ETV Bharat / city

ନୂତନ କଟକର ସ୍ୱପ୍ନ କେବେ ପୂରଣ ହେବ ? ପଚାରିଲେ ବାରବାଟୀ ବିଧାୟକ - କଟକ ଖବର

କଟକରେ ବିକାଶ ନାଁରେ ଡିଣ୍ଡିମ ପିଟୁଛନ୍ତି ରାଜ୍ୟ ସରକାର । ହେଲେ ବାସ୍ତବରେ ତାହା ସମ୍ପୂର୍ଣ୍ଣ ବିପରୀତ । ଏକଥା ଆମେ କହୁନୁ ଏମିତି ଅଭିଯୋଗ ଆଣିଛନ୍ତି ବାଟରାଟୀ ବିଧାୟକ ମହମ୍ମଦ ମୋକିମ ଅଧିକ ପଢ଼ନ୍ତୁ

ନୂତନ କଟକର ସ୍ୱପ୍ନ କେବେ ହେବ ପୁରା : ମୋକିମ
ନୂତନ କଟକର ସ୍ୱପ୍ନ କେବେ ହେବ ପୁରା : ମୋକିମ
author img

By

Published : Sep 2, 2022, 10:23 AM IST

କଟକ: କଟକରେ ବିକାଶ ନାଁରେ ଡିଣ୍ଡିମ ପିଟୁଛନ୍ତି ରାଜ୍ୟ ସରକାର । ହେଲେ ବାସ୍ତବରେ ତାହା ସମ୍ପୂର୍ଣ୍ଣ ବିପରୀତ । ଏମିତି ଅଭିଯୋଗ ଆଣିଛନ୍ତି କଟକ ବାରବାଟି ବିଧାୟକ ମହମ୍ମଦ ମୋକିମ । କଟକର ପୁରାତନ ପେଟାନାଳର ହୋଇ ପାରୁନି ବିକାଶ । ଏହାପରେ ଅନେକ ବିଶ୍ୱସ୍ତରୀୟ ଯୋଜନା କରୁଛନ୍ତି ସରକାର । ହେଲେ ପେଟାନାଳର ବିକାଶ ପାଇଁ ଆଜି ପର୍ଯ୍ୟନ୍ତ କାହିଁକି ଦୃଷ୍ଟି ଦେଉନାହାଁନ୍ତି ସରକାର ।

ନୂତନ କଟକର ସ୍ୱପ୍ନ କେବେ ହେବ ପୁରା : ମୋକିମ

ଏହାଛଡା ଯେଉଁ ସ୍ୱାୟତ୍ତ ଶାସନ ଦିବସରେ କଟକରେ ଅନେକ ପ୍ରକଳ୍ପର ଉଦଘାଟନ ହୋଇଛି ତାହାର ମୂଲ୍ୟ କିଛି ନୁହେଁ ବୋଲି କହିଛନ୍ତି ମୋକିମ । ତେବେ କୋଭିଡର ଦୁଇ ବର୍ଷ ପରେ ଯେଉଁ ନୂତନ କଟକର ସ୍ୱପ୍ନ ଦେଖିଥିଲେ ସରକାର ତାହା କେବେ ପୂର୍ଣ୍ଣ ହେବ । ତେଣୁ ସରକାର ଏଥିପ୍ରତି ଦୃଷ୍ଟି ଦେବାକୁ ଦାବି କରିଛନ୍ତି ବିଧାୟକ ।

ଗତ କିଛିଦିନ ତଳେ ଚୁରମାର ହୋଇଛି ପେଟାନାଳ ସମ୍ମୁଖରେ ଥିବା ବସ୍ତି (Eviction Drive at Petanal) । ବେଆଇନ ଭାବରେ ଦୀର୍ଘ ବର୍ଷ ଧରି ବସ୍ତି ବାସିନ୍ଦା ରହି ଆସୁଥିଲେ । ଏନେଇ CDA 16 ଏକର ଜମିରୁ ଜବର ଦଖଲ ଉଚ୍ଛେଦ କରାଯାଇଛି । ଏଥିସହ 9ଏକର ଜମିରେ ମାର୍କେଟ କମ୍ପ୍ଲେସ ତିଆରି ହେବା ନେଇ କହିଛନ୍ତି ପ୍ରଶାସନିକ ଅଧିକାରୀ ।

ସୂଚନା ଅନୁଯାୟୀ, ବସ୍ତିରେ ବେଆଇନ ଭାବରେ ଦୀର୍ଘ ବର୍ଷ ଧରି ରହିଆସିଛନ୍ତି ବସ୍ତିବାସିନ୍ଦା । ପ୍ରାୟ 30ବର୍ଷ ଧରି ଏମାନେ ଏଠିକାର ବାସିନ୍ଦା । ଏଥିସହ ଘର ଖାଲି କରିବାକୁ ସମୟ ନଦେଇ ହଠାତ ବସ୍ତି ଉଚ୍ଛେଦକୁ ନେଇ ଅସନ୍ତୋଷ ପ୍ରକାଶ କରିଛନ୍ତି ବସ୍ତିବାସିନ୍ଦା । ପେଟାନାଳ ଉନ୍ନତି ଓ ସୌନ୍ଦର୍ଯ୍ୟକରଣ ପ୍ରସଙ୍ଗରେ ବିଧାନସଭାରେ ବାରମ୍ବାର ଦାବି ଉତଥାପନ କରିବା ପରେ ରାଜ୍ୟ ସରକାର ୩୬ କୋଟି ଟଙ୍କା ବ୍ୟୟ ମଞ୍ଜୁର କରିଥିଲେ ମଧ୍ୟ ଏ ପର୍ଯ୍ୟନ୍ତ କାର୍ଯ୍ୟ ଆରମ୍ଭ କରାଯାଇନାହିଁ ।

ନିକଟରେ ପେଟନାଳର ପୁନଃରୁଦ୍ଧାର ପାଇଁ ନାଳ ଭିତରେ ପଶି ପ୍ରତିବାଦ କରିଥିଲେ ବାରବାଟି ବିଧାୟକ ଇଂ ମହମ୍ମଦ ମୋକିମ । ନାଳର ପୁନଃରୁଦ୍ଧାର ପାଇଁ ବିଧାୟକ ବାରମ୍ବାର ଦାବି ଉପସ୍ଥାପନ କରିଥିଲେ । କିନ୍ତୁ ଏଥିପ୍ରତି କେହି କର୍ଣ୍ଣପାତ କଲେ ନାହିଁ । ହାତରେ ପ୍ଲାକାର୍ଡ ଧରି ପେଟାନାଳ ପୁନଃରୁଦ୍ଧାର ଓ ସୌନ୍ଦର୍ଯ୍ୟକରଣରେ ରାଜ୍ୟ ସରକାରଙ୍କ ଅବହେଳା କାହା ସ୍ବାର୍ଥରେ ବୋଲି ଏବେ ଜବାବ ମାଗିଛନ୍ତି । ଗୋଟିଏ ମାସ ମଧ୍ୟରେ ଏହି ପୁନଃରୁଦ୍ଧାର କାର୍ଯ୍ୟ କରାନଗଲେ ଆନ୍ଦୋଳନ କରିବେ ବୋଲି ବିଧାୟକ ଚେତାବନୀ ଦେଇଛନ୍ତି ବିଧାୟକ ।

ଇଟିଭି ଭାରତ, କଟକ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.