ETV Bharat / city

କେହି ଦଳ ଛାଡିଲେ ଫରକ ପଡିବନି କହିଲେ କଟକ କଂଗ୍ରେସ ସଭାପତି ସୁରେଶ ମହାପାତ୍ର

author img

By

Published : Aug 14, 2022, 7:04 PM IST

ଦୁର୍ଗାପୂଜା ପୂର୍ବରୁ ନୂଆ ୱାର୍ଡ ଓ ନଗର କମିଟି ଗଠନ କରିବାକୁ କଟକ କଂଗ୍ରେସର ଯୋଜନା । ମହମ୍ମଦ ମୋକିମ ଦ୍ରୌପଦି ମୁର୍ମୁଙ୍କୁ ଭୋଟ ଦେବା ପରେ ଆକ୍ସନ ମୋଡରେ ରାଜ୍ୟ କଂଗ୍ରେସ । ସେପଟେ କୌଣସି ନେତା ଦଳ ଛାଡ଼ିଲେ କଂଗ୍ରେସ ଉପରେ ଏହାର ପ୍ରଭାବ ପଡ଼ିବନି ବୋଲି କହିଛନ୍ତି ନୂତନ ନଗର କଂଗ୍ରେସ ସଭାପତି ସୁରେଶ ମହାପାତ୍ର । ଅଧିକ ପଢ଼ନ୍ତୁ

କେହି ଦଳ ଛାଡିଲେ ଫରକ ପଡିବନି କହିଲେ କଟକ କଂଗ୍ରେସ ସଭାପତି ସୁରେଶ ମହାପାତ୍ର
କେହି ଦଳ ଛାଡିଲେ ଫରକ ପଡିବନି କହିଲେ କଟକ କଂଗ୍ରେସ ସଭାପତି ସୁରେଶ ମହାପାତ୍ର

କଟକ: ଦୁର୍ଗାପୂଜା ପୂର୍ବରୁ ନୂଆ ୱାର୍ଡ ଓ ନଗର କମିଟି ଗଠନ କରିବାକୁ କଟକ ନଗର କଂଗ୍ରେସ ସ୍ୱତନ୍ତ୍ର ଯୋଜନା କରିଛି । ଦଳୀୟ ସଂଗଠନକୁ ତୃଣମୂଳ ସ୍ତରରୁ ସୁଦୃଢ଼ କରିବାକୁ ଅଣ୍ଟା ଭିଡ଼ିଛନ୍ତି ନବ ନିଯୁକ୍ତ ନଗର କଂଗ୍ରେସ ସଭାପତି ତଥା ବରିଷ୍ଠ ନେତା ସୁରେଶ ମହାପାତ୍ର । କୌଣସି ନେତା ଦଳ ଛାଡ଼ିଲେ କଂଗ୍ରେସ ଉପରେ ଏହାର ପ୍ରଭାବ ପଡ଼ିବ ନାହିଁ ବୋଲି ସାମ୍ବାଦିକ ସମ୍ମିଳନୀରେ କହିଛନ୍ତି ନବ ନିଯୁକ୍ତ ନଗର କଂଗ୍ରେସ ସଭାପତି ।

