କଟକ : ହାଇକୋର୍ଟ ଏକ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନେଇଛନ୍ତି । ଫେବୃଆରୀ ୧୫ ରୁ ସ୍ବାଭାବିକ ହେବ ନିମ୍ନ ଅଦାଲତ ଏବଂ ଟ୍ରିବୁନାଲ ଅଦାଲତ କାର୍ଯ୍ୟ । ଏଥି ସହିତ ହାଇକୋର୍ଟର କାର୍ଯ୍ୟଧାରା ମଧ୍ୟ ସ୍ବାଭାବିକ ହେବ । ୧୪ ତାରିଖ ପର୍ଯ୍ୟନ୍ତ ଭର୍ଚୁଆଲ ମୋଡ଼ରେ ଚାଲିବ ହାଇକୋର୍ଟ କାର୍ଯ୍ୟ ଏବଂ ୧୫ରୁ ହାଇକୋର୍ଟ ଯାଇ କାର୍ଯ୍ୟ କରିପାରିବେ ଓକିଲ ମାନେ । ସିଧାସଳଖ କୋର୍ଟ କାର୍ଯ୍ୟ ପାଇଁ ଜାରି ହେବ ଏସଓପି, ଏହାକୁ ମାନି କୋର୍ଟରେ ଉପସ୍ଥିତ ହେବେ ଆଇନଜୀବୀ । ଓକିଲମାନେ ପୂର୍ବ ଦିନ ସନ୍ଧ୍ୟାରେ ଭର୍ଚୁଆଲରେ ରହିବେ କି କୋର୍ଟରେ ଉପସ୍ଥିତ ରହିବେ ସେ ବାବଦରେ ଅବଗତ କରାଇବେ ।
କୋରୋନା ମହାମାରୀ ପାଇଁ ଦୀର୍ଘ ଦିନରୁ ହାଇକୋର୍ଟ କାର୍ଯ୍ୟ ବାଧାପ୍ରାପ୍ତ ହେଉଥିଲା । ଓକିଲ ମାନେ ନିଜ କାର୍ଯ୍ୟ ବର୍ଚୁଆଲ ମାଧ୍ୟମରେ କରୁଥିଲେ । ଏଥିରେ ସେମାନଙ୍କୁ ବହୁତ ଅସୁବିଧାର ସମ୍ମୁଖୀନ ହେବାକୁ ପଡୁଥିଲା । ତେଣୁ, ନିମ୍ନ ଅଦାଲତ ଏବଂ ଟ୍ରିବୁନାଲ ଅଦାଲତ ଗୁଡିକରେ ଏହି ନିୟମ ପାଳନ କରିବାକୁ ହାଇକୋର୍ଟ ନିର୍ଦ୍ଦେଶ ଦେବା ସହିତ ହାଇକୋର୍ଟଙ୍କ ଫୁଲକୋର୍ଟରେ ନିଆଯାଇଛି ଏଭଳି ନିଷ୍ପତି ।
କଟକରୁ ନାରାୟଣ ସାହୁ, ଇଟିଭି ଭାରତ