ETV Bharat / city

ସିଲଭର ସିଟିରେ 'ଟବାକୋକୁ ନାଁ' ହେବ ସଫଳ, ପ୍ରସ୍ତୁତ ହେଲା ପ୍ରଶାସନ - କଟକ ଜିଲ୍ଲା ପ୍ରଶାସନ

କଟକରେ ଟବାକୋ ନିୟନ୍ତ୍ରଣ ପାଇଁ ଯୋଜନା ପ୍ରସ୍ତୁତ କଲା ଜିଲ୍ଲା ପ୍ରଶାସନ । ତମ୍ବାକୁ ବ୍ୟବସାୟ କଲେ ନିଆଯିବ ଦୃଢ଼ କାର୍ଯ୍ୟାନୁଷ୍ଠାନ । ଅଧିକ ପଢନ୍ତୁ...

କଟକରେ 'ଟବାକୋକୁ ନାଁ' ହେବ ସଫଳ, ପ୍ରସ୍ତୁତ ହେଲା ପ୍ରଶାସନ

author img

By

Published : Nov 5, 2021, 2:44 PM IST

କଟକ: ଟବାକୋ ନିୟନ୍ତ୍ରଣ ପାଇଁ ଯୋଜନା ଆରମ୍ଭ କଲା କଟକ ପ୍ରଶାସନ । ଅଣ୍ଡର ନ୍ୟାସନାଲ ଟବାକୋ କଣ୍ଟ୍ରୋଲ ପ୍ରୋଗ୍ରାମ (NTCP) ଅଧୀନରେ ଜାରି ରହିଥିବା 'ଟବାକୋକୁ ନାଁ' ଅଭିଯାନକୁ କିପରି ବିଧିବଦ୍ଧ ଭାବରେ କାର୍ଯ୍ୟକ୍ଷମ କରିହେବ ସେନେଇ କଟକ ଜିଲ୍ଲାପାଳଙ୍କ ସମ୍ମିଳନୀ କକ୍ଷରେ ଏକ ବୈଠକ ଅନୁଷ୍ଠିତ ହୋଇଛି ।

କଟକରେ 'ଟବାକୋକୁ ନାଁ' ହେବ ସଫଳ, ପ୍ରସ୍ତୁତ ହେଲା ପ୍ରଶାସନ

ବିଶେଷକରି ଜନ ସଚେତନତା ମାଧ୍ୟମରେ ସାଧାରଣ ଲୋକେ କିପରି ତମ୍ବାକୁ ଠୁ ଦୂରେଇ ରହିବେ ତାହା ଉପରେ ଆଲୋଚନା ହୋଇଛି । ଏହାଛଡା ସ୍କୁଲ, କଲେଜ ଓ ଅନ୍ୟାନ୍ୟ ଶିକ୍ଷାନୁଷ୍ଠାନ ନିକଟରେ ପାନ ଗୁଟୁଖା ବିକ୍ରି କରୁଥିବା ଦୋକାନୀମାନଙ୍କୁ ଅନ୍ୟତ୍ର ସ୍ଥାନାନ୍ତର ପାଇଁ ନିଆଯିବ ପଦକ୍ଷେପ । ଯେଉଁ ଦୋକାନରେ ମାଳମାଳ ଗୁଟଖା ବିକ୍ରି ହେଉଛି ସେହି ଦୋକାନ ମାନଙ୍କରେ ପ୍ରଶାସନ ପକ୍ଷରୁ ଚଢ଼ାଉ କରାଯିବା ନେଇ ଏହି ବୈଠକରେ ନିଷ୍ପତି ହୋଇଛି ।

ବୈଠକରେ ଜିଲ୍ଲା ସ୍ବାସ୍ଥ୍ୟ ଅଧକାରୀ ସତ୍ୟବ୍ରତ ଛୋଟରାଏ, କଟକ ମହାନଗର ନିଗମ ଓ ପୋଲିସ ପ୍ରଶାସନର ଅଧିକାରୀ ଉପସ୍ଥିତ ଥିଲେ ।

କଟକରୁ ପ୍ରଭୁକଲ୍ୟାଣ ପାଲ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.