ETV Bharat / city

ନିଜ ପକେଟରୁ ଗାଁ ମଶାଣିରେ ରାସ୍ତା କଲେ ସ୍ବେଚ୍ଛାସେବୀ, ବିଲ କରି ଟଙ୍କା ନେଇଗଲେ ସରକାରୀ ବାବୁ ! - niali block of cuttack

ଗୋଟିଏ ମଶାଣୀ ଦୁଇଟି ରାସ୍ତା । ତାହା ପୁଣି ରାସ୍ତା ସ୍ବେଚ୍ଛାସେବୀଙ୍କ ଟଙ୍କାରେ ନିର୍ମାଣ ହୋଇଥିବା ବେଳେ ଅନ୍ୟ ଏକ ରାସ୍ତା ସରକାରୀ ଅର୍ଥରେ ନିର୍ମାଣ କରି ଅର୍ଥ ହରିଲୁଟ କରୁଛନ୍ତି ସରକାରୀ ଅଧିକାରୀ । ଏ ନେଇ ନିଆଳି ବ୍ଲକ ଅଧିକାରୀଙ୍କ ବିରୋଧରେ ସାଙ୍ଘାତିକ ଅଭିଯୋଗ ହୋଇଛି । ଅଧିକ ପଢନ୍ତୁ...

cremation ground road construction Corruption in niali block of cuttack
ନିଜ ପକେଟ ଅର୍ଥରୁ ଗାଁ ମଶାଣିରେ ରାସ୍ତା କଲେ ସ୍ବେଚ୍ଛାସେବୀ, ବିଲ କରି ଟଙ୍କା ନେଇଗଲେ ସରକାରୀ ବାବୁ!
author img

By

Published : May 30, 2021, 8:26 PM IST

କଟକ: ଗୋଟିଏ ମଶାଣୀ ଦୁଇଟି ରାସ୍ତା । ତାହା ପୁଣି ଗୋଟିଏ ରାସ୍ତା ସ୍ବେଚ୍ଛାସେବୀଙ୍କ ଟଙ୍କାରେ ନିର୍ମାଣ ହୋଇଥିବାବେଳେ ଅନ୍ୟ ଏକ ରାସ୍ତା ସରକାରୀ ଅର୍ଥରେ ନିର୍ମାଣ କରି ଅର୍ଥ ହରିଲୁଟ କରିଛନ୍ତି ସରକାରୀ ଅଧିକାରୀ । ଏ ଭଳି ଘଟଣା ଘଟିଛି କଟକ ଜିଲ୍ଲା ନିଆଳି ବ୍ଲକରେ । ଏ ନେଇ ନିଆଳି ବ୍ଲକ ଅଧିକାରୀଙ୍କ ବିରୋଧରେ ସାଙ୍ଘାତିକ ଅଭିଯୋଗ ହୋଇଛି ।

ନିଜ ପକେଟ ଅର୍ଥରୁ ଗାଁ ମଶାଣିରେ ରାସ୍ତା କଲେ ସ୍ବେଚ୍ଛାସେବୀ, ବିଲ କରି ଟଙ୍କା ନେଇଗଲେ ସରକାରୀ ବାବୁ!

କଟକ ଜିଲ୍ଲା ନିଆଳି ବ୍ଲକରେ ଜଣେ ସ୍ବେଚ୍ଛାସେବୀ ନିଜ ପକେଟରୁ ଖର୍ଚ୍ଚ କରି ନିଜ ଗ୍ରାମର ମଶାଣୀ ପାଇଁ ଗତବର୍ଷ ଅକ୍ଟୋବର ୨୯ ତାରିଖରେ ରାସ୍ତା ତିଆରି କରିଥିଲେ। ମାତ୍ର ସରକାରୀ ଅର୍ଥରେ ଏହି କାର୍ଯ୍ୟ ନିର୍ମାଣ କରାଯାଇଥିବା ଦର୍ଶାଇ ବିଲ କରି ସରକାରୀ ଅର୍ଥକୁ ହଡପ କଲେ ନିଆଳି ବ୍ଲକ ଅଧିକାରୀ। ଏପରିକି ଚଳିତବର୍ଷ ମାର୍ଚ୍ଚ ମାସରୁ ବିଲ କରି ଟଙ୍କା ଉଠାଇଛନ୍ତି ସରକାରୀ ବାବୁ। ଏନେଇ ସ୍ବେଚ୍ଛାସେବୀ ଜଣକ ଖବର ପାଇ ଅଭିଯୋଗ କରିବାରୁ ଅତି ତରବରିଆ ଭାବରେ ଯୁଦ୍ଧକାଳୀନ ଭିତ୍ତିରେ ଉକ୍ତ ମଶାଣିରେ ଆଉ ଏକ ରାସ୍ତା ନିର୍ମାଣ କରାଯାଉଛି। ଆଉ ଇଏ ହେଉଛି ତାହାର EXCLUSIVE ଚିତ୍ର।

