ETV Bharat / city

ଧରାବତରଣ ପୂର୍ବରୁ ସଜେଇ ହେଉଛନ୍ତି ମା', ସିଲଭରସିଟିରେ ରଙ୍ଗ ସ୍ପର୍ଶ ଦେଉଛି ଶିଳ୍ପୀ - ଦଶହରା 2020

ଧରାପୃଷ୍ଠକୁ ଅବତରଣ କରିବା ପୂର୍ବରୁ ସଜେଇ ହେଉଛନ୍ତି ମା’ । ଦିନ ରାତି ଏକ କରି ସିଲଭରସିିଟିର ବିଭିନ୍ନ ମଣ୍ଡପରେ ମା’ଙ୍କ ଦେହରେ ରଙ୍ଗ ସ୍ପର୍ଶ ଦେଉଛନ୍ତି ଶିଳ୍ପୀ ଷ ଅଧିକ ପଢନ୍ତୁ...

ଧରାପୃଷ୍ଠକୁ ଆସିବା ପୂର୍ବରୁ ସଜେଇ ହେଉଛି ମା’
ଧରାପୃଷ୍ଠକୁ ଆସିବା ପୂର୍ବରୁ ସଜେଇ ହେଉଛି ମା’
author img

By

Published : Oct 17, 2020, 2:14 PM IST

କଟକ: ଆଉ ଦିନ କେଇଟା ପରେ ଧରାପୃଷ୍ଠକୁ ଆସିବେ ମା । ଯାହାଙ୍କ ଆଗମନରେ ଚଳଞ୍ଚଳ ହୋଇଉଠିଛି ସିଲଭର ସିଟି କଟକ । ମଳ ମାସ ଶେଷ ହେବା ପରେ ମୂର୍ତ୍ତି କାମ ସାଙ୍ଗକୁ ରଙ୍ଗ ଲଗା କାମ ଆରମ୍ଭ ହୋଇଯାଇଛି । ମୂର୍ତ୍ତି ନିର୍ମାଣକୁ ନେଇ ହାଇକୋର୍ଟରେ ମାମଲା ଚାଲିଥିବାବେଳେ ଅନେକ ମଣ୍ଡପ ସାଜସଜ୍ଜା କାର୍ଯ୍ୟ ଆଗେଇ ଚାଲିଛି ।

ଧରାପୃଷ୍ଠକୁ ଆସିବା ପୂର୍ବରୁ ସଜେଇ ହେଉଛି ମା’

ମୂର୍ତ୍ତି ଶିଳ୍ପୀମାନେ ମଣ୍ଡପରେ ମା’ଙ୍କୁ ବିଭିନ୍ନ ରଙ୍ଗରେ ସଜ୍ଜିତ କରୁଛନ୍ତି। କୋଭିଡ କଟକଣା ପାଇଁ ମୂର୍ତ୍ତିର ଆକାର ୪ ଫୁଟ କରାଯାଇଥିବା ବେଳେ ଏହା ଦ୍ବାରା ପ୍ରଭାବିତ ହୋଇଛନ୍ତି ମୂର୍ତ୍ତି କାରିଗର। ମୂର୍ତ୍ତିର ଆକାର ଛୋଟ ହେବା ଯୋଗୁଁ ସମୟ ଲାଗୁଛି। ସେହିପରି ମା’ଙ୍କ ବସ୍ତ୍ର, ଅଳଙ୍କାର ଆଦିକୁ ମାଟିରେ ନିର୍ମାଣ କରାଯାଉଥିବାରୁ ଅଧିକ ସମୟ ଲାଗୁଥିବା କାରିଗର କହିଛନ୍ତି।

ଅନେକ ପୂଜା ମଣ୍ଡପରେ ମୂର୍ତ୍ତି ରଙ୍ଗ କାମ ଆଜିଠାରୁ ଆରମ୍ଭ ହୋଇଛି। ହାତରେ କାମ ସମୟ ଥିବାରୁ ଦିନ ରାତି ଏକ କରି ମୂର୍ତ୍ତି ନିର୍ମାଣ କାମରେ ଲାଗି ପଡିଛନ୍ତି କାରିଗର। ତେବେ ଆସନ୍ତା ୨ ରୁ ୩ ଦିନ ଭିତରେ ମୂର୍ତ୍ତି କାମ ଶେଷ ହେବ ବୋଲି କାରିଗର କହିଛନ୍ତି।

କଟକରୁ ନାରାୟଣ ସାହୁ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.