କଟକ: ଚଳିତ ବର୍ଷ ମଧ୍ୟ ବନ୍ଦ ରହିବ କଟକ ବାଲିଯାତ୍ରା । ଏନେଇ କଟକ ଜିଲ୍ଲାପାଳ ଭବାନୀଶଙ୍କର ଚୟିନୀ ସୂଚନା ଦେଇଛନ୍ତି । କୋରୋନା କଟକଣା ଯୋଗୁଁ ଗତ ବର୍ଷ ମଧ୍ୟ ହୋଇନଥିଲା କଟକ ବାଲିଯାତ୍ରା ।
କଟକ ଜିଲ୍ଲାପାଳ କହିଛନ୍ତି ଯେ ଏ ବର୍ଷ ମଧ୍ୟ ହେବ ନାହିଁ କଟକ ଐତିହାସିକ ବାଲିଯାତ୍ରା । କୋଭିଡ ସ୍ଥିତିକୁ ଆଖି ଆଗରେ ରଖି ବାଲିଯାତ୍ରା କରିବା ସମ୍ଭବପର ନୁହେଁ କୋଭିଡ କମିଛି ହେଲେ ଏଯାବତ ମୂଳତ୍ପାଟନ ହୋଇନାହିଁ । ଯାହାକୁ ନେଇ ବାଲିଯାତ୍ରା କରିବା ସମ୍ଭବପର ନୁହେଁ ।
ସେହିପରି ବୋଇତ ବନ୍ଦାଣ କାର୍ଯ୍ୟକ୍ରମ କୋଭିଡ କଟକଣା ମଧ୍ୟରେ ହେବ। ସାମୁହିକ ବନ୍ଦାଣ ଉତ୍ସବ ସିଧାସଳଖ ବାରଣ କରିଛି ଜିଲ୍ଲା ପ୍ରଶାସନ। କୋରୋନା କଟକଣା ଯୋଗୁଁ ଗତ ଦୁଇ ବର୍ଷ ହେଲା ବନ୍ଦ ରହିଛି ଐତିହାସିକ କଟକ ବାଲିଯାତ୍ରା ।
କଟକରୁ ପ୍ରଭୁକଲ୍ୟାଣ ପାଲ,ଇଟିଭି ଭାରତ