ETV Bharat / city

School Reopen in Cuttack: ଶିକ୍ଷାଧିକାରୀଙ୍କ ସହ ଆଲୋଚନା ପରେ ନିଆଯିବ ନିଷ୍ପତ୍ତି

author img

By

Published : Dec 30, 2021, 12:44 PM IST

କଟକରେ କୋଭିଡ଼ ସ୍ଥିତି ସମ୍ପର୍କରେ ଜିଲ୍ଲା ଶିକ୍ଷାଧିକାରୀଙ୍କ ସହିତ ଆଲୋଚନା ପରେ ପଞ୍ଚମ ଶ୍ରେଣୀ ଅଫଲାଇନ ପାଠପଢା ଉପରେ ନିଷ୍ପତ୍ତି ନିଆଯିବ । ସୂଚନା ଦେଲେ କଟକ ଜିଲ୍ଲାପାଳ । ଅଧିକ ପଢନ୍ତୁ

School Reopen in Cuttack: ଶିକ୍ଷାଧିକାରୀଙ୍କ ସହ ଆଲୋଚନା ପରେ ନିଆଯିବ ନିଷ୍ପତ୍ତି
School Reopen in Cuttack: ଶିକ୍ଷାଧିକାରୀଙ୍କ ସହ ଆଲୋଚନା ପରେ ନିଆଯିବ ନିଷ୍ପତ୍ତି

କଟକ: ପ୍ରଥମରୁ ପଞ୍ଚମ ଶ୍ରେଣୀ ଛାତ୍ରଛାତ୍ରୀଙ୍କ ଅଫଲାଇନ ପାଠପଢା ଆସନ୍ତା ଜାନୁଆରୀ ୩ ତାରିଖରେ ଆରମ୍ଭ ହେବାକୁ ଯାଉଛି । ନିଜ ନିଜ ଜିଲ୍ଲାର ସ୍ଥିତି ଦେଖି ସ୍କୁଲ ଖୋଲିବା ପାଇଁ ରାଜ୍ୟ ସରକାର ଜିଲ୍ଲା ପ୍ରଶାସନକୁ ଦାୟିତ୍ବ ଦେଇଛନ୍ତି । ତେବେ କଟକ ଶିକ୍ଷାଧିକାରୀଙ୍କ ସହିତ ଆଲୋଚନା ପରେ କଟକରେ ସ୍କୁଲ ଖୋଲିବା ନିଷ୍ପତ୍ତି ନିଆଯିବ ବୋଲି କହିଛନ୍ତି କଟକ ଜିଲ୍ଲାପାଳ ଭବାନୀ ଶଙ୍କର ଚୟିନୀ ।

ରାଜ୍ୟ ସରକାରଙ୍କ ଏହି ନିଷ୍ପତ୍ତି ଉପରେ ବିଭିନ୍ନ ଜିଲ୍ଲା ଭଳି କଟକ ଜିଲ୍ଲା ପ୍ରଶସାନ ମଧ୍ୟ ସ୍ଥିତି ଅନୁଧ୍ୟାନରେ ଲାଗି ପଡି଼ଛି । କଟକ ଜିଲ୍ଲାରେ କୋଭିଡ଼ର ସ୍ଥିତି ଠିକ ରହିଛି କିନ୍ତୁ ଜିଲ୍ଲା ଶିକ୍ଷାଧିକାରୀଙ୍କ ସହ ଆଲୋଚନା ପରେ ସ୍କୁଲ ଖୋଲିବା ନିଷ୍ପତ୍ତି ଗ୍ରହଣ କରାଯିବ ବୋଲି କହିଛନ୍ତି କଟକ ଜିଲ୍ଲାପାଳ । ତେବେ ସୂଚନା ଥାଉ କି ପ୍ରଥମରୁ ପଞ୍ଚମ ଶ୍ରେଣୀ ପର୍ଯ୍ୟନ୍ତ ଛାତ୍ରଛାତ୍ରୀଙ୍କ ପାଇଁ ଆସନ୍ତା ଜାନୁଆରୀ ୩ ତାରିଖରୁ ସ୍କୁଲରେ ଅଫଲାଇନ ପାଠପଢା ଆରମ୍ଭ କରିବା ନେଇ ଗଣଶିକ୍ଷା ବିଭାଗ ନିର୍ଦ୍ଦେଶନାମାରେ ପରେ ଏହାକୁ ନେଇ ଏବେ ଭିନ୍ନ ଭିନ୍ନ ସ୍ତରରେ ପ୍ରତିକ୍ରିୟା ପ୍ରକାଶ ପାଇଛି ।

ଏହା ବି ପଢନ୍ତୁ: Primary Schools To Reopen: ନୂଆବର୍ଷରୁ ଖୋଲିବ ପ୍ରଥମରୁ ପଞ୍ଚମ ଶ୍ରେଣୀ, ସକାଳ ୯ରୁ ୧୨ ଯାଏଁ ପାଠପଢା

କୋଭିଡ ସ୍ଥିତିରେ ସୁଧାର ଆସିଥିଲେ ମଧ୍ୟ ଓମିକ୍ରନ ସଂକ୍ରମଣ ଆଶଙ୍କା ବୃଦ୍ଧି ପାଇଥିବାରୁ ରାଜ୍ୟ ସରକାର ଏହି ନିଷ୍ପତ୍ତି ସମ୍ପର୍କରେ ପୂର୍ନବିଚାର କରିବାର ଆବଶ୍ୟକତା ରହିଥିବା ମତ ଦେଇଛନ୍ତି ଶିକ୍ଷାବିତ । ସେପଟେ ସଂକ୍ରମଣ ଭୟ ଯୋଗୁଁ ନିଜ ପିଲାଙ୍କୁ ସ୍କୁଲ ଛାଡ଼ିବା ପାଇଁ କିଛି ଅବିଭାବକ ଅମଙ୍ଗ ହେଉଥିବାବେଳେ ପ୍ରତି ଜିଲ୍ଲାର ସ୍ଥିତିକୁ ଦେଖି ପଞ୍ଚମ ଶ୍ରେଣୀ ପର୍ଯ୍ୟନ୍ତ ସ୍କୁଲ ଖୋଲିବା ନେଇ ନିଷ୍ପତ୍ତି ଗ୍ରହଣ କରାଯିବ ।

କଟକରୁ ପ୍ରଭୁକଲ୍ୟାଣ ପାଲ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.