କଟକ ନଗର କଂଗ୍ରେସର ସଭାପତି ଭାବରେ ବରିଷ୍ଠ କଂଗ୍ରେସ ନେତା ସୁରେଶ ମହାପାତ୍ରଙ୍କୁ ନିଯୁକ୍ତି ଦେଇଛି ଦଳ । ଏହା ସହ ମହିଳା ନଗର କଂଗ୍ରେସ କମିଟି ସହିତ ଅନ୍ୟାନ୍ୟ କମିଟିକୁ ଭଙ୍ଗ କରିଛି ଦଳ । କଟକ ବାରବାଟି ବିଧାୟକ ମହମ୍ମଦ ମୋକିମ ଦଳୀୟ ନିର୍ଦ୍ଦେଶ ବିରୋଧରେ ଯାଇ ଏନଡିଏ ରାଷ୍ଟ୍ରପତି ପ୍ରାର୍ଥିଙ୍କୁ ଭୋଟ ଦେବା ପରେ ରାଜ୍ୟ କଂଗ୍ରେସର ଏଭଳି ନିଷ୍ପତ୍ତି ରାଜ୍ୟ ରାଜନୀତିରେ ଚର୍ଚ୍ଚାର ବିଷୟ ପାଲଟିଛି । ନିକଟରେ ମୋକିମଙ୍କର କିଛି ସହଯୋଗୀ ଦଳରୁ ଇସ୍ତଫା ଦେବାପରେ ସେ ମଧ୍ୟ କୌଣସି ମୁହୂର୍ତ୍ତରେ ଦଳ ଛାଡ଼ି ପାରନ୍ତି ବୋଲି ଚର୍ଚ୍ଚା ହେଉଛି । ତେବେ ଏନେଇ ପ୍ରତିକ୍ରିୟା ରଖି ସେ ଦଳ ଛାଡ଼ିବେ ନାହିଁ ବୋଲି ସଫେଇ ଦେଇଥିଲେ ମଧ୍ୟ ତାଙ୍କ ତତ୍ତ୍ବାବଧାନରେ ଗଠିତ ସମସ୍ତ ଶୃଙ୍ଖଳା କମିଟିକୁ ଭାଙ୍ଗି ଦିଆଯାଇଥିବାରୁ ଦଳରେ ସବୁକିଛି ଠିକ ଚାଲିନଥିବା ଚର୍ଚ୍ଚା ହେଉଛି ।

ସେପଟେ ନଗର କଂଗ୍ରେସର ସଭାପତି ଭାବରେ ଦାୟିତ୍ବ ନେଇଥିବା ବରିଷ୍ଠ କଂଗ୍ରେସ ନେତା ସୁରେଶ ମହାପାତ୍ର ଏବଂ ମହମ୍ମଦ ମୋକିମଙ୍କ ମଧ୍ୟରେ ଅନେକ ସମୟରେ ଶୀତଳ ଯୁଦ୍ଧ ଚାଲିଥିବା ଦେଖାଯାଇଛି । ତେବେ ଗଣମାଧ୍ୟମରେ ନିଜର ପ୍ରତିକ୍ରିୟା ରଖି ସୁରେଶ ମହାପାତ୍ର କହିଛନ୍ତି "ବିଧାୟକ ମୋକିମଙ୍କ ସହ ମୋର ଭଲ ସମ୍ପର୍କ ରହିଛି । ଆଗମୀ ଦିନରେ ଦଳ ଏକଜୁଟ ହୋଇ କାମ କରିବ ।" ସେପଟେ ଦଳ ଛାଡ଼ିଥିବା ନେତାଙ୍କ ଉପରେ ସେ ଖୁବ ବର୍ଷିବା ସହିତ କହିଛନ୍ତି "ଦଳ ଛାଡ଼ିବାକୁ ଭାବୁଥିବା ନେତାଙ୍କର ଦଳରେ କୌଣସି ସ୍ଥିତି ନାହିଁ । ତେଣୁ ସେମାନେ ଦଳ ଛାଡ଼ିଲେ କଂଗ୍ରେସ ଉପରେ କୌଣସି ପ୍ରଭାବ ପଡ଼ିବ ନାହିଁ ।" ନଗର କଂଗ୍ରେସର ବିଭିନ୍ନ କମିଟି ଭଙ୍ଗାଯିବା ସମ୍ପର୍କରେ ଆଗରୁ କାହାକୁ ସୂଚନା ଦିଆଯାଇ ନଥିବା ପ୍ରଶ୍ନର ଉତ୍ତର ରଖି ସେ କହିଛନ୍ତି "ଦଳରେ କେତେବେଳେ କଣ ପରିବର୍ତ୍ତନ ହେବ, ଏହା ପିସିସି ସଭାପତିଙ୍କ ଇଚ୍ଛାଧୀନ ବ୍ୟାପାର । ତେଣୁ ଏ ବିଷୟରେ କାହାକୁ ଆଗୁଆ ଜଣାଇବାର ଆବଶ୍ୟକତା ନାହିଁ ।"

ଇଟିଭି ଭାରତ, କଟକ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.