କଟକ: ଲଘୁଚାପ ବର୍ଷା ଯୋଗୁଁ ବାଣ ବେପାର ମାନ୍ଦା ହୋଇଛି । ଷ୍ଟଲ ଖୋଲି ଥିଲେ ବି ବେପାର ନାହିଁ । ସେଥିପାଇଁ ଚିନ୍ତାରେ ପଡିଛନ୍ତି ବାଣ ବ୍ୟବସାୟୀ ।
ବ୍ୟବସାୟୀମାନେ ଲକ୍ଷାଧିକ ଟଙ୍କାର ବାଣ ଆଣି ଥିବାବେଳେ ବର୍ଷା ଯୋଗୁଁ ଲୋକଙ୍କ ଦେଖାନାହିଁ । ଆଉମାତ୍ର ଗୋଟିଏ ଦିନ ବାକି ଥିଲାବେଳେ ପାଗ ଯଦି ଭଲ ରୁହେ ତେବେ ବ୍ୟବସାୟ ହେବ ବୋଲି ଆଶା ରଖିଛନ୍ତି ବାଣ ବ୍ୟବସାୟୀ ।
କଟକରୁ ନାରାୟଣ ସାହୁ, ଇଟିଭି ଭାରତ