କଟକ: ସ୍କୁଲ ପିଲାଙ୍କୁ ଅସ୍ତ୍ର କରି ବସ୍ତି ଉଚ୍ଛେଦ ରୋକିବା ଅମୂଳକ । କଟକ ଏସସିବି ମେଡିକାଲ ସମ୍ପ୍ରସାରଣ ପାଇଁ ଅନେକ ବସ୍ତିକୁ ଉଛେଦ କରିବାକୁ ଯୋଜନା କରିଛି ଜିଲ୍ଲା ପ୍ରଶାସନ । ଏହି କ୍ରମରେ ଉଛେଦ ପ୍ରକ୍ରିୟା ମଧ୍ୟ ଆରମ୍ଭ ହୋଇଛି ।
ଯେଉଁ ବସ୍ତି ବାସିନ୍ଦାଙ୍କୁ ଉଚ୍ଛେଦ କରାଯାଉଛି ସେମାନଙ୍କ ପାଇଁ ବାଲିସାହିରେ ସ୍ଥାନ ଚିହ୍ନଟ ହୋଇଛି । ସେଠାରେ ବସ୍ତି ବାସିନ୍ଦା ରହିବା ପାଇଁ ସମସ୍ତ ପ୍ରକାରର ବ୍ୟବସ୍ଥା କରାଯାଇଛି । ଗତକାଲି ଯେଉଁ ବସ୍ତି ବାସିନ୍ଦାଙ୍କ କିଛି ପ୍ରତିନିଧି ଦଳ ଯେପରି ଛାତ୍ରଛାତ୍ରୀ ମାନଙ୍କୁ ରାଜରାସ୍ତାକୁ ଆଣିଥିଲେ । ସେମାନଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ହେବା ଆବଶ୍ୟକ । ତେବେ ଏ ଭଳି ସ୍ଥିତିକୁ ଦେଖି ଜିଲ୍ଲା ପ୍ରଶାସନ ଜିଲ୍ଲା ଚାଇଲଡ଼ ଲାଇନ ସହ ମଧ୍ୟ ଆଲୋଚନା କରିଛନ୍ତି । ତେବେ ବସ୍ତି ଉଛେଦ ମଧ୍ୟରେ ଛୋଟ ଛୋଟ ଛାତ୍ରଛାତ୍ରୀଙ୍କୁ ରାଜରାସ୍ତାକୁ ଆଣିବା କେତେଦୂର ଠିକ ବୋଲି କଟକ ଜିଲ୍ଲାପାଳ କହିଛନ୍ତି ।
କଟକରୁ ପ୍ରଭୁକଲ୍ୟାଣ ପାଲ,ଇଟିଭି ଭାରତ