କଟକ: ସ୍ଥାନୀୟ ଚୌଦ୍ବାର ଜେଲ ଗଲା ଗ୍ୟାଙ୍ଗଷ୍ଟାର ହାଇଦର ଓ ତା’ର ଦୁଇ ସହଯୋଗୀ । ଏହାସହିତ ହାଇଦରକୁ ସାତ ଦିନିଆ ରିମାଣ୍ଡରେ ନେବା ପାଇଁ ପୋଲିସର ଆବେଦନକୁ ମିଳିଛି କୋର୍ଟଙ୍କ ଅନୁମତି କୋର୍ଟ । ଆଜି (ଶୁକ୍ରବାର) ହାଇଦର ଓ ତା'ର ଦୁଇ ସହଯୋଗୀ ଜେଏମଏଫସି ସହରାଞ୍ଚଳ କୋର୍ଟରେ ହାଜର ହୋଇଥିଲେ । ହାଇଦରକୁ 10 ଦିନିଆ ରିମାଣ୍ଡରେ ନେବାପାଇଁ କମିଶନରେଟ ପୋଲିସ ଆବେଦନ କରିଥିଲା । ଆଜି ରାତ୍ରରେ ଜେଲରେ ରହିବ ହାଇଦର । ତେବେ ଶନିବାର ସକାଳ 7ଟାରୁ ୭ ଦିନିଆ ଅର୍ଥାତ ୨୩ ତାରିଖ ପର୍ଯ୍ୟନ୍ତ ହାଇଦରର ରିମାଣ୍ଡ ଅବଧି ଆରମ୍ଭ ହେବ ବୋଲି ସୂଚନା ମିଳିଛି ।
ସେହିପରି ଆସନ୍ତାକାଲି(ଶନିବାର) ହାଇଦରକୁ ରିମାଣ୍ଡରେ ଆଣି ପୋଲିସ ଅନେକ ତଥ୍ୟ ସଂଗ୍ରହ କରିବ । ବଛା ବଛା ପୋଲିସ ହାଇଦର ନିକଟରୁ ତଥ୍ୟ ସଂଗ୍ରହ କରିବେ ବୋଲି ଜଣାପଡିଛି ।
ଗତକାଲି (ଗୁରୁବାର) ତେଲେଙ୍ଗାନାରୁ ଗିରଫ ହେବା ପରେ ଆଜି(ଶୁକ୍ରବାର) ଓଡ଼ିଶା ଫେରିଥିଲା ହାଇଦର । ଡିସିପି ଅଫିସରେ ଜେରା ପରେ ତା'ର କୋଭିଡ ଟେଷ୍ଟ ହୋଇଥିଲା । ତେବେ ତାର ରିପୋର୍ଟ ନେଗେଟିଭ୍ ଆସିଥିଲା ଏବଂ ତାକୁ କୋର୍ଟରେ ହାଜର କରାଯାଇଥିଲା ।
ଗତ 10 ତାରିଖରେ ଚିକିତ୍ସାଧୀନ ଅବସ୍ଥାରେ କଟର ଏସସିବି ମେଡିକାଲରୁ ଫେରାର ହୋଇଥିଲା ଗ୍ୟାଙ୍ଗଷ୍ଟର ହାଇଦର । ପରେ 5 ଦିନରେ କମିଶନରେଟ ପୋଲିସ ହାଇଦରକୁ ଧରିବାରେ ସଫଳ ହୋଇଥିଲା । ତେଲେଙ୍ଗାନାରୁ ଗ୍ୟାଙ୍ଗଷ୍ଟାରରୁ ସ୍ବତନ୍ତ୍ର ଅପରେସନରେ ଧରିଥିଲା ପୋଲିସ ।
କଟକରୁ ନାରାୟଣ ସାହୁ, ଇଟିଭି ଭାରତ