ETV Bharat / city

ରାଧାନାଥ ଟ୍ରେନିଂ କଲେଜର ସୁରକ୍ଷା ଦାବି କଲା କଂଗ୍ରେସ - କଂଗ୍ରେସ ଦାବି

କଟକରୁ କୌଣସି ପରିସ୍ଥିତିରେ ବି ରାଧାନାଥ ଟ୍ରେନିଂ କଲେଜକୁ ଅନ୍ୟତ୍ର ସ୍ଥାନାନ୍ତର ହେବାକୁ ଦିଆଯିବନି ବୋଲି କହିଛି କଂଗ୍ରେସ । ଆଗାମୀ ଦିନରେ ଏହି ପ୍ରସଙ୍ଗକୁ ବିଧାନସଭାରେ ଉପସ୍ଥାନ କରାଯିବ ବୋଲି କଂଗ୍ରେସ ବିଧାୟକ କହିଛନ୍ତି । ଅଧିକ ପଢନ୍ତୁ...

ରାଧାନାଥ ଟ୍ରେନିଂ କଲେଜର ସୁରକ୍ଷା ଦାବି କଲା କଂଗ୍ରେସ

author img

By

Published : Nov 17, 2020, 3:54 PM IST

କଟକ: ରାଜ୍ୟର ସର୍ବପୁରାତନ ରାଧାନାଥ ଟ୍ରେନିଂ କଲେଜର ସୁରକ୍ଷା ଦାବି କଲା କଂଗ୍ରେସ । ଭିତ୍ତିଭୂମିର ବିକାଶ ଦାବିକରି ଆଜି(ମଙ୍ଗଳବାର) ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରି ଜିଲ୍ଲାପାଳଙ୍କୁ ସ୍ମାରକ ପତ୍ର ପ୍ରଦାନ କରିଛି କଟକ ନଗର କଂଗ୍ରେସ କମିଟି ।

ରାଧାନାଥ ଟ୍ରେନିଂ କଲେଜର ସୁରକ୍ଷା ଦାବି କଲା କଂଗ୍ରେସ

ତେବେ କୌଣସି ପରିସ୍ଥିତିରେ ବି କଟକରୁ ଏହି ପ୍ରତିଷ୍ଠାନକୁ ଉଠାଇ ନେବାକୁ ଦିଆଯିବନି ବୋଲି ଦାବି କରିଛି କଂଗ୍ରେସ । ଆଗାମୀ ଦିନରେ ଏହି ପ୍ରସଙ୍ଗକୁ ବିଧାନସଭାରେ ଉପସ୍ଥାନ କରାଯିବ ବୋଲି ବିଧାୟକ ମହମ୍ମଦ ମୋକିମ କହିଛନ୍ତି ।

ଆଜିର ସମୟରେ ରାଧାନାଥ ଟ୍ରେନିଂ କଲେଜ ସାରା ଦେଶରେ ବେଶ୍ ପରିଚିତ । ମାତ୍ର ପ୍ରଶାସନିକ ଆନ୍ତରିକତା ଅଭାବରୁ ଏହା ଧୀରେ ଧୀରେ ଏହାର ଭିତ୍ତିଭୂମି ନଷ୍ଟ ହେବାରେ ଲାଗିଛି । ସରକାର କଣ ପାଇଁ ଅଣଦେଖା କରୁଛନ୍ତି ତାହା ଆଗାମୀ ଦିନରେ ସ୍ପଷ୍ଟ ହୋଇଯିବ । ଯେତେବେଳ ବିଧାନସଭାରେ ଏହି ପ୍ରଶ୍ନ ଉଠିବ ତାହାର ଉତ୍ତର ଦେବାକୁ ରାଜ୍ୟ ସରକାର ବାଧ୍ୟ ବୋଲି ମୋକିମ କହିଛନ୍ତି ।

କଟକରୁ ପ୍ରଭୁକଲ୍ୟାଣ ପାଲ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.