କଟକ: ସିଲଭରସିଟିରେ ଉଡିଲା ଫଗୁ । ଏହି ଖୁସିରେ ସାମିଲ ହେଲେ ସହରର ଆବାଳ ବୃଦ୍ଧ ବନିତା । ବିଭିନ୍ନ ପ୍ରକାରର ରଙ୍ଗରେ ରଙ୍ଗୀନ ହେଲେ ସହରବାସୀ । କିନ୍ତୁ ସହରର କ୍ରିଏଟିଭ ଆର୍ଟିଷ୍ଟ ଗ୍ରୁପ ପକ୍ଷରୁ ନିଆରା ଢଙ୍ଗରେ ପାଳନ କରାଯାଇଛି ହୋଲି ।
କଟକ ଗଡଗଡ଼ିଆ ମନ୍ଦିର ପ୍ରାଙ୍ଗଣରେ ଗ୍ରୁପ ପକ୍ଷରୁ ରଙ୍ଗ ତୁଳିରେ ତିଆରି କରିଥିଲେ ବିଭିନ୍ନ ଚିତ୍ର। ଯାହାକୁ ଦେଖିବା ପାଇଁ ପ୍ରବଳ ଭିଡ ଜମିଥିଲା । ସ୍କୁଲ ପିଲାଙ୍କଠାରୁ ଆରମ୍ଭ କରି ବୁଦ୍ଧିଜୀବୀ, ଶିକ୍ଷକମାନେ ତୁଳି ସାହାଯ୍ୟରେ ଆଙ୍କିଥିଲେ ଅନେକ ବାସ୍ତବ ଚିତ୍ର । ଯାହା ବେଶ ମନୋରମ ଓ ହୃଦୟ ସ୍ପର୍ଶୀ । ଏହାସହିତ ସମାଜରେ ଘଟୁଥିବା ପ୍ରତ୍ୟେକ ଘଟଣାର ବାସ୍ତବ ଚିତ୍ର ମଧ୍ୟ ଏହି ଚିତ୍ରରେ ପରିଲକ୍ଷିତ ହେଉଥିଲା।
ବୟସ ମାତ୍ର 5 ରୁ 6 ବର୍ଷ ହେବ କିନ୍ତୁ ଚିତ୍ରକଳା ସାହାଯ୍ୟରେ ଓଡିଶାର ବାସ୍ତବ ଚିତ୍ର, ଧର୍ମୀୟ ଭାବନ, ତୁଳି ସାହଯ୍ୟରେ ବର୍ଣ୍ଣନା କରିଛନ୍ତି ସମସ୍ତେ । ଯାହା ସବୁ କୁନି ପିଲାଙ୍କ ମଧ୍ୟରେ ଆନନ୍ଦ ଓ ଉଦ୍ଦୀପନା ଭରି ରହିଛି ।
କଟକରୁ ପ୍ରଭୁ କଲ୍ୟାଣ ପାଲ, ଇଟିଭି ଭାରତ