ETV Bharat / city

ବଢିବାରେ ଲାଗିଛି ମୂର୍ତ୍ତି ଉଚ୍ଚତା ବିବାଦ, ବିଜେପି-ବିଜେଡି ମୁହାଁମୁହିଁ

author img

By

Published : Sep 12, 2021, 9:04 PM IST

ପାର୍ବଣରେ ମୂର୍ତ୍ତି ଉଚ୍ଚତା ଓ ସର୍ବସାଧାରଣଙ୍କ ଦର୍ଶନ ପ୍ରସଙ୍ଗରେ ରାଜ୍ୟ ସରକାର ନିଜ ଆଭିମୁଖ୍ୟ ସ୍ପଷ୍ଟ କରିବା ପରେ ଏହାକୁ ନେଇ କଟକରେ ତୀବ୍ର ପ୍ରତିକ୍ରିୟା ସୃଷ୍ଟି ହୋଇଛି । ଏହାର ଫାଇଦା ନେଇ ଆସନ୍ତାକାଲି(ସୋମବାର) 12 ଘଣ୍ଟିଆ କଟକ ବନ୍ଦ ଡ଼ାକରା ଦେଇଛି ବିଜେପି । ଅଧିକ ପଢନ୍ତୁ...

ମୂର୍ତ୍ତି ଉଚ୍ଚତାକୁ ନେଇ ଯୁଦ୍ଧ ସ୍ଥିତି: ବିଜେପିର ୧୨ ଘଣ୍ଟିଆ ବନ୍ଦ ଡାକରା

କଟକ: ପାର୍ବଣରେ ମୂର୍ତ୍ତି ଉଚ୍ଚତା ଓ ସର୍ବସାଧାରଣଙ୍କ ଦର୍ଶନ ପ୍ରସଙ୍ଗରେ ରାଜ୍ୟ ସରକାର ନିଜ ଆଭିମୁଖ୍ୟ ସ୍ପଷ୍ଟ କରିବା ପରେ ଏହାକୁ ନେଇ କଟକରେ ତୀବ୍ର ପ୍ରତିକ୍ରିୟା ସୃଷ୍ଟି ହୋଇଛି । ପୂଜା କମିଟି ଓ ସାମାଜିକ ସଂଗଠନ ରାଜ୍ୟ ସରକାରଙ୍କ ଏହି ନିଷ୍ପତ୍ତିକୁ ସହଜରେ ଗ୍ରହଣ କରିପାରୁ ନାହାନ୍ତି ।

ଦଶହରାରେ ମା'ଙ୍କ ମୂର୍ତ୍ତି ଉଚ୍ଚତା ବୃଦ୍ଧି ଓ ପରିସ୍ଥିତିକୁ ଦେଖି ସର୍ବସାଧାରଣ ଦର୍ଶନ ଅନୁମତି ଦେବା ଦାବି ନେଇ ଆସନ୍ତା କାଲି(ସୋମବାର) 12 ଘଣ୍ଟିଆ କଟକ ବନ୍ଦ ଡ଼ାକରା ଦେଇଛି ବିଜେପି । ସକାଳ 6 ରୁ ସନ୍ଧ୍ୟା 6 ପର୍ଯ୍ୟନ୍ତ ହେବାକୁ ଥିବା ଏହି ବନ୍ଦକୁ ସଫଳ କରିବା ପାଇଁ ଦଳ ପକ୍ଷରୁ ସହରର ପ୍ରଚାର ମଧ୍ୟ ଆରମ୍ଭ ହୋଇଛି । ଏହି ବନ୍ଦରେ ସାମିଲ ହେବା ସହ ସହରର ସମସ୍ତ ବ୍ୟବସାୟିକ ପ୍ରତିଷ୍ଠାନକୁ ବନ୍ଦ କରିବା ପାଇଁ ସହରବାସୀଙ୍କୁ ଆହ୍ବାନ ଦେଇଛି ବିଜେପି । ଏହାସହିତ ଆସନ୍ତାକାଲି ସହରର ବିଭିନ୍ନ ସ୍ଥାନରେ ପିକେଟିଂ କରାଯିବା ସହ ପ୍ରମୁଖ ଛକ ଗୁଡ଼ିକରେ ପ୍ରତିବାଦ କରିବାକୁ ଯୋଜନା କରିଛି ବିଜେପି । ତେବେ ଏହି ବନ୍ଦରୁ ଅତ୍ୟାବଶ୍ୟକୀୟ ସେବାକୁ ବାଦ ଦିଆଯାଇଥିବା କହିଛନ୍ତି ବିଜେପି ନେତା ସମୀର ଦେ । ସେପଟେ ରାଜ୍ୟ ସରକାର ପାର୍ବଣରେ କୋଭିଡ ସଂକ୍ରମଣ ବୃଦ୍ଧି ଆଶଙ୍କା କରି ଏହି ନିର୍ଦ୍ଦେଶନାମା ଜାରି କରିଛନ୍ତି । କିନ୍ତୁ, ବିଜେପି ସହରବାସୀଙ୍କ ଭାବାବେଗକୁ ଢାଲ କରି ନିଜର ସ୍ଥିତି ବଞ୍ଚାଇ ରଖିବାକୁ ଉଦ୍ୟମ କରୁଥିବା କହିଛନ୍ତି କଟକ ଜିଲ୍ଲା ବିଜେଡି ସଭାପତି ଦେବାଶିଷ ସାମନ୍ତରାୟ ।

