କଟକ: ନେତାଜୀ ସୁବାଷ ବୋଷଙ୍କ 125 ତମ ଜୟନ୍ତୀ ପାଇଁ କେନ୍ଦ୍ର ସରକାର କରିଥିବା କମିଟିକୁ କଂଗ୍ରେସର ଟାର୍ଗେଟ । ନେତାଜୀଙ୍କ ଜନ୍ମ ସ୍ଥାନ ଓଡିଶାର କଟକ ହୋଇଥିଲା ବେଳେ ମାତ୍ର ଓଡିଶାରୁ 3 ଜଣ କଣ ପାଇଁ କମିଟିରେ ସ୍ଥାନ ପାଇବେ । ବିଜେପିର ଏହି ହୀନ ରାଜନୀତିର ଅର୍ଥ ସ୍ପଷ୍ଟ ବାରି ହୋଇପଡୁଛି । କାରଣ ଆଗକୁ ଆସୁଛି ପଶ୍ଚିମବଙ୍ଗ ନିର୍ବାଚନ । ଏନେଇ ସେହି ରାଜ୍ୟରୁ ମାଳ ମାଳ ବ୍ୟକ୍ତିତ୍ବଙ୍କୁ କମିଟିରେ ସାମିଲ କରିଛି ବିଜେପି ।
ଏହାସହ ଯେହେତୁ କଟକ ହେଉଛି ନେତାଜୀଙ୍କ ଜନ୍ମ ସ୍ଥାନ ସ୍ଥାନୀୟ ବିଧାୟକଙ୍କ ବି ଏହି କମିଟିରେ ନାଁ ନ ଥିବା ଦଳ ଅଭିଯୋଗ କରିଛି । ଏହା କି ପ୍ରକାର ରାଜନୀତି । ତେବେ ଯଦି ଏହି କମିଟିର ସଂଶୋଧନ ନହୁଏ ତେବେ ଆଗମୀ ଦିନରେ ଓଡିଶା ଏହାର ଜବାବ ଦେବ ବୋଲି କହିଛି କଂଗ୍ରେସ ।
କଟକରୁ ପ୍ରଭୁ କଲ୍ୟାଣ ପାଲ, ଇଟିଭି ଭାରତ