ETV Bharat / city

ଲକଡାଉନ ଘୋଷିତ ଅଞ୍ଚଳରେ ଜୁଲାଇ 31 ଯାଏଁ ବନ୍ଦ ରହିବ କୋର୍ଟ କାର୍ଯ୍ୟ

author img

By

Published : Jul 18, 2020, 10:48 PM IST

Updated : Jul 19, 2020, 12:47 PM IST

କୋରୋନାରେ ବିଶେଷ ପ୍ରଭାବିତ 4 ଜିଲ୍ଲା ସମେତ ରାଉରକେଲା ପୌରାଞ୍ଚଳରେ ଆସନ୍ତା 31 ଜୁଲାଇ ପର୍ଯ୍ୟନ୍ତ ବନ୍ଦ ରହିବ କୋର୍ଟ କାର୍ଯ୍ୟ । ଶନିବାର ବିଜ୍ଞପ୍ତି ଜରିଆରେ ଏହି ଘୋଷଣା କରିଛନ୍ତି ଓଡିଶା ହାଇକୋର୍ଟ । ଅଧିକ ପଢନ୍ତୁ...

lockdown reimposition in odisha, lockdown effect in odisha, odisha highcourt latest news, latest notice by high court, court work in lockdowned area, ଓଡିଶାରେ ପୁନଃ ଲକଡାଉନ, ଓଡିଶାରେ ଲକଡାଉନ ପ୍ରଭାବ, ଓଡିଶା ହାଇକୋର୍ଟ ଲାଟେଷ୍ଟ ଖବର, ଓଡିଶା ହାଇକୋର୍ଟ ଲାଟେଷ୍ଟ ନିର୍ଦ୍ଦେଶ, ଲକଡାଉନ ଅଞ୍ଚଳରେ କୋର୍ଟ କାର୍ଯ୍ୟ ବନ୍ଦ
ପୁନଃ ଲକଡାଉନ ଘୋଷିତ ଅଞ୍ଚଳରେ 31 ଜୁଲାଇ ଯାଏଁ ବନ୍ଦ ରହିବ କୋର୍ଟ କାର୍ଯ୍ୟ

କଟକ: ରାଜ୍ୟରେ କୋରୋନା ମୁକାବିଲା ପାଇଁ ଗୁରୁତ୍ବପୂର୍ଣ୍ଣ ନିଷ୍ପତ୍ତି ନେଇଛନ୍ତି ରାଜ୍ୟ ସରକାର । ଏନେଇ ପ୍ରଭାବିତ 4 ମୁଖ୍ୟ ଜିଲ୍ଲା ସମେତ ରାଉରକେଲା ପୌରାଞ୍ଚଳରେ ପୁନଃ ଲକଡାଉନ ଜାରି ହୋଇଛି । ଏହି ପରିପ୍ରେକ୍ଷୀରେ ସମ୍ପୃକ୍ତ ଜିଲ୍ଲା ଓ ପୌରାଞ୍ଚଳରେ ଆସନ୍ତା 31 ଜୁଲାଇ ପର୍ଯ୍ୟନ୍ତ କୋର୍ଟ କାର୍ଯ୍ୟକୁ ବାତିଲ କରିଛନ୍ତି ଓଡିଶା ହାଇକୋର୍ଟ । କେବଳ ଜରୁରୀକାଳୀନ ମାମଲା ଗୁଡିକର ଶୁଣାଣି ହୋଇପାରିବ ବୋଲି ଶନିବାର ହାଇକୋର୍ଟ ପକ୍ଷରୁ ଏକ ବିଜ୍ଞପ୍ତି ମାଧ୍ୟମରେ କୁହାଯାଇଛି ।

ଏହି ସମୟ ମଧ୍ୟରେ କୋର୍ଟର କୌଣସି କର୍ମଚାରୀ ମୁଖ୍ୟାଳୟ ଛାଡି ବାହାରକୁ ଯାଇପାରିବେ ନାହିଁ । କୋର୍ଟ କାର୍ଯ୍ୟ ବାତିଲ ନେଇ ହାଇକୋର୍ଟ ବାର ଆସୋସିଏସନ ଅନ୍ତରୀଣ କମିଟି ପକ୍ଷରୁ ହାଇକୋର୍ଟଙ୍କୁ ପ୍ରସ୍ତାବ ଦିଆଯାଇଥିଲା ।

ପ୍ରସ୍ତାବକୁ ବିଚାରକୁ ନେଇ ହାଇକୋର୍ଟର ଫୁଲ କୋର୍ଟ ମଧ୍ୟ ବସିଥିଲା । ତେବେ ଫୁଲ କୋର୍ଟଙ୍କ ନିଷ୍ପତ୍ତି ଅନୁଯାୟୀ ଖୋର୍ଦ୍ଧା, ଗଞ୍ଜାମ, କଟକ, ଯାଜପୁର, ଏବଂ ରାଉରକେଲା ମହାନଗର ନିଗମରେ ଆସନ୍ତା ୩୧ ତାରିଖ ପର୍ଯ୍ୟନ୍ତ ହାଇକୋର୍ଟ, ଜିଲ୍ଲା ଜଜ କୋର୍ଟ, ଅନ୍ୟାନ୍ୟ ନିମ୍ନ ଅଦାଲତ ଏବଂ ଟ୍ରିବ୍ୟୁନାଲ ଗୁଡିକର କୋର୍ଟ କାର୍ଯ୍ୟକୁ ବାତିଲ କରାଯାଇଛି । ଏହି ସମୟ ମଧ୍ୟରେ ହାଇକୋର୍ଟ ସମ୍ପୂର୍ଣ୍ଣ କଟକଣା ଭିତରେ କାର୍ଯ୍ୟ କରିବ । ଯେଉଁଥିରେ ନିର୍ଦ୍ଧିଷ୍ଟ ସଂଖ୍ୟକ ବିଚାରପତି କାର୍ଯ୍ୟ କରିବେ । ମୁଖ୍ୟ ବିଚାରପତିଙ୍କ ନିର୍ଦ୍ଦେଶକ୍ରମେ ରୋଷ୍ଟର ଭିତ୍ତିରେ ଜଜ୍‌ମାନେ କାର୍ଯ୍ୟ କରିବେ ।

ସେହିପରି ଡେପ୍ୟୁଟି ରେଜିଷ୍ଟ୍ରାରଙ୍କ ନିକଟରେ ଇଫାଇଲିଂ କିମ୍ବା ଇମେଲ ଜରିଆରେ ରୁଜୁ ହୋଇଥିବା ନିହାତି ଜରୁରୀକାଳୀନ ମାମଲା ଗୁଡିକର ଭିଡିଓ କନଫରେନ୍ସିଂ ଜରିଆରେ ଶୁଣାଣି ହେବ । ତେବେ ସମ୍ପୃକ୍ତ ମାମଲାର ଆଇନଜୀବୀମାନେ ଘରୁ କିମ୍ବା ଅଫିସରୁ ରହି ମାମଲା ପରିଚାଳନା କରିବେ । ଆସନ୍ତା ୨୦ ରୁ ୩୧ ତାରିଖ ପର୍ଯ୍ୟନ୍ତ ହାଇକୋର୍ଟ ପରିସର ସମ୍ପୂର୍ଣ୍ଣ ବନ୍ଦ ରହିବ ବୋଲି ଜାରି ହୋଇଥିବା ବିଜ୍ଞପ୍ତିରେ କୁହାଯାଇଛି ।

କଟକରୁ ନାରାୟଣ ସାହୁ, ଇଟିଭି ଭାରତ

Last Updated : Jul 19, 2020, 12:47 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.