କଟକ: କୋରୋନା ପ୍ରକୋପରେ ଜୀବନ ହାରିଛନ୍ତି ଓଡିଆ ଡାକ୍ତର । ସମ୍ପୃକ୍ତ ଡାକ୍ତରଙ୍କ ନାମ ହେଉଛି ଡ଼ଃ ଅଶ୍ବିନୀ କୁମାର । ସେ ନୂଆଦିଲ୍ଲୀରେ ରହୁଥିବା ବେଳେ କୋରୋନାରେ ଆକ୍ରାନ୍ତ ହେବା ପରେ ତାଙ୍କର ମୃତ୍ୟୁ ହୋଇଛି । ଅଶ୍ବିନୀଙ୍କ ଘର କଟକ ଜିଲ୍ଲାର ବାଙ୍କୀ ଅଞ୍ଚଳରେ ହୋଇଥିବା ଜଣାପଡିଛି ।
2005 ମସିହାରେ ଏମକେସିଜି ମେଡିକାଲରୁ ଡାକ୍ତରୀ ପାସ କରିବା ପରେ ସେ ନୂଆଦିଲ୍ଲୀରେ କାର୍ଯ୍ୟରତ ଥିଲେ । 39 ବର୍ଷୀୟ ଅଶ୍ବିନୀଙ୍କ କୋରୋନା ସଂକ୍ରମଣ ଯୋଗୁଁ ମୃତ୍ୟୁ ହୋଇଥିବା ଜଣାପଡିଛି । ରବିବାର ତାଙ୍କର ଅନ୍ତିମ ସଂସ୍କାର ହେବା ନେଇ ସୂଚନା ରହିଛି ।
କଟକରୁ ପ୍ରଭୁ କଲ୍ୟାଣ ପାଲ, ଇଟିଭି ଭାରତ