କଟକ: ରାଜ୍ୟରେ ହୁ ହୁ ହୋଇ ବଢିଚାଲିଛି କୋଭିଡ୍ ସଂକ୍ରମଣ । ଏହାକୁ ଦୃଷ୍ଟିରେ ରଖି କଟକ ବଡ ମେଡିକାଲକୁ ସମ୍ପୂର୍ଣ୍ଣ ପ୍ରସ୍ତୁତ କରାଯାଇଛି । ବର୍ତ୍ତମାନ ସୁଦ୍ଧା ବେଡ ସଂଖ୍ୟା ବୃଦ୍ଧି କରାଯାଇଛି । 500 ଶଯ୍ୟା ବୃଦ୍ଧି ନେଇ ଲକ୍ଷ୍ୟ ରଖାଯାଇଛି । ଏହାଛଡା ଅମ୍ଳଜାନ ଆବଶ୍ୟକତାକୁ ମଧ୍ୟ ବୃଦ୍ଧି କରାଯାଇଛି ।
ଯାହାଦ୍ବାରା କୋଭିଡ ମୃତ୍ୟ ସଂଖ୍ୟା କମିପାରିବ । ଡାକ୍ତର ଓ ମେଡିକାଲ କର୍ମଚାରୀମାନେ ସେବା ଯୋଗାଇବା ଦିଗରେ ନିଜର ଅଦମ୍ୟ ପ୍ରୟାସ ଜାରି ରଖିଛନ୍ତି । ଆଉ ଆଶା ରହିଛି ଆଗମୀ ଦିନରେ ଏସବିରେ କୋଭିଡ ଜନିତ ମୃତ୍ୟୁ ସଂଖ୍ୟା ଜିରୋରେ ପହଞ୍ଚିବ ।
କଟକରୁ ପ୍ରଭୁ କଲ୍ୟାଣ ପାଲ, ଇଟିଭି ଭାରତ