କଟକ: ସିଲଭର ସିଟିରେ ବିପର୍ଯ୍ୟସ୍ତ ହୋଇପଡିଛି ପରିମଳ ବ୍ୟବସ୍ଥା । ରାସ୍ତାଘାଟ ମରାମତି, ଜଳ ନିଷ୍କାସନ ଏବଂ ଡେଙ୍ଗୁ ଭଳି ବିଭିନ୍ନ ପ୍ରସଙ୍ଗକୁ ନେଇ ଆସନ୍ତା 6 ତାରିଖ ଦିନ ସିଏମସି ଘେରାଉ କରିବ କଟକ ନଗର କଂଗ୍ରେସ । ସେହିଦିନ ସକାଳ 9ଟା ବେଳେ ଶତାଧିକ କଂଗ୍ରେସ କର୍ମୀ ଘେରଉ କରିବ ।
ଏନେଇ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି ନଗର କଂଗ୍ରେସ ସଭାପତି ଗିରିବାଳା ବେହେରା । ଏହା ପରେ ଯଦି ମହାନଗର ନିଗମ କର୍ତ୍ତୃପକ୍ଷ ସହରବାସୀଙ୍କ ସମସ୍ୟାର ସମାଧନ ଦିଗରେ ପଦକ୍ଷେପ ନ ନିଅନ୍ତି । ତେବେ ଆଗାମୀ ଦିନରେ ଆନ୍ଦୋଳନକୁ ଆହୁରି ତିବ୍ର କରାଯିବ ବୋଲି କହିଛି କଂଗ୍ରେସ ।
କଟକରୁ ପ୍ରଭୁ କଲ୍ୟାଣ ପାଲ, ଇଟିଭି ଭାରତ