କଟକ: ସରକାରଙ୍କ ଗାଇଡ଼ଲାଇନ ଅନୁସାରେ ହେବ ଚଳିତବର୍ଷ ଦୁର୍ଗା ପୂଜା । କୋଭିଡ ମହାମାରୀ ମଧ୍ୟରେ ଲୋକଙ୍କ ଭିଡକୁ ଆଖି ଆଗରେ ରଖି ସରକାର ନିଷ୍ପତ୍ତି ନେଇଛନ୍ତି । ତେବେ ଏହି ନିଷ୍ପତ୍ତିକୁ କାୟମ ରଖିବା ପାଇଁ ଲୋକଙ୍କ ସହଯୋଗ ନିହାତି ଆବଶ୍ୟକ ବୋଲି ଆଲୋଚନାରେ ନିଷ୍ପତ୍ତି ହୋଇଛି ।
ତେବେ ସହରର ସମସ୍ତ ପୂଜା କମିଟିକୁ ଜିଲ୍ଲା ପ୍ରଶାସନ ପକ୍ଷରୁ ନିୟମକାନୁନ କରାଯିବ, ସେନେଇ କମିଶନରେଟ ପୋଲିସ ପକ୍ଷରୁ ଆରମ୍ଭ ହୋଇଛି ଏହି ପ୍ରୟାସ । ସେପଟେ ଏହି ଘଟଣାରେ ଆଜି (ରବିବାର) କଟକ ମଙ୍ଗଳବାଗ ଥାନା ଅଧୀନରେ ଥିବା କିଛି ମୁରବି ଓ ସାଧାରଣ ଲୋକଙ୍କୁ ବୁଝାଇଛନ୍ତି କଟକ ଡିସିପି ପ୍ରତୀକ ସିଂ ।
କଟକରୁ ପ୍ରଭୁକଲ୍ୟାଣ ପାଲ୍, ଇଟିଭି ଭାରତ