ETV Bharat / city

SCBରେ ଜଗା, ସ୍ବାସ୍ଥ୍ୟ ପରୀକ୍ଷା କରିବେ ଏମ୍ସ ଡାକ୍ତର - Conjoined Twin Survivor Jaga news

SCBର ସ୍ୱତନ୍ତ୍ର ଟ୍ରମା କେୟାର ୟୁନିଟରେ ଜଗା । ଅଧିକ ପଢ଼ନ୍ତୁ

ଏସିବିରେ ହେବ ଜଗାର ସ୍ୱାସ୍ଥ୍ୟ ପରୀକ୍ଷା, ପହଁଞ୍ଚିଲା ସ୍ୱତନ୍ତ୍ର ଟ୍ରମା କେୟାର ୟୁନିଟରେ

author img

By

Published : Jun 18, 2022, 7:13 PM IST

କଟକ: କନ୍ଧମାଳର ଯୋଡ଼ା ମୁଣ୍ଡ ଶିଶୁ ଜଗା ସ୍ୱାସ୍ଥ୍ୟ ପରୀକ୍ଷା ପାଇଁ ଏସସିବିରେ ପହଁଞ୍ଚିଛି । ଏସସିବିର ସ୍ୱତନ୍ତ୍ର ଟ୍ରମା କେୟାର ୟୁନିଟରେ ରଖାଯାଇଛି ଜଗାକୁ । ଏସସିବି ମେଡ଼ିକାଲରେ ଜଗାର ସିଟି ସ୍କାନ ଓ ଏମଆରଆଇ ସହ ଅନ୍ୟାନ୍ୟ ପରୀକ୍ଷା ମଧ୍ୟ କରାଯାଇଛି । ଆଜି ସନ୍ଧ୍ୟାରେ ଦିଲ୍ଲୀ ଏମସର ନ୍ୟୁରୋ ସର୍ଜନ ବିଶେଷଜ୍ଞ ଡାକ୍ତର ଦୀପକ ଗୁପ୍ତା ଏସସିବିରେ ପହଞ୍ଚିବେ ।

ଏସିବିରେ ହେବ ଜଗାର ସ୍ୱାସ୍ଥ୍ୟ ପରୀକ୍ଷା, ପହଁଞ୍ଚିଲା ସ୍ୱତନ୍ତ୍ର ଟ୍ରମା କେୟାର ୟୁନିଟରେ

ଦୁଇ ଦିନିଆ ଓଡିଶା ଗସ୍ତରେ ଥିବା ଡାକ୍ତର ଦୀପକ ଗୁପ୍ତା ଜଗାର ସ୍ୱାସ୍ଥ୍ୟ ପରୀକ୍ଷା କରିବେ । ରାଜ୍ୟ ସରକାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଯୋଡ଼ା ମୁଣ୍ଡ ଶିଶୁ ଜଗା ବଳିଆଙ୍କୁ ଅସ୍ତ୍ରୋପଚାର ପାଇଁ ଦିଲ୍ଲୀ ପଠାଇଥିଲେ । ରାଜ୍ୟ ସରକାରଙ୍କ ପକ୍ଷରୁ ଯୋଡ଼ା ମୁଣ୍ଡ ଶିଶୁଙ୍କର ଚିକିତ୍ସା ପାଇଁ ସମସ୍ତ ଖର୍ଚ୍ଚ କରାଯାଇଥିଲା ।

ଏମସରେ ଦୀର୍ଘ ଦିନ ରହିବା ପରେ ସେଠାରୁ ଫେରି ଏସସିବିରେ ରହିଥିଲେ । ଜଗା ସୁସ୍ଥ ହୋଇ ଯାଇଥିବାବେଳେ ବଳିଆକୁ କିନ୍ତୁ ବଞ୍ଚାଇପାରି ନଥିଲେ ଡାକ୍ତର । ଜଗା ଏବେ ସୁସ୍ଥ ଥିବାରୁ ଆଗକୁ ମୁଣ୍ଡରେ ଖପୁରୀ ପ୍ରତ୍ୟାରୋପଣ କରାଯିବା ନେଇ ଏମ୍ସ ଡାକ୍ତର ଅନୁଧ୍ୟାନ କରିବେ । ତେବେ ଜଗାର ଆସନ୍ତାକାଲି ସ୍ବାସ୍ଥ୍ୟ ଯାଞ୍ଚ ପରେ କନ୍ଧମାଳ ଫେରିବ । ଏବେ ଜଗା ସମ୍ପୂର୍ଣ୍ଣ ସୁସ୍ଥ ରହିଥିବା କହିଛନ୍ତି ଏସିବି ପ୍ରଶାସନିକ ଅଧିକାରୀ ଅଭିନାଶ ରାଉତ ।

ଇଟିଭି ଭାରତ, କଟକ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.