ETV Bharat / city

ହାଇକୋର୍ଟଙ୍କ ସର୍ତ୍ତମୂଳକ ଜାମିନ, ଅଭିଯୁକ୍ତକୁ 3 ମାସରେ ଶହେ ଗଛ ଲଗାଇବାକୁ ନିର୍ଦ୍ଦେଶ - ଅଭିଯୁକ୍ତକୁ 3 ମାସରେ ଲଗାଇବାକୁ ହେବ ଶହେ ଗଛ

ଏକ ତରାଫ ପ୍ରେମରେ ପଡି ଯୁବତୀଙ୍କୁ ଅପହରଣ କରୁଥିବା ମାମଲାରେ ଜଣେ ଅଭିଯୁକ୍ତକୁ ଜାମିନ ମାଳିଛି । ସର୍ତ୍ତମୂଳକ ଭାବେ ଏହି ଜାମିନ ମଞ୍ଜୁର କରିଛନ୍ତି ହାଇକୋର୍ଟ । ଅଧିକ ପଢନ୍ତୁ...

ହାଇକୋର୍ଟଙ୍କ ସର୍ତ୍ତମୂଳକ ଜାମିନ, ଅଭିଯୁକ୍ତକୁ 3 ମାସରେ ଲଗାଇବାକୁ ହେବ ଶହେ ଗଛ

author img

By

Published : Jun 16, 2020, 7:54 AM IST

କଟକ: ଅପହରଣ ମାମଲାରେ ଗିରଫ ହୋଇଥିବା ଯୁବକକୁ ଜାମିନ ଦେଲେ ହାଇକୋର୍ଟ । ସର୍ତ୍ତମୂଳକ ଭାବେ ଏହି ଜାମିନ ଦିଆଯାଇଛି । ଅଭିଯୁକ୍ତକୁ 3 ମାସରେ 100 ବୃକ୍ଷରୋପଣ କରିବାକୁ ପଡିବ । ବୃକ୍ଷ ରୋପଣ କରିଥିଲେ ତାର ପ୍ରମାଣ ତଦନ୍ତକାରୀ ଅଧିକାରୀ ମାମଲାର ବିଚାରଧୀନ ଅଦାଲତରେ ଦାଖଲ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି ହାଇକୋର୍ଟ ।

ଗତ ଜାନୁଆରୀ ୩୧ ତାରିଖରେ ବୌଦ୍ଧ ଥାନା ଅଞ୍ଚଳରେ ଜଣେ ଯୁବକ ଏକ ତରଫା ପ୍ରେମ କରୁଥିଲେ। ଯୁବତୀଙ୍କୁ ଘର ଭିତରକୁ ଜବରଦସ୍ତ ପଶିବା ସହ ଯୁବତୀଙ୍କୁ ଅପହରଣ କରିବାପାଇଁ ଉଦ୍ୟମ କରିଥିଲେ। ଏନେଇ ଯୁବତୀଙ୍କ ବାପା ଥାନାରେ ଅଭିଯୋଗ କରିବା ପରେ ବୌଦ୍ଧ ପୋଲିସ ଅଭିଯୁକ୍ତଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଥିଲେ।

ଏହି ମାମଲାରେ ଅଭିଯୁକ୍ତ ଜାମିନ ପାଇଁ ହାଇକୋର୍ଟଙ୍କ ଦ୍ୱାରସ୍ଥ ହୋଇଥିବାବେଳେ ହାଇକୋର୍ଟ ତାଙ୍କ ଜାମିନ ମଞ୍ଜୁର କରିଛନ୍ତି। ଜାମିନର ସର୍ତ୍ତ ବୌଦ୍ଧ ଏସଡିଜିଏମ ରଖିବେ ବୋଲି ନିର୍ଦ୍ଦେଶରେ କୁହାଯାଇଛି। ଏହା ସହ ୩ ମାସ ମଧ୍ୟରେ ଏକା ଶହ ବୃକ୍ଷ ରୋପଣର କରିବାକୁ ସର୍ତ୍ତ ରଖିଛନ୍ତି ଜାମିନର ଶୁଣାଣି କରିଥିବା ଜଷ୍ଟିସ ସଞ୍ଜୀବ କୁମାର ପାଣିଗ୍ରାହୀଙ୍କ ଖଣ୍ଡପୀଠ।

କଟକରୁ ନାରାୟଣ ସାହୁ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.