ତେବେ ଗୋଟିଏ ମଶାଣି ପାଇଁ ଗୋଟିଏ ରାସ୍ତା ରହିଥିବା ବେଳେ ଅନ୍ୟ ଏକ ରାସ୍ତା କାହିଁକି କରାଯାଇଛି ବୋଲି ପ୍ରଶ୍ନ କରିଛନ୍ତି ଗ୍ରାମବାସୀ। ଧରାପଡିବା ଭୟରେ ଅନ୍ୟ ଏକ ରାସ୍ତା ନିର୍ମାଣ କରାଯାଉଥିବା ଅଭିଯୋଗ କରିଛନ୍ତି ଗ୍ରାମବାସୀ। ଗତ ଅକ୍ଟୋବର ମାସରେ ସମ୍ପୂର୍ଣ୍ଣ ବିଲ ଉଠାଇ ଅଭିଯୋଗ ପରେ ଅନାବଶ୍ୟକ ଭାବରେ କାହିଁକି କାର୍ଯ୍ୟ କରାଯାଉଛି ବୋଲି ଗ୍ରାମବାସୀ ମାନେ ଅଭିଯୋଗ କରିଛନ୍ତି। ଏହି ଘଟଣାର ତଦନ୍ତ କରି ସରକାରୀ ବାବୁଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଗ୍ରାମବାସୀ ମାନେ ଅଭିଯୋଗ କରିଛନ୍ତି। ଏନେଇ ସମୃକ୍ତ ଅଧିକାରୀ ଜଣକ କୌଣସି ପ୍ରତିକ୍ରିୟା ଦେଇନାହାନ୍ତି।

ସୂଚନାଯୋଗ୍ୟ ନିଆଳି ବ୍ଲକ ଅଲଣା ପଞ୍ଚାୟତ ଅନ୍ତର୍ଗତ ମହଙ୍ଗ ଗ୍ରାମରେ ଥିବା ମଶାଣିକୁ ରାସ୍ତା ଟିଏ ନଥିଲା। ଉକ୍ତ ଗ୍ରାମର ପ୍ରକାଶ ପଣ୍ଡା ନାମକ ଜଣେ ସ୍ଥାନୀୟ ବ୍ୟକ୍ତି ନିଜ ପକେଟରୁ ଅର୍ଥଖର୍ଚ୍ଚ କରି ଗତବର୍ଷ ଅକ୍ଟୋବର ୨୯ ତାରିଖରେ ଏକ ରାସ୍ତା ନିର୍ମାଣ କରିଥିଲେ। ମାତ୍ର ଏହାକୁ ସରକାରୀ ବାବୁ ଜଣକ ବିଲ କରି ଟଙ୍କା ଉଠାଇ ନେଇଛନ୍ତି। ସମ୍ପୃକ୍ତ ସ୍ବେଚ୍ଛାସେବୀ ଜଣକ ଏହା ଜାଣି ଅଭିଯୋଗ କରିଥିଲେ। ଧରା ପଡିବା ଭୟରେ ଉକ୍ତ ମଶାଣିକୁ ଅତି ତରବରିଆ ଭାବରେ ଆଉ ଏକ ରାସ୍ତା ନିର୍ମାଣ କରୁଛନ୍ତି।

କଟକରୁ ନାରାୟଣ ସାହୁ,ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.