା । ସମସ୍ତଙ୍କ ଦିଲ ଜିତିଲା ବାବୁଲା ଦହିବରା । ସିଲଭରସିଟିର ଦହିବରା ବ୍ୟବସାୟୀ ପ୍ରଦୀପ୍ତ ସାହୁ ଓରଫ ସଭିଙ୍କ ପ୍ରିୟ ବାବୁଲା ଭାଇ ଦିଲ୍ଲୀରେ ଅନୁଷ୍ଠିତ ଜାତୀୟ ଷ୍ଟ୍ରିଟ ଫୁଡ଼ ଫେଷ୍ଟିଭାଲରେ 250 ପ୍ରତିଯୋଗୀଙ୍କୁ ପଛରେ ପକାଇ ବିଜେତା ହୋଇଛନ୍ତି । ଏହାପରେ ବାବୁଲାଙ୍କ ଚଟପଟା ଦହିବରାକୁ ନେଇ ଚାରିଆଡେ ଚର୍ଚ୍ଚା। ଗ୍ରାହକଙ୍କ ଠାରୁ ଆରମ୍ଭ କରି ପରିବାର ଲୋକେ ବାବୁଲାଙ୍କ ଏହି ସଫଳତାରେ ଖୁବ ଖୁସି ।

ଦିଲ୍ଲୀରେ ବାସିଲା କଟକ ବାବୁଲାଙ୍କ ଦହିବରାର ବାସ୍ନା

ସେଲଟର ଛକ ସ୍ଥିତ ଶିବାଜୀ ନଗରରେ ଭଡା ଘରେ ରୁହନ୍ତି ବାବୁଲାଙ୍କ ପରିବାର । ଦିନ 10 ଟା ବାଜିଲେ ଚଳଚଞ୍ଚଳ ହୋଇପଡେ ବାବୁଲାଙ୍କ ଘର । ଆଳୁଦମ ଦହିବରା ଓ ଘୁଗୁନି ତିଆରି କରିବା ପାଇଁ ଆରମ୍ଭ ହୋଇଯାଏ କସରତ । ଆଉ ରୋଷେଇ କାମରେ ସାଥ ଦିଅନ୍ତି ବାବୁଲାଙ୍କ ପତ୍ନୀ ମଲ୍ଲିକା । ପ୍ରଥମେ ବରା ଛଣା ଓ ପରେ ପରେ ଘୁଗୁନୀ ଓ ଆଳୁଦମ ଛୁଙ୍କରେ ଫାଟିପଡେ ସମଗ୍ର ଅଞ୍ଚଳ । ଦୀର୍ଘ 25 ବର୍ଷରୁ ଊର୍ଦ୍ଧ୍ବ ସମୟ ଧରି ଦହିବରା ବ୍ୟବସାୟ କରି ନିଜର ଗୁଜୁରାଣ ମେଣ୍ଟାଉଛନ୍ତି ବାବୁଲା ।

ବାବୁଲାଙ୍କ ଦହିବରା ସ୍ବାଦ ଆଗରେ ଫିକା ପଡିଯାଏ ଦାମ । ଯିଏ ଯେଉଁଠି ଥାଉ ନା କାହିଁକି ବାବୁଲା ଦହିବରା ଖାଇ ପରେ ଗାଣ୍ଠିଆ ଟିକେ ନଖାଇଲେ ମନ ବୁଝେନା । ଆଉ ଦିଲ୍ଲୀରେ ବିଜୟ ପରେ ବାବୁଲା ଆଗକୁ ଯାଇ କଟକ ଦହିବରା କୁ ବିଶ୍ବ ସ୍ତରରେ ପହଞ୍ଚାଇବେ ବୋଲି ଆଶା ରଖିଛନ୍ତି ।

କଟକ ରୁ ପ୍ରଭୁକଲ୍ୟାଣ ପାଲ ଇଟିଭି ଭାରତ

Intro:କଟକ: ଭାରତର ରାଜଧାନୀ ଦିଲୀରେ କଟକୀ ଦହିବରା କଲା ରାଜ । ସମସ୍ତଙ୍କ ଦିଲ ଜିତିଲେ ବାବୁଲା ଦହିବରା । ସେଲଟର ଛକ ର ଦହିବରା ବ୍ୟବସାୟୀ ପ୍ରଦୀପ୍ତ ସାହୁ ଓରଫ ସମସ୍ତଙ୍କ ପ୍ରିୟ ବାବୁଲା ଭାଇ ଦିଲୀ ରେ ଅନୁଷ୍ଠିତ ହୋଇଥିବା ଜାତୀୟ ଷ୍ଟ୍ରିଟ ଫୁଡ଼ ଫେଷ୍ଟିଭାଲ ରେ 250 ପ୍ରତିଯୋଗୀ ଙ୍କୁ ପଛରେ ପକାଇ ହୋଇଥିଲେ ବିଜେତା । ତେବେ ଜୀବନସାରା ସମସ୍ତଙ୍କୁ ନିଜର ଯାଦୁ ଭରା ସୁସ୍ୱାଦୁ ଦହିବରା ଖୁଆଇବା ଏକମାତ୍ର ଲକ୍ଷ ବୋଲି କହିଛନ୍ତି ସେ ।

