କଟକ: ସିଲଭର ସିଟି କଟକରେ ଚିନ୍ତା ବଢାଇଛି କୋରୋନା ସଂକ୍ରମଣ । ଆଜି(ଗୁରୁବାର) 200 ପାର ହୋଇଛି ଆକ୍ରାନ୍ତଙ୍କ ସଂଖ୍ୟା । ଅନ୍ୟପଟେ କୋରୋନାକୁ ପ୍ରତିହତ କରିବାକୁ ସିଏମସି ପକ୍ଷରୁ କୋଭିଡ ଏନଫୋର୍ସମେଣ୍ଟ ଜୋରଦାର କରାଯାଇଛି ।
ସଂକ୍ରମଣ ବୃଦ୍ଧିକୁ ଦୃଷ୍ଟିରେ ରଖି ବର୍ତ୍ତମାନ ସୁଦ୍ଧା ସହରରେ ଦୁଇଟି କୋଭିଡ କେୟାର ଖୋଲାଯାଇଛି । ସେଠାରେ କମ୍ ଲକ୍ଷଣ ସମ୍ପନ୍ନ ସଂକ୍ରମିତଙ୍କୁ ରଖାଯାଇ ଚିକିତ୍ସା କରାଯାଉଛି । ଏହାସହ ଆକ୍ଟିଭ ସର୍ଭିଲାନ୍ସ ଓ କଣ୍ଟାକ୍ଟ ଟ୍ରେସିଂକୁ ମଧ୍ୟ ଜୋରଦାର କରାଯାଇଛି । ଯେହେତୁ ଟେଷ୍ଟଂ ବଢ଼ିଛି, ଏଣୁ ଆକ୍ରାନ୍ତଙ୍କ ସଂଖ୍ୟା ମଧ୍ୟ ବୃଦ୍ଧି ପାଉଛି । ତେବେ ବିଚଳିତ ନ ହୋଇ ଟେଷ୍ଟ କରିବା ଆବଶ୍ୟକ । କାରଣ ଯଦି ଶରୀରରେ କୋଭିଡ଼ ଥିବ ତେବେ ତାହା ସୁପର ସ୍ପ୍ରେଡର ହେବାର ସମ୍ଭାବନା ରହିଛି ବୋଲି ସିଏମସି ସ୍ବାସ୍ଥ୍ୟ ଅଧିକାରୀ ପ୍ରକାଶ କରିଛନ୍ତି । ସେହିଭଳି କଟକର କୋଭିଡ ସ୍ଥିତିକୁ ଆଖି ଆଗରେ ରଖି ସିଏମସି ତାର ଯୋଜନା ଜାରି ରଖିଛି ।
କଟକରୁ ପ୍ରଭୁକଲ୍ୟାଣ ପାଲ, ଇଟିଭି ଭାରତ