କଟକ: ପୁଣି କୋରୋନା ଯୁଦ୍ଧରେ ହାରିଗଲେ ଜଣେ କୋରୋନା ଯୋଦ୍ଧା । ମାଲଗୋଦାମ ପୋଲିସ୍ ଷ୍ଟେସନରେ କାର୍ଯ୍ୟରତ କନ୍ଷ୍ଟେବଳ ବାବୁଲି ଲେଙ୍କାଙ୍କ କୋରୋନାରେ ମୃତ୍ୟୁ ହୋଇଛି । ଯାହାକୁ ନେଇ ଦୁଃଖ ପ୍ରକାଶ କରିଛି କଟକ ପୋଲିସ ।
ତାଙ୍କର ଉତ୍ସର୍ଗୀକୃତ କାର୍ଯ୍ୟକୁ ଆମେ ପ୍ରଶଂସା କରିବା ସହ ଭଗବାନଙ୍କ ନିକଟରେ ପ୍ରାର୍ଥନା କରୁଛୁ, ବର୍ତ୍ତମାନ ସମୟରେ ତାଙ୍କ ଶୋକସନ୍ତପ୍ତ ପରିବାରକୁ ଭଗବାନ ଧୈର୍ଯ୍ୟ ଓ ସାହସ ଦିଅନ୍ତୁ । ଅତ୍ୟନ୍ତ ଦୁଃଖ ଓ ନିରାଶ ପ୍ରକାଶ କରୁଥିବା ଟ୍ବିଟର ଯୋଗେ ଶୋକବାର୍ତ୍ତା ପ୍ରକାଶ କରିଛି କଟକ ଡିସିପି କାର୍ଯ୍ୟାଳୟ ।
ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