ETV Bharat / city

ଏଥର ବି ସିଲଭରସିଟିରେ ଫିକା ପଡିବ କାର୍ତ୍ତିକ ପୂର୍ଣ୍ଣିମା: ଭାସିବନି ଡଙ୍ଗା,ବ୍ୟବସାୟୀ ନିରାଶ

ଦିନକ ପରେ ହିନ୍ଦୁ ଧର୍ମର ପବିତ୍ର ପର୍ବ କାର୍ତ୍ତିକ ପୂର୍ଣ୍ଣିମା । ସିଲଭର ସିଟିରେ ଭାସିବନି ଡଙ୍ଗା । ଚିନ୍ତାରେ ଡ଼