ETV Bharat / city

ଡି ବ୍ରଦର୍ସ ସହଯୋଗୀ ଶିବ ପ୍ରସାଦ ଗୋଚ୍ଛି ତଡିପାର - Shiv Prasad Gochhi Tadipar

ଡି ବ୍ରଦର୍ସଙ୍କ ସହଯୋଗୀ ଶିବ ପ୍ରସାଦ ଗୋଚ୍ଛିକୁ ତଡିପାର ଘୋଷଣା କରିଛି କମିଶନରେଟ୍‌ ପୋଲିସ । ଅଧିକ ପଢନ୍ତୁ...

ଡି ବ୍ରଦର୍ସ
ଡି ବ୍ରଦର୍ସ
author img

By

Published : Dec 1, 2020, 7:03 AM IST

କଟକ: ଦାଦାବଟିକୁ ନାଁ ଅଭିଯାନ । ଧଳସାମନ୍ତ ବ୍ରଦର୍ସ ସହଯୋଗୀ ଶିବ ପ୍ରସାଦ ଗୋଚ୍ଛିଙ୍କୁ ତଡିପାର ଘୋଷଣା । ଘୋଷଣା କଲେ ପୋଲିସ କମିଶନର ସୁଧାଂଶୁ ଷଡଙ୍ଗୀ । ଅନେକ ସଙ୍ଗୀନ ଅପରାଧ ମାମଲାରେ ଜଡିତ ରହିଛି ଶିବ ।

ଦାଦାବଟିକୁ ନାଁ ଅଭିଯାନକୁ ଆହୁରି ସକ୍ରିୟ କରିବା ପାଇଁ ଏହି ନିଷ୍ପତ୍ତି ନେଇଛନ୍ତି ପୋଲିସ କମିଶନର । ତେବେ ରବିବାର ଧଳସାମନ୍ତ ସହଯୋଗୀ ଭାରତ ଭୂଷଣ ସ୍ବାଇଁଙ୍କୁ ତଡିପାର ଘୋଷଣା କରିଥିଲେ ପୋଲିସ କମିଶନର। ଭାରତ ବିରୋଧରେ 15 ରୁ ଉର୍ଦ୍ଧ୍ବ ସଙ୍ଗୀନ ଅପରାଧ ମାମଲା ରହିଛି ।

ବାରମ୍ବାର ଦାଦାବଟି ମାଗିବା ଓ ଅପରାଧିକ କାର୍ଯ୍ୟରେ ସମ୍ପୃକ୍ତ ରହିବାରୁ ଏହି ଦୁଇ ଜଣଙ୍କୁ ତଡିପାର ଘୋଷଣା କରାଯାଇଛି । ଆସନ୍ତା 3 ମାସ ପର୍ଯ୍ୟନ୍ତ ଶିବ କଟକ କମିସନରେଟ ଅଞ୍ଚଳକୁ ପଶିପାରିବ ନାହିଁ ବୋଲି କୁହାଯାଇଛି । ସେହିପରି ଆବଶ୍ୟକ ହେଲେ ତଡିପାର ସମୟସୀମାକୁ ମଧ୍ୟ ବୃଦ୍ଧି କରାଯାଇପାରେ ବୋଲି ସଙ୍କେତ ଦିଆଯାଇଛି ।

2005 ମସିହାରୁ ଅନେକ ଅପରାଧିକ ମାମଲାରେ ଜଡିତ ରହିଛି ଶିବ । ଯାହାକୁ ଦୃଷ୍ଟିରେ ରଖି ପୋଲିସ ପକ୍ଷରୁ ଏଭଳି ଘୋଷଣା କରାଯାଇଛି ।

କଟକରୁ ପ୍ରଭୁ କଲ୍ୟାଣ ପାଲ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.