କଟକ: କଟକର ବହି ବନ୍ଧାଳୀ ଅଭିମନ୍ୟୁ ଦାସଙ୍କୁ ପ୍ରଶଂସା କରିଛନ୍ତି କ୍ରିକେଟର ମହମ୍ମଦ କୈଫ । ଅଭିମନ୍ୟୁ କ୍ୟାନସର ପୀଡିତଙ୍କର ସେବା କରୁଥିବାରୁ କୈଫ ତାଙ୍କୁ ଉତ୍ସାହିତ କରିଛନ୍ତି । ଏନେଇ ସେ ନିଜ ଟ୍ବିଟର ପେଜରେ ଉଲ୍ଲେଖ କରିଛନ୍ତି।
ସେ ନିଜ ଟ୍ବିଟରରେ ଲେଖିଛନ୍ତି, ଓଡିଶାର ଜଣେ ବହି ବନ୍ଧାଳୀ ଅଭିମନ୍ୟୁ ଦାସ କ୍ୟାନସର କାରଣରୁ ନିଜ ମାଆ ଓ ଆତ୍ମୀୟଙ୍କୁ ହରାଇଥିଲେ । ତାପରେ ସେ ଗରିବ କ୍ୟାନସର ପୀଡିତଙ୍କୁ ସାହାଯ୍ୟ କରିଆସୁଛନ୍ତି । ଏପରିକି କ୍ୟାନସରରେ ମୃତ ଲୋକମାନଙ୍କ ଶେଷକୃତ୍ୟ ମଧ୍ୟ କରୁଛନ୍ତି । ମାନବ ସେବା ହିଁ ମାଧବ ସେବା ବୋଲି ସେ ଉଲ୍ଲେଖ କରିଛନ୍ତି ।
ଉଲ୍ଲେଖଯୋଗ୍ୟ କଟକରେ ଅଭିମନ୍ୟୁଙ୍କ ମାଆ ଓ ଆତ୍ମୀୟଙ୍କ କ୍ୟାନସରରେ ମୃତ୍ୟୁ ହୋଇଥିଲା । ଏହାପରେ ସେ କ୍ୟାନସରରେ ପୀଡିତ ଲୋକଙ୍କର ସେବା କରିବାକୁ ମନସ୍ତ କରିଥିଲେ । ଏହାପରଠାରୁ ସେ ଗରିବ କ୍ୟାନସର ରୋଗୀଙ୍କ ଚିକିତ୍ସା କରି ଆସୁଛନ୍ତି । ସେପରି କ୍ୟାନସରରେ ମୃତ୍ୟୁ ହେଉଥିବା ଅଜଣା ଲୋକଙ୍କ ମରଶରୀରର ଦାହ ସଂସ୍କାର ମଧ୍ୟ ସେ କରଛନ୍ତି । ତାଙ୍କର ଏହି ଉଦ୍ୟମକୁ ପ୍ରଶଂସା କରାଯାଉଛି ।
ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