ETV Bharat / city

ସିଲଭରସିଟିରେ କୋରୋନା ମୃତ୍ୟୁକୁ କମ୍ କରୁଛି ରେମଡେସିଭିର, CMC କରୁଛି ଭରୂପର ସହଯୋଗ - CMC

ଦ୍ବିତୀୟ ଲହରରେ କୋରୋନାର ଭୟାବହତାକୁ କମ୍ କରିବାକୁ ଅଣ୍ଟା ଭିଡିଛନ୍ତି ରାଜ୍ୟ ଓ କେନ୍ଦ୍ର ସରକାର । କେନ୍ଦ୍ର ସରକାର ଅନୁମୋଦନ କରିଥିବା ରେମଡେସିଭିରର ଭରପୁର ବ୍ୟବହାର କରୁଛି କଟକ ମହାନଗର ନିଗମ । ଅଧିକ ପଢନ୍ତୁ...

ସିଲଭରସିଟିରେ କୋରୋନା ମୃତ୍ୟୁକୁ କମ୍ କରୁଛି ରେମଡେସିଭିର

author img

By

Published : Jun 1, 2021, 3:17 PM IST

କଟକ: ରାଜ୍ୟରେ ମହାମାରୀକୁ ହରାଇବା ପାଇଁ ଜୋରଦାର ଚାଲିଛି ଲଢେଇ । ଦ୍ବିତୀୟ ଲହରରେ କୋରୋନାର ଭୟାବହତାକୁ କମ୍ କରିବାକୁ ଅଣ୍ଟା ଭିଡିଛନ୍ତି ରାଜ୍ୟ ଓ କେନ୍ଦ୍ର ସରକାର । ପାରୁପର୍ଯ୍ୟନ୍ତ ଚେଷ୍ଟା କରିଚାଲିଛନ୍ତି ସରକାର । ରାଜ୍ୟରେ ପ୍ରତିବନ୍ଧକ ସତ୍ତ୍ବେ 7-8 ହଜାରରୁ ତଳକୁ ଖସୁନି ପ୍ରତିଦିନର ସଂକ୍ରମଣ ସଂଖ୍ୟା । ସେପଟେ ରାଜ୍ୟରେ ମହାମାରୀ ମୁକାବିଲା ପାଇଁ କେନ୍ଦ୍ର ସରକାର ଅନୁମୋଦନ କରିଥିବା ରେମଡେସିଭିରର ଭରପୁର ବ୍ୟବହାର କରୁଛି କଟକ ମହାନଗର ନିଗମ । ଆଉ ରୋଗୀଙ୍କ ଜୀବନ ବଞ୍ଚାଇବା ପାଇଁ ସଞ୍ଜୀବନୀର କାର୍ଯ୍ୟ କରୁଛି ରେମଡେସିଭିର ।

ସିଲଭରସିଟିରେ କୋରୋନା ମୃତ୍ୟୁକୁ କମ୍ କରୁଛି ରେମଡେସିଭିର
ପ୍ରାରମ୍ଭରେ ଜରୁରୀକାଳୀନ ସ୍ବାସ୍ଥ୍ୟସେବା ଯୋଗାଇଦେବା ଡାକ୍ତରଙ୍କ ପକ୍ଷେ ସମ୍ଭବ ହେଉ ନଥିଲା ଫଳରେ ଅନେକ ରୋଗୀଙ୍କୁ ଜୀବନ ହରାଇବାକୁ ପଡିଥିଲା । ମାତ୍ର ଏବେ ଯଦି ଜରୁରୀକାଳୀନ ସ୍ଥିତି ଉପୁଜୁଛି ତେବେ ସେ ରୋଗୀକୁ ତୁରନ୍ତ ରେମଡେସିଭିର ଦିଆଯାଉଛି । ଖାସ୍ କରି ଘରୋଇ ମେଡିକାଲ ରୋଗୀଙ୍କୁ ବଞ୍ଚାଇବା ପାଇଁ ରେମଡେସିଭିର ବ୍ୟବହାର କରାଯାଉଛି ଆଉ ସିଏମସି ମଧ୍ୟ ସହଜରେ ମେଡିସିନ୍ ଯୋଗାଇଦେଉଛି ।ରେମଡେସିଭିର ବ୍ୟବହାର ଉପରେ ନଜର ରଖିଛି ସିଏମସି । ଯେପରି ଏହାର ଅପଚୟ ନହୁଏ, ସେ ପ୍ରତି ମଧ୍ୟ ସଜାଗ ରହିଛି ପ୍ରଶାସନ । ତେବେ କଟକରେ କୋରୋନା ଜନିତ ମୃତ୍ୟୁକୁ ରୋକିବା ପାଇଁ ସିଏମସିର ପ୍ରୟାସ ଓ ରେମଡେସିଭିରର ସଦୁପୋଯୋଗ ନିଶ୍ଚିତ ରୂପେ ସ୍ବାଗତଯୋଗ୍ୟ ।

କଟକରୁ ପ୍ରଭୂକଲ୍ୟାଣ ପାଲ୍, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.