ETV Bharat / city

OBC ସଂରକ୍ଷଣ ଝଡ: ହାଇକୋର୍ଟରେ ମାମଲା ଦାୟର କଲା କଂଗ୍ରେସ

author img

By

Published : Jan 5, 2022, 7:01 AM IST

ପଞ୍ଚାୟତ ନିର୍ବାଚନରେ ଓବିସି ସଂରକ୍ଷଣ ପ୍ରସଙ୍ଗକୁ ନେଇ ଜୋର୍ ଧରିଛି ରାଜନୀତି । ଓବିସିଙ୍କୁ ସଂରକ୍ଷଣ ଦାବିରେ ହାଇକୋର୍ଟରେ ମାମଲା ଦାୟର କଲା କଂଗ୍ରେସ । ଅଧିକ ପଢନ୍ତୁ

OBC ସଂରକ୍ଷଣ ଝଡ: ହାଇକୋର୍ଟରେ ମାମଲା ଦାୟର କଲା କଂଗ୍ରେସ
OBC ସଂରକ୍ଷଣ ଝଡ: ହାଇକୋର୍ଟରେ ମାମଲା ଦାୟର କଲା କଂଗ୍ରେସ

କଟକ: ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନରେ ଓବିସିଙ୍କ ପାଇଁ ଆସନ ସଂରକ୍ଷଣ ପ୍ରସଙ୍ଗରେ କଂଗ୍ରେସ ପକ୍ଷରୁ ହାଇକୋର୍ଟରେ ମାମଲା ଦାୟର ହୋଇଛି । ଓବିସିଙ୍କ ଲାଗି କୌଣସି ଆସନ ସଂରକ୍ଷଣ ନ ରହିବା ପ୍ରସଙ୍ଗକୁ ଏହି ଆବେଦନରେ ବିରୋଧ କରାଯାଇଛି । ପଞ୍ଚାୟତ ନିର୍ବାଚନ ପାଇଁ ୨୦୨୧ ଡିସେମ୍ବର ୨୭ରେ ପ୍ରକାଶିତ ସଂଶୋଧିତ ସଂରକ୍ଷଣ ଚିଠା ତାଲିକାକୁ ବେଆଇନ ଓ ଅସାମ୍ବିଧାନିକ ବୋଲି ଆବେଦନରେ ଦର୍ଶାଇଛି କଂଗ୍ରେସ ।

ପଛୁଆ ବର୍ଗଙ୍କ ଆସନ ସଂରକ୍ଷଣ ପ୍ରସଙ୍ଗରେ ସରକାର କେବଳ ଏକ କମିଶନ ବସାଇ ଚୁପ୍ ବସିଛନ୍ତି । ସ୍ଥାନ ସଂରକ୍ଷଣ ପୂର୍ବରୁ ‘ଟ୍ରିପଲ ଟେଷ୍ଟ’ ବ୍ୟବସ୍ଥା ସଂପୂର୍ଣ୍ଣ ଭାବେ ପାଳନ କରାଯାଇ ନାହିଁ ବୋଲି ହାଇକୋର୍ଟରେ ଏ ସଂପର୍କିତ ମାମଲାର ଶୁଣାଣି ସମୟରେ ସ୍ପଷ୍ଟ ହୋଇଥିଲା । ସରକାର ସାନି ଚିଠା ବିଜ୍ଞପ୍ତି ପ୍ରକାଶ କରିବେ ବୋଲି ହାଇକୋର୍ଟଙ୍କୁ କହିଥିଲେ । ସରକାରଙ୍କ ଏଭଳି ଆଭିମୁଖ୍ୟ ଉପରେ ହାଇକୋର୍ଟ କିଛି ମତ ଦେଇ ନଥିଲେ । କିନ୍ତୁ ପରବର୍ତ୍ତୀ ସମୟରେ ହାଇକୋର୍ଟଙ୍କ ନିର୍ଦ୍ଦେଶ ଅନୁସାରେ ସଂଶୋଧିତ ସଂରକ୍ଷଣ ଚିଠା ତାଲିକା ପ୍ରକାଶ କରାଯାଇଛି ବୋଲି ସରକାର କହୁଛନ୍ତି ଯାହା କି ଗ୍ରହଣୀୟ ନୁହେଁ ।

ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ କରିବା ଲାଗି ସରକାର ତରବରିଆ ଭାବେ ପଦକ୍ଷେପ ଗ୍ରହଣ କରୁଛନ୍ତି । କେ.କ୍ରିଷ୍ଣମୂର୍ତ୍ତି ମାମଲା ଓ ବିକାଶ କୁମାର ଗୱାଲି ମାମଲାରେ ସୁପ୍ରିମକୋର୍ଟ ପ୍ରଦାନ କରିଥିବା ରାୟ ସରକାର ପାଳନ କରୁନାହାନ୍ତି । ସୁପ୍ରିମକୋର୍ଟଙ୍କ ରାୟ ଓ ସମ୍ବିଧାନରେ ଥିବା ବ୍ୟବସ୍ଥା ଅନୁସାରେ ଓବିସିଙ୍କୁ ପଞ୍ଚାୟତ ନିର୍ବାଚନରେ ଆସନ ସଂରକ୍ଷଣ ପ୍ରଦାନ କରାଯାଉ ବୋଲି ଆବେଦନରେ ଦର୍ଶାଯାଇଛି ।

ଡିସେମ୍ବର ୩୧ରେ କଂଗ୍ରେସ ଦଳ ପକ୍ଷରୁ ପଞ୍ଚାୟତିରାଜ ଶାସନ ସଚିବଙ୍କୁ ସ୍ମାରକପତ୍ର ପ୍ରଦାନ କରାଯାଇଥିଲା । କିନ୍ତୁ ଏହା ଉପରେ କୌଣସି ପଦକ୍ଷେପ ଗ୍ରହଣ କରିନାହାନ୍ତି ସରକାର । ଏଭଳି ସ୍ଥିତିରେ ହାଇକୋର୍ଟରେ ମାମଲା ରୁଜୁ କରାଯାଇଛି ବୋଲି ଆବେଦନରେ ଉଲ୍ଲେଖ କରାଯାଇଛି । କଂଗ୍ରେସ ଓବିସି ସେଲ ଅଧ୍ୟକ୍ଷ ଜ୍ଞାନଦେବ ବେଉରାଙ୍କ ପକ୍ଷରୁ ଦାୟର ମାମଲାକୁ ଆଇନଜୀବୀ ସୁରେନ୍ଦ୍ରନାଥ କର ପରିଚାଳନା କରୁଛନ୍ତି ।

କଟକରୁ ନାରାୟଣ ସାହୁ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.