କଟକ ସହରର ପୂଜା କମିଟି ଓ ଶାନ୍ତି କମିଟିର ପାରମ୍ପରିକ ଉଚ୍ଚତା ବିଶିଷ୍ଟ ମୂର୍ତ୍ତି ପୂଜା ଓ ପୂଜାରେ ମା'ଙ୍କ ଦର୍ଶନ ଅନୁମତି ପ୍ରସ୍ତାବକୁ ରାଜ୍ୟ ସରକାର ଅଗ୍ରାହ୍ୟ କରିବା ପରେ ଏହାକୁ ନେଇ ସହରରେ ପ୍ରତିକ୍ରିୟା ଆରମ୍ଭ ହୋଇଛି । ଏନେଇ ଗତକାଲି(ଶନିବାର) ବସିଥିବା ଏକ ଜରୁରୀ ବୈଠକରେ ଏହି ପ୍ରସଙ୍ଗରେ ସିଧାସଳଖ ମୁଖ୍ୟମନ୍ତ୍ରୀଙ୍କ ଦୃଷ୍ଟି ଆକର୍ଷଣ କରିବା ପାଇଁ ପ୍ରସ୍ତାବ ଗୃହୀତ ହୋଇଥିଲା । ଏହି ପ୍ରସ୍ତାବ ମୁତାବକ ସାଂସଦ ଭର୍ତ୍ତୃହରି ମହତାବଙ୍କ ନେତୃତ୍ବରେ ଏକ ପ୍ରତିନିଧି ଦଳ ଆସନ୍ତା 16 ତାରିଖ ଦିନ ମୁଖ୍ୟମନ୍ତ୍ରୀଙ୍କ ସହ ଆଲୋଚନା କରିବାର କାର୍ଯ୍ୟକ୍ରମ ଥିଲା । ସେହି ଆଲୋଚନାରୁ ମିଳିଥିବା ଫଳାଫଳକୁ ଆଧାର କରି 17 ତାରିଖ ଦିନ ହେବାକୁ ଥିବା ପୂଜା କମିଟି ବୈଠକରେ ଆଗାମୀ କାର୍ଯ୍ୟପନ୍ଥା ଗ୍ରହଣ କରାଯିବ ବୋଲି ସ୍ଥିର ହୋଇଛି । ତେବେ ବିଜେପି ପକ୍ଷରୁ ଡ଼କାଯାଇଥିବା ବନ୍ଦ ଡ଼ାକରାକୁ କିଛି ପୂଜା ମଣ୍ଡପ ଖୋଲାଖୋଲି ସମର୍ଥନ କରୁଥିବାବେଳେ କଟକ ମହାନଗର ଶାନ୍ତି କମିଟି ଓ ପୂଜା କମିଟି ଏଥିରୁ ନିଜକୁ ଦୂରେଇ ରଖିଛି । ତେବେ ବିଜେପିର ଏହି ବନ୍ଦ ଡ଼କରା ମା’ ଦୁର୍ଗାଙ୍କ ମୂର୍ତ୍ତି ଉଚ୍ଚତାକୁ ବୃଦ୍ଧି କରିବାରେ କେତେ ସକ୍ଷମ ହେଉଛି ତାହା ଆଗାମୀ ଦିନରେ ସ୍ପଷ୍ଟ ହେବ ।

କଟକରୁ ପ୍ରଭୁକଲ୍ୟାଣ ପାଲ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.