ETV Bharat / city

ଚୋରା ମୋବାଇଲ ଫେରାଇଲା କଟକ କମିଶନରେଟ ପୋଲିସ

author img

By

Published : Jul 24, 2022, 6:56 AM IST

ଲୋକଙ୍କ ସର୍ବଦା ବିଶ୍ବାସ ଜିତୁଥିବା କଟକ କମିଶେନରେଟ ପୋଲିସକୁ ମିଳିଛି ପୁଣି ସଫଳତା । ଚୋରି ହୋଇଯାଇଥିବା ୧୬୦ଟି ମୋବାଇଲ ଫାେନକୁ ପ୍ରକୃତ ହିତାଧିକାରୀଙ୍କୁ ଫେରାଇଛି ପୋଲିସ । ତେବେ କଟକ କମିଶନରେଟ ପୋଲିସର ଏଭଳି କାମକୁ ନେଇ କୃତଜ୍ଞତା ଜଣାଇଛନ୍ତି ସାଧାରଣ ଲୋକେ । ଅଧିକ ପଢ଼ନ୍ତୁ

୧୬୦ଟି ଚୋରା ମୋବାଇଲ ଜବତ : ହିତାଧିକାରୀଙ୍କୁ ଫେରାଇଲା କଟକ କମିଶନରେଟ ପୋଲିସ

କଟକ: ପ୍ରାୟ ଦେଢ଼ ବର୍ଷ ପୂର୍ବେ କୋଭିଡ ଡ୍ୟୁଟି କରି ପଇସା ପାଇବା ପରେ ନୂଆ ମୋବାଇଲ କିଣିଥିଲି । ହେଲେ ଏକ ଘରୋଇ ହସ୍ପିଟାଲରେ ଡ୍ୟୁଟି କରୁଥିବା ସମୟରେ ମୋ ମୋବାଇଲ ଚୋରି ହୋଇଯାଇଥିଲା । ଏନେଇ ଥାନାରେ ଅଭିଯୋଗ କରିଥିଲି । ଆଜି ମୋର ମୋବାଇଲ ପାଇଗଲି । ଦେଢ଼ ବର୍ଷ ଧରି ମୋବାଇଲ ପାଇବାକୁ ଅନେକ ଚେଷ୍ଟା କରିଛି । ହେଲେ ଆଜି ମୁଁ ମୋ ଫୋନ୍ ପାଇ ବହୁତ ଖୁସି ଅଛି । ଏପରିକି ହଜିଲା ମୋବାଇଲ ପୁଣିଥରେ ପାଖରେ ପାଇ ଖୁସିରେ ବିଭୋର ହୋଇ କାନ୍ଦି ପକାଇଥିଲେ ଏହି ଯୁବତୀ ଜଣକ । ନିଜେ ରୋଜଗାର କରି ପଇସା କିଛି ସଞ୍ଚୟ କରି ମୋବାଇଲ କିଣିଥିଲେ କ୍ରିଷ୍ନା ସାଗରିକା ସିଂହ । ପୋଲିସ ଉକ୍ତ ଚୋରା ମୋବାଇଲକୁ ଫେରାଇଥିବାରୁ ପୋଲିସକୁ କୃତଜ୍ଞତା ଜଣାଇଛନ୍ତି । କେବଳ ସାଗରିକାଙ୍କ ଗୋଟିଏ ମୋବାଇଲ ନୁହେଁ ବରଂ ଆଜି ୧୬୦ଟି ଚୋରା ମୋବାଇଲକୁ ଜବତ କରି ପ୍ରକୃତ ହିତାଧିକାରୀଙ୍କୁ ଫେରାଇଛି କଟକ କମିଶନରେଟ ପୋଲିସ ।

ସହରର ବିଭିନ୍ନ ଥାନାରେ ଏହି ସବୁ ଚୋରି ମୋବାଇଲକୁ ଫେରାଇ ସାଧାରଣ ଲୋକଙ୍କ ଆସ୍ଥାଭାଜନ ହୋଇପାରିଛି ପୋଲିସ। ଅନେକ ସମୟରେ ଲୋକଙ୍କ ଖାମଖିଆଲି ନୀତି ଯୋଗୁଁ ମୋବାଇଲକୁ ହରାଇ ଥାଆନ୍ତି । କେତେବେଳେ ଗାଡ଼ି ଡ୍ରାଇଭିଂ ବେଳେ ଫୋନରେ କଥା ହେବା ସମୟରେ ଲୁଟେରାଙ୍କ ଶିକାର ହୋଇଥାନ୍ତି ତ କେତେବେଳେ ଅଜାଣତରେ ମୋବାଇଲକୁ ଅନ୍ୟତ୍ର ଛାଡି ଦେଇଥାନ୍ତି ଲୋକେ ।

ତେଣୁ ଏଥିପ୍ରତି ଜନସାଧାରଣ ସଚେତନ ରହିବାକୁ କଟକ ଡିସିପି ପରାମର୍ଶ ଦେଇଛନ୍ତି । ମୋବାଇଲରେ ଅନେକ ଗୁରୁତ୍ୱପୂର୍ଣ୍ଣ ତଥ୍ୟ ରହିଥାଏ । ମୋବାଇଲ ଚୋରି ହେବାପରେ ଅପରାଧୀମାନେ ଫୋନରେ ଥିବା ଗୁରୁତ୍ବପୂର୍ଣ୍ଣ ତଥ୍ୟ ନେଇ ଅନେକ ବେଆଇନ କାମରେ ଏହାକୁ ବିନିଯୋଗ କରିଥାଆନ୍ତି । ଏଥିପ୍ରତି ସମସ୍ତେ ଯଥେଷ୍ଟ ସତର୍କତା ଅବଲମ୍ବନ କରିବାକୁ ଡିସିପି ପରାମର୍ଶ ଦେଇଛନ୍ତି ।

ଇଟିଭି ଭାରତ, କଟକ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.