କଟକ: ଏସସିବି ମେଡିକାଲ ଫାଣ୍ଡିରେ କାର୍ଯ୍ୟରତ ଜଣେ କନେଷ୍ଟବଳ କୋରୋନା ଆକ୍ରାନ୍ତ ଚିହ୍ନଟ । କନେଷ୍ଟବଳ କୋରୋନା ଆକ୍ରାନ୍ତ ଚିହ୍ନଟ ହେବା ପରେ ଫାଣ୍ଡିକୁ ସିଲ କରିଛି କଟକ କମିଶନରେଟ ପୋଲିସ ।
ତେବେ ସମସ୍ତ କର୍ମଚାରୀମାନେ ଫାଣ୍ଡି ଭିତରେ କ୍ୱାରେଣ୍ଟାଇନରେ ରହିବାକୁ ପରାମର୍ଶ ଦିଆଯାଇଛି । ସମସ୍ତ କର୍ମଚାରୀଙ୍କର ନମୁନା ପରୀକ୍ଷା ପାଇଁ ପଠାଯାଇଛି । ଏହି ସମୟ ମଧ୍ୟରେ କଣ୍ଟାକ୍ଟ ଟ୍ରେସିଂ ଜାରି ରହିଛି । ସମ୍ପୃକ୍ତ କନେଷ୍ଟବଳ ଜଣକ କାହା କାହା ସଂସ୍ପର୍ଶରେ ଆସିଛନ୍ତି ସେନେଇ ତଥ୍ୟ ସଂଗ୍ରହ କରାଯାଉଛି ।
ତେବେ ଏହି ସମୟ ମଧ୍ୟରେ ସାଧାରଣ ଲୋକ ଫାଣ୍ଡକୁ ପ୍ରବେଶ ଉପରେ କଟକଣା ଲାଗୁ କରାଯାଇଛି । ଯଦି କୌଣସି କାମ ଥାଏ ସାଧାରଣ ଲୋକଟି ଫାଣ୍ଡିକୁ ନ ଯାଇ ମଙ୍ଗଳାବାଗ ଥାନାକୁ ଯିବାକୁ ପରାମର୍ଶ ଦିଆଯାଇଛି । କଟକ କମିଶନରେଟ ପୋଲିସରେ ପୋଲିସ କର୍ମଚାରୀ କରୋନା ଆକ୍ରାନ୍ତ ହେବା ପ୍ରଥମ ଘଟଣା ବୋଲି କଟକ ଡିସିପି କହିଛନ୍ତି ।
ସୂଚନାଥାଉ କି, ଉକ୍ତ ଫାଣ୍ଡିଟି ଏସସିବି ମେଡିକାଲ ପରିସର ମଧ୍ୟରେ ରହିଛି । ମେଡିକାଲ ସମସ୍ତ ସୁରକ୍ଷା ଦାୟୀତ୍ବ ଫାଣ୍ଡି ଉପରେ ନ୍ୟସ୍ତ ରହିଥାଏ । ତେବେ ପାଣ୍ଡିର କନେଷ୍ଟବଳ ଆକ୍ରାନ୍ତ ପରେ ମେଡିକାଲ କର୍ମଚାରୀଙ୍କୁ ନେଇ ଏବେ ଦ୍ବନ୍ଦ୍ବ ବଢିଛି ।
କଟକରୁ ନାରାୟଣ ସାହୁ, ଇଟିଭି ଭାରତ