Body:ଭିଓ୧: ସେଲଟର ଛକ ସ୍ଥିତ ଶିବାଜୀ ନଗରେ ରେ ଭଡା ଘରେ ରୁହନ୍ତି ବାବୁଲାଙ୍କ ପରିବାର । ଦିନ 10 ଟା ବାଜିଲେ ଚଳଚଞ୍ଚଳ ହୋଇପଡେ ବାବୁଲା ଙ୍କ ଘର । ଆଳୁଦମ ଦହିବରା ଓ ଘୁଗୁନି ତିଆରି କରିବା ପାଇଁ ଆରମ୍ଭ ହୋଇଯାଏ କସରତ । ଆଉ ରୋଷେଇ କାମ ରେ ସାଙ୍ଗର ସାଥ ଦିଅନ୍ତି ବାବୁଲା ଙ୍କ ପତ୍ନୀ ମଲ୍ଲିକା । ପ୍ରଥମେ ବରା ଚଣା ଓ ପରେପରେ ଘୁଗୁନୀ ଓ ଆଳୁଦମ ର ଛୁଙ୍କରେ ବାହାରୁ ଥିବା ବାସ୍ନା ରାସ୍ତା ରେ ଯାଉଥିବା ଲୋକଙ୍କୁ କିଛି ସମୟ ରୋକିବା ପାଇଁ ବାଧ୍ୟ କରିଥାଏ ।
ତେବର ଦୀର୍ଘ 25 ବର୍ଷ ରୁ ଉର୍ଦ୍ଧ୍ବ ସମୟ ଧରି ଦହିବରା ବ୍ୟବସାୟ କରି ନିଜର ଗୁଜରାଣ ମେଣ୍ଟାଉଛନ୍ତି ବାବୁଲା । ଏହାସହିତ ଦିଲୀ ରେ ହୋଇଥିବା ଷ୍ଟ୍ରୀଟ ଫୁଡ଼ ଫେଷ୍ଟିଭାଲ ରେ 1 ନମ୍ବର ହେଲା ପରେ ବିଶ୍ୱସ୍ତରରେ କଟକ ଦହିବରା କୁ ପହଂଚାଇବା ପାଇଁ ଲକ୍ଷ୍ୟ ରଖିଛନ୍ତି ସେ ।

ବାଇଟ: ପ୍ରଦୀପ୍ତ ସାହୁ( ବାବୁଲା ଦହିବରା)

ଭିଓ୨: ଏହାସହିତ ବାବୁଲା ଙ୍କ ବଡ଼ ସଫଳତା ପାଇଁ ଖୁସି ଜାହିର କରିଛନ୍ତି ପତ୍ନୀ ମଲ୍ଲିକା ରାଣୀ ସାହୁ । ସ୍ୱାମୀ ଙ୍କ ସରଳ ମନୋଭାବ ଓ କର୍ତ୍ତବ୍ୟ ନିଷ୍ଠା ଯୋଗୁ ସେ ଆଜି କଟକି ଦହିବରା କୁ ନୂଆ ରୂପ ଦେଇଛନ୍ତି । କେବଳ ବିକ୍ରି କରିବା ଛାଡି ବାବୁଲା ଙ୍କୁ ରୋଷେଇ ରେ ସମସ୍ତ ସାହାଯ୍ୟ କରନ୍ତି ପତ୍ନୀ ମଲ୍ଲିକା ।

ବାଇଟ: ମଲ୍ଲିକା ରାଣୀ ସାହୁ( ବାବୁଲା ଙ୍କ ପତ୍ନୀ )

ଭିଓ୩: ଅନ୍ୟପଟେ ବାବୁଲା ଙ୍କ ଦହିବରା ର ସ୍ୱାଦ ଆଗରେ ଫିକା ପଡିଯାଉଛି ଦାମ । ଷ୍ଟଲ ଲାଗିବା କ୍ଷଣି ଗରମ ଗରମ ଘୁଗୁନି ଓ ଆଲୁଦମ ସାଙ୍ଗକୁ ଛୁଙ୍କ ଦହିବାରା ଖାଇବା ର ମଜା ବେଶ ଆନନ୍ଦ ଦାୟକ । ଆଉ ଖାଇ ସାରିବା ପରେ ଟିକେ ଗାଁଠିଆ ନଖାଇଲେ ମନ ମଧ୍ୟ ପୁରେନି । ତେବେ ଯଦି ବାବୁଲା ଆଗକୁ ଯାଇ କଟକ ଦହିବରା କୁ ବିଶ୍ୱ ସ୍ତରରେ ପହଂଚାଇବେ ତେବେ ଆମେ ବେଶ ଖୁସି ହେବୁ ବୋଲି କହିଛନ୍ତି ଗ୍ରାହକ ।

ବାଇଟ: ଗ୍ରାହକ
ବାଇଟ:ଗ୍ରାହକ

Conclusion:ଫାଭିଓ: ସୁସ୍ୱାଦୁ ଦହିବରା କୁ ନେଇ ନୂଆ ପରିଚୟ ସୃଷ୍ଟି କରିଛନ୍ତି ବାବୁଲା । ତେବେ ଦେଖିବାକୁ ବାକି ରହିଲା ଏହି ପରିଚୟ ଆଗାମୀ ଦିନରେ କଟକି ଦହିବରା କୁ କେତେ ଦୂର ରେ ପହଂଚାଉଛି ।

କଟକ ରୁ ପ୍ରଭୁକଲ୍ୟାଣ ପାଲ ଇଟିଭି ଭାରତ

spcl pkg ( babula dahibara)
Last Updated : Jan 18, 2020, 11:46 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.