ETV Bharat / city

କମିଶନରେଟ ପୋଲିସ ହ୍ୟାଣ୍ଡକପରେ ବାଇକ ଲୁଟେରା ଗ୍ୟାଙ୍ଗ - କମିଶନରେଟ ପୋଲିସ

କମିଶନରେଟ ପୋଲିସ କବଜାରେ ବାଇକ ଲୁଟେରା ଗ୍ୟାଙ୍ଗ । ଦୀର୍ଘ ଦିନର ଲୁଚକାଳି ଖେଳ ପରେ ଏହି ବାଇକ ଲୁଟେରାଙ୍କୁ ଗିରଫ କରିଛି ପୋଲିସ । ଅଧିକ ପଢ଼ନ୍ତୁ...

କମିଶନରେଟ ପୋଲିସ ହ୍ୟାଣ୍ଡକପରେ ବାଇକ ଲୁଟେରା ଗ୍ୟାଙ୍ଗ

author img

By

Published : Aug 31, 2021, 9:30 PM IST

କଟକ: କମିଶନରେଟ ପୋଲିସ କବଜାରେ ବାଇକ ଲୁଟେରା ଗ୍ୟାଙ୍ଗ । ଦୀର୍ଘ ଦିନର ଲୁଚକାଳି ଖେଳ ପରେ ଆଜି (ମଙ୍ଗଳବାର) ଏହି ବାଇକ ଲୁଟେରାଙ୍କୁ ଗିରଫ କରିଛି ପୋଲିସ । 32ଟି ବାଇକ ସହ 9 ଜଣ ଲୋଟେରାଙ୍କୁ କାବୁ କରିଛି ମାଲଗୋଦାମ ଥାନା ପୋଲିସ । ତେବେ ଏହି ଲୁଟେରାମାନେ କଟକ ସହ ଅନ୍ୟ ଜିଲ୍ଲା ମାନଙ୍କରେ ମଧ୍ୟ ସକ୍ରିୟ ରହିଥିଲେ । ଏହାକୁ ନେଇ ଟ୍ବିନ ସିିଟି ପୋଲିସ କମିଶନର ସୌମେନ୍ଦ୍ର ପ୍ରିୟଦର୍ଶୀ ସୂଚନା ଦେଇଛନ୍ତି ।

କମିଶନରେଟ ପୋଲିସ ହ୍ୟାଣ୍ଡକପରେ ବାଇକ ଲୁଟେରା ଗ୍ୟାଙ୍ଗ

ଏହି ଦିଗରେ ତଦନ୍ତପରେ ଉଦ୍ଧାର ହୋଇଥିବା ବାଇକ ମାଲିକ ମାନଙ୍କୁ ଫେରାଯିବ । କଟକ ଡିସିପିଙ୍କ ତତ୍ତ୍ବବଧାନରେ ଏହି ଆନ୍ତଃଜିଲ୍ଲା ବାଇକ ଲୁଟେରା ଗ୍ୟାଙ୍ଗଙ୍କୁ ଗିରଫ କରାଯାଇଛି । ପରବର୍ତ୍ତୀ ସମୟରେ ଏହି ବାଇକ ଗୁଡ଼ିକ କେଉଁଠୁ ଚୋରୀ ହୋଇଛି ତାହାର ତଦନ୍ତ କରାଯିବ । ଚୋରୀ ଗାଡ଼ିଗୁଡ଼ିକୁ ଯେଉଁମାନେ କିଣୁଥିଲେ ସେମାନଙ୍କୁ ମଧ୍ୟ ଗିରଫ କରାଯାଇଛି । ଅଭିଯୁକ୍ତ ମାନଙ୍କ ମଧ୍ୟରେ ପୁରୀ ଗଞ୍ଜାମ, ଅନୁଗୋଳ ଓ ପୁରୀ ଯୁବକ ସାମିଲ ରହିଛନ୍ତି ।

ଟ୍ବିନ୍ ସିଟି ଘଟୁଥିବା ବିଭିନ୍ନ ଅପରାଧରେ ଚୋରା ବାଇକର ବ୍ୟବହାର କରାଯାଉଛି । ଏଥିପାଇଁ ବର୍ତ୍ତମାନ ଚୋରୀ ହୋଇଥିବା ବାଇକ ଗୁଡି଼କୁ ଖୋଜି ବାହାର କରିବାକୁ ଉଭୟ ଭୁବନେଶ୍ବର ଓ କଟକରେ ଅଭିଯାନ ଆରମ୍ଭ କରିଛି କମିଶନରେଟ ପୋଲିସ । ଏହି କ୍ରମରେ ଆଜି ପ୍ରଥମେ କଟକ ମାଲଗୋଦାମ ଅଞ୍ଚଳରେ ଏହି ବଡ଼ଧରଣ ବାଇକ ଲୁଟେରାଙ୍କୁ ଗିରଫ କରିଛି ପୋଲିସ ।

କଟକରୁ ପ୍ରଭୁ କଲ୍ୟାଣ ପାଲ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.