ETV Bharat / city

ଆବାସ ଯୋଜନାରେ ଅନିୟମିତତା, ବିଜେପିର କାର୍ଯ୍ୟାନୁଷ୍ଠାନ ଦାବି

author img

By

Published : Jul 9, 2021, 10:31 PM IST

ପ୍ରଧାନମନ୍ତ୍ରୀ ଆବାସ ଯୋଜନା ଅନିୟମିତତା ପ୍ରସଙ୍ଗ, ସମ୍ପୃକ୍ତି ଥିବା ଅଧିକାରୀଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଦାବି କଲା କଟକ ବିଜେପି । ଅଧିକ ପଢ଼ନ୍ତୁ...

Cuttack BJP demand, firm action against officials, official  involved in Prime Minister Awas yojna irregularities, Awas yojna irregularities, ଆବାସ ଯୋଜନାରେ ଅନିୟମିତତା, ବିଜେପିର କାର୍ଯ୍ୟାନୁଷ୍ଠାନ ଦାବି, କଟକ ବିଜେପି
ଆବାସ ଯୋଜନାରେ ଅନିୟମିତତା, ବିଜେପିର କାର୍ଯ୍ୟାନୁଷ୍ଠାନ ଦାବି

କଟକ: ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ଅନିୟମିତା ଅଭିଯୋଗ କରି ବିଜେପି ପକ୍ଷରୁ ରାଜ୍ୟବ୍ୟାପି ବିକ୍ଷୋଭ ପ୍ରଦର୍ଶନ କରାଯାଇଛି । ଏହି ଅବସରରେ କଟକ ମହାନଗର ନିଗମ କାର୍ଯ୍ୟାଳୟ ସମ୍ମୁଖରେ ମଧ୍ୟ ପ୍ରତିବାଦ କରିଥିଲେ ବିଜେପି ନେତା ଓ କର୍ମୀ ।

ଏହା ସହିତ ସିଏମସି କତ୍ତୃପକ୍ଷଙ୍କୁ ଏକ ସ୍ମାରକ ପତ୍ର ମଧ୍ୟ ପ୍ରଦାନ କରାଯାଇଥିଲା । ଯୋଗ୍ୟ ହିତାଧିକାରୀଙ୍କୁ ବାଦ ଦେଇ ଅଯୋଗ୍ୟ ହିତାଧିକାରୀଙ୍କୁ ଏହି ଆବାସ ଯୋଜନାରେ ଘର ପ୍ରଦାନ କରାଇଥିବା ଅଭିଯୋଗ କରିଛି ଦଳ । ଏହି ଘଟଣାରେ ଯେଉଁ ଅଧିକାରୀ ମାନେ ସମ୍ପୃକ୍ତି ଅଛନ୍ତି, ସେମାନଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ସହ ସେମାନଙ୍କ ନାମ ପ୍ରକାଶ କରିବାକୁ ଦାବି କରିଛି କଟକ ନଗର ବିଜେପି।

କଟକରୁ ନାରାୟଣ ସାହୁ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.