ETV Bharat / city

କୋରୋନା କଟକଣା: ବିକ୍ରି ହେଉନି ଅବିର, ହତାଶ ବ୍ୟବସାୟୀ - ରଙ୍ଗର ପର୍ବ ହୋଲି ଖବର

ହୋଲି ପାଳନ ଉପରେ କଟକଣା ଜାରି କରିଛନ୍ତି ରାଜ୍ୟ ସରକାର। ହୋଲି ସମୟରେ ଫଗୁ ବ୍ୟବସାୟ ଜମୁଥିଲା କିନ୍ତୁ କୋରୋନା ପାଇଁ ପ୍ରଭାବିତ ହୋଇଛି ଫଗୁ ବ୍ୟବସାୟ । ଅଧିକ ପଢନ୍ତୁ...

corona impact on holi business in cuttack
ହୋଲି ପାଇଁ କଟକଣା,ପ୍ରଭାବିତ ଫଗୁ ବ୍ୟବସାୟୀ
author img

By

Published : Mar 28, 2021, 7:51 AM IST

କଟକ: ହୋଲି ପାଳନ ଉପରେ କଟକଣା ଜାରି କରିଛନ୍ତି ରାଜ୍ୟ ସରକାର । ହୋଲି ସମୟରେ ଫଗୁ ବ୍ୟବସାୟ ଜମୁଥିଲା କିନ୍ତୁ କୋରୋନା ପାଇଁ ପ୍ରଭାବିତ ହୋଇଛି ଫଗୁ ବ୍ୟବସାୟ ।

ହୋଲି ପାଇଁ କଟକଣା,ପ୍ରଭାବିତ ଫଗୁ ବ୍ୟବସାୟୀ

ରଙ୍ଗର ପର୍ବ ହୋଲି ସମୟରେ ଫଗୁର ଚାହିଦା ଅଧିକ ରହିଥାଏ । ବିଭିନ୍ନ ରଙ୍ଗବେରଙ୍ଗର ଫଗୁ ପ୍ରସ୍ତୁତ କରି ବ୍ୟବସାୟ କରିଥାନ୍ତି । ଚଳିତ ବର୍ଷ ଏହି ବ୍ୟବସାୟ ଉପରେ ନିର୍ଭର କରୁଥିବା ବ୍ୟବସାୟୀ ମାନେ କଟକଣା ଯୋଗୁଁ ବେଶୀ ମାତ୍ରାରେ ପ୍ରଭାବିତ ହୋଇଛନ୍ତି। ପ୍ରତିବର୍ଷ ଏହି ବ୍ୟବସାୟରୁ ହଜାର ହଜାର ଟଙ୍କା ଏମାନେ ରୋଜଗାର କରିଥାଆନ୍ତି । ମାତ୍ର ଚଳିତ ବର୍ଷ କୋରୋନା କଟକଣା ଯୋଗୁଁ ନିରାଶ ହୋଇଛନ୍ତି ଏମାନେ। ଗ୍ରାହକ ରଙ୍ଗ କିଣିବାତ ଦୂରର କଥା ଫଗୁ କିଣିବାକୁ ଆସୁନାହାନ୍ତି । ହୋଲି ପୂର୍ବରୁ ଦୋକାନ ଆଗରେ ନାହିଁ ନଥିବା ଭିଡ଼ ଦେଖିବାକୁ ମିଳିଥାଏ।

ତେବେ ସବୁଠାରୁ ବଡ଼ କଥା ହେଉଛି କୋରୋନା ପାଇଁ ଗୋଟିଏ ବର୍ଷ ହାତଗୋଡ଼ ବାନ୍ଧି ବସିଥିବା ବେଳେ କରୋନା ନିୟନ୍ତ୍ରଣ ହେବା ପରେ ଏହି ସିଜିନ ବ୍ୟବସାୟ ରେ ଭଲ ବ୍ୟବସାୟ ହେବ ବୋଲି ଆଶା ରଖିଥିଲେ ଏହି ବ୍ୟବସାୟୀ । ମାତ୍ର ସବୁକିଛି ବିଗିଡି ଗଲା ବୋଲି ଫଗୁ ବ୍ୟବସାୟୀମାନେ କହିଛନ୍ତି । ଦିନକୁ ଦିନ ରାଜ୍ୟରେ କୋରୋନା ଆକ୍ରାନ୍ତଙ୍କ ସଂଖ୍ୟା ବୃଦ୍ଧି ପାଉଥିବାରୁ ସରକାର ହୋଲି ପାଳନ ପାଇଁ କଟକଣା ଜାରୀ କରିଛନ୍ତି ।

କଟକରୁ ନାରାୟଣ ସାହୁ,ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.