ETV Bharat / city

କିଶନନଗର ଶୀତଳଭଣ୍ଡାରରୁ ବିଷାକ୍ତ ଗ୍ୟାସ ଲିକ୍‌, ଆୟତ୍ତ କଲା ଅଗ୍ନିଶମ

author img

By

Published : Mar 19, 2021, 8:13 AM IST

କଟକ କିଶନନଗର ଶୀତଳଭଣ୍ଡାରରୁ ଆମୋନିୟମ ଗ୍ୟାସ ଲିକ । ଗ୍ୟାସ ନିୟନ୍ତ୍ରଣ ପାଇଁ ୫ ଦମକଳ ଗାଡି ନିୟୋଜିତ । ଭୟରେ ଘର ଛାଡ଼ି ନିରାପଦ ସ୍ଥାନକୁ ପଳାଇଲେ ଆଖପାଖର ଲୋକେ । ଅଧିକ ପଢନ୍ତୁ...

coldstorage gas leak in kisannagar of cuttack
କିଶନନଗର ଶୀତଳଭଣ୍ଡାରରୁ ଗ୍ୟାସ ଲିକ ଘଟଣା, ଆୟତ ହେଲା ପରିସ୍ଥିତି

କଟକ: କିଶନନଗର ଶୀତଳଭଣ୍ଡାରରୁ ଗ୍ୟାସ ଲିକ, ଲୋକେ ଭୟଭୀତ । ଭୟରେ ଘର ଛାଡ଼ି ପଳାଇଲେ ସ୍ଥାନୀୟ ବାସିନ୍ଦା । ଗ୍ୟାସ ନିୟନ୍ତ୍ରଣ ପାଇଁ ୫ ଦମକଳ ଗାଡି ନିୟୋଜିତ ।

ଗତକାଲି (ଗୁରୁବାର) ରାତିରେ କିଶନନଗର ବିଶ୍ବାଳପଡାସ୍ଥିତ ମଣ୍ଟେଶ୍ବରୀ ଶୀତଳ ଭଣ୍ଡାରରୁ ବିଷାକ୍ତ ଆମୋନିଆ ଗ୍ୟାସ ଲିକ ହୋଇଥିଲା । ଅଳ୍ପ ସମୟ ମଧ୍ୟରେ ଆଖପାଖ ଅଞ୍ଚଳକୁ ଏହା ବ୍ୟାପୀ ଯାଇଥିଲା । ଫଳରେ ଲୋକଙ୍କ ଆଖି ଓ ନାକ ପୋଡିବା ସହ ଲୋକେ ଅଣନିଶ୍ବାସୀ ହୋଇପଡିଥଲେ । ଫଳରେ ସ୍ଥାନୀୟ ଅଞ୍ଚଳରେ ଆତଙ୍କର ବାତାବରଣ ସୃଷ୍ଟି ହୋଇଥିଲା । ଲୋକେ ଘର ଛାଡି ନିରାପଦ ସ୍ଥାନକୁ ପଳାଇ ଯାଇଥିଲେ । ବିଶେଷ କରି ବିଶ୍ବାଳପଡା ଓ ସାମନ୍ତରାପୁର ଗ୍ରାମବାସୀ ଅଧିକ ପ୍ରଭାବିତ ହୋଇଥିଲେ । ଖବରପାଇ ରଘୁନାଥପୁର, ବିରିଡି ଓ ସାଲେପୁରରୁ ୫ଟି ଦମକଳ ଗାଡି ଘଟଣା ସ୍ଥଳରେ ପହଞ୍ଚିଥିଲା । ଅଗ୍ନିଶମ ବିଭାଗର କର୍ମଚାରୀ ମାନେ ପାଣି ପକାଇବା ସହ ଅକ୍ସିଜେନ ସିଲିଣ୍ଡର ନେଇ ଶୀତଳ ଭଣ୍ଡାର ଗ୍ୟାସ ଲିକ ହେଉଥିବା ଘରେ ପଶିଥିଲେ ଓ ଗ୍ୟାସ ଲିକକୁ ବନ୍ଦ କରିଥିଲେ ।

ତେବେ ଅଗ୍ନିଶମ କର୍ମଚାରୀ ମାନେ ଏକ ଘଣ୍ଟାରୁ ଊର୍ଦ୍ଧ୍ବ ସମୟ ପରିଶ୍ରମ କରି ଗ୍ୟାସ ଉପରେ ନିୟନ୍ତ୍ରଣ ପାଇଥିଲେ । ପାଣି ପକାଇ ଶୀତଳ ଭଣ୍ଡାର ଭିତରେ ଜମି ରହିଥିବା ଗ୍ୟାସକୁ ନିଷ୍କ୍ରିୟ କରାଯାଇଥିଲା । ବର୍ତ୍ତମାନ ସ୍ଥିତି ସମ୍ପୂର୍ଣ୍ଣ ରୂପେ ଆୟତ୍ତ କରାଯାଇଛି ।

କଟକରୁ ପ୍ରଭୁକଲ୍ୟାଣ ପାଲ,ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.