ETV Bharat / city

NCC କ୍ୟାଡେଟ ସ୍ବପ୍ନେଶ୍ବରଙ୍କ ମୃତ୍ୟୁ ଘଟଣା, ପରିବାରକୁ ମିଳିବ କ୍ଷତିପୂରଣ - ସୁଇମିଂ ପୁଲ୍‌ରେ ବୁଡ଼ି ଏନସିସି କ୍ୟାଡେଟଙ୍କ ମୃତ୍ୟୁ

କଟକ ଘରୋଇ ସୁଇମିଂ ପୁଲ୍‌ରେ ବୁଡ଼ି ଏନସିସି କ୍ୟାଡେଟଙ୍କ ମୃତ୍ୟୁ । ସୁଇମିଙ୍ଗ ପୁଲରେ ଟ୍ରେନିଂ ନେଉଥିବା ବେଳେ ଶନିବାର ଘଟିଥିଲା ଏହି ଅଘଟଣ । ଅଧିକ ପଢ଼ନ୍ତୁ

ଏନସିସି କ୍ୟାଡେଟ ସ୍ବପ୍ନେଶ୍ବରଙ୍କ ମୃତ୍ୟ ଘଟଣା : ପରିବାରକୁ ମିଳିବ କ୍ଷତିପୂରଣ

author img

By

Published : Sep 12, 2022, 11:51 AM IST

କଟକ: ଟ୍ରେନିଂ ବେଳେ ସୁଇମିଂ ପୁଲରେ ବୁଡି NCC କ୍ୟାଡେଟ୍‌ଙ୍କ ମୃତ୍ୟୁ ଘଟଣା । ପରିବାରକୁ କ୍ଷତି ପୂରଣ ଦିଆଯିବ ବୋଲି ସୂଚନା ଦେଇଛନ୍ତି କର୍ଣ୍ଣଲ ପ୍ରଖର ସିହ୍ନା । ଗତ ଶନିବାର ତାଙ୍କର ମୃତ୍ୟୁ ହୋଇଥିଲା । ମୃତ NCC କ୍ୟାଡେଟ ହେଲେ ସ୍ବପ୍ନେଶ୍ବର ଦାସ ।

ସୂଚନା ଅନୁଯାୟୀ, ଗତ ଶନିବାର କଟକର ଏକ ଘରୋଇ କ୍ଲବ୍ ସୁଇମିଂ ପୁଲ୍‌ରେ ବୁଡ଼ି ଏନସିସି କ୍ୟାଡେଟ ସ୍ବପ୍ନେଶ୍ବର ଦାସଙ୍କ ମୃତ୍ୟୁ ହୋଇଥିଲା । ସେ ସୁଇମିଙ୍ଗ ପୁଲରେ ଟ୍ରେନିଂ ନେଉଥିବା ବେଳେ ଘଟିଥିଲା ଏହି ଅଘଟଣ । ଟ୍ରେନିଂ ଶେଷ କରି ସାରି ଛାତ୍ର ଜଣଙ୍କ ଉପରକୁ ଆସିବା ପରେ ତାଙ୍କୁ ହଠାତ୍ ବାତ ମାରିଥିଲା । ଏଥିରେ ସ୍ବପ୍ନେଶ୍ବର ଗୁରୁତର ହୋଇ ପଡ଼ିଥିଲେ । ଏନେଇ ସଙ୍ଗେ ସଙ୍ଗେ ତାଙ୍କୁ ତୁରନ୍ତ ସିଟି ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା । ହେଲେ ସେଠାରେ ଡାକ୍ତର ତାଙ୍କୁ ପରୀକ୍ଷା କରି ମୃତ ଘୋଷଣା କରିଥିଲେ ।

ଏନସିସି କ୍ୟାଡେଟ ସ୍ବପ୍ନେଶ୍ବରଙ୍କ ମୃତ୍ୟ ଘଟଣା : ପରିବାରକୁ ମିଳିବ କ୍ଷତିପୂରଣ

ସୂଚନା ଥାଉକି, ସ୍ବପ୍ନେଶ୍ବର ଟ୍ରେନିଂ ସାରି ନିଜେ ପାଣି ଉପରକୁ ଉଠିସାରିବା ପରେ ହଠାତ୍‌ ଅସୁସ୍ଥ ଅନୁଭବ କରିଥିଲେ । ପାଖରେ ଥିବା ଟ୍ରେନିଂ ଅଫିସରଙ୍କ ସହିତ ଅନ୍ୟମାନଙ୍କ ଦ୍ୱାରା ତାଙ୍କୁ ହସ୍ପିଟାଲରେରେ ଭର୍ତ୍ତି କରାଯାଇଥିଲା । ଆଗରୁ ସ୍ବପ୍ନେଶ୍ବର ବହୁ ଟ୍ରେନିଂରେ ଭାଗ ନେଇଥିଲେ । ତାଙ୍କ ଶରୀର ଆଗରୁ ସମ୍ପୂର୍ଣ୍ଣ ସୁସ୍ଥ ଥିବାର ମେଡ଼ିକାଲ ସାଟିଫିକେଟ ମଧ୍ୟ ଦେଇଛନ୍ତି ସ୍ବପ୍ନେଶ୍ବର । କିନ୍ତୁ ଏ ସମ୍ପର୍କରେ NCC ପ୍ରଶିକ୍ଷାର୍ଥୀ ଡାକ୍ତର ଜୟନ୍ତ ପଣ୍ଡା କହିଛନ୍ତି, ''ତାଙ୍କର ଆଗରୁ ସ୍ବାସ୍ଥ୍ୟଗତ ସମସ୍ୟା ରହିଥିଲା''। ତେବେ ସ୍ବପ୍ନେଶ୍ବରଙ୍କ ମୃତଦେହ ବ୍ୟବଚ୍ଛେଦ ରିପୋର୍ଟ ଆସିବା ପରେ ପ୍ରକୃତ ଘଟଣା ଜଣାପଡିବ ।

ଅନ୍ୟପକ୍ଷରେ କର୍ଣ୍ଣଲ ପ୍ରଖର ସିହ୍ନା କହିଛନ୍ତି, '' NCC ପକ୍ଷରୁ ସ୍ବପ୍ନେଶ୍ବରଙ୍କ ପରିବାରକୁ ସମବେଦନା ଜଣାଯିବା ସହିତ କ୍ଷତିପୂରଣ ଦିଆଯିବ'' । ସେପଟେ ପୁଅକୁ ହରାଇ ହତବାକ ସାଜିଛି ପୁରା ଅଞ୍ଚଳ ଓ ପରିବାର । ସାଙ୍ଗସାଥୀଙ୍କ ମୁହଁରୁ ବାହାରୁନି ଶବ୍ଦ । କେମିତି ବା ଭୁଲିବେ ସାଙ୍ଗକୁ । ଯିଏ ଦିନେ ଅଞ୍ଚଳର ଗର୍ବ ଆଉ ଗୌରବ ଥିଲା ତାକୁ ହରାଇ ଭୁଲିବା ଏତେ ସହଜ ନୁହେଁ । ଅନ୍ୟପକ୍ଷରେ ପୁଅକୁ ହରାଇ ଏବେ ସ୍ତବ୍ଧ ପାଲଟିଯାଇଛନ୍ତି ପୁରା ପରିବାର । କିଛି ବୁଝିବା ଆଗରୁ ସବୁ କିଛି ଶେଷ ହୋଇଯାଇଛି । ପୁଅ ଚାକିରି କରି ଆମ କଥା ବୁଝିବ ବୋଲି ବାପା ମାଆ ଭାବିଥିଲେ । ଯେଉଁ ବୟସରେ ବାପା, ମାଆଙ୍କୁ କାନ୍ଧ ଦେଇଥାନ୍ତା ପୁଅ ଆଜି ସେ ନିଜେ ବାପ କାନ୍ଧରେ ମଶାଣୀକୁ ଗଲା ।

ଦୁଇଦିନ ହେବ ଘରେ ଚୂଲି ଜଳୁନି । ମାଆ ଆଖିରୁ ଶୁଖୁନି ଲୁହ । ପୁଅର ହଠାତ୍‌ ମୃତ୍ୟୁକୁ ବି ଗ୍ରହଣ କରିପାରୁନି ମା’ । ଭାଗ୍ୟ ଏମିତି ଯେ ବୟସ ନ ହୋଇ ବି ଦୁନିଆ ଛାଡ଼ି ଯିବାକୁ ପଡ଼ିଲା । ଅଧାରେ ରହିଗଲା ସ୍ବପ୍ନେଶ୍ବରଙ୍କ ସ୍ବପ୍ନ ।

ଇଟିଭି ଭାରତ, କଟକ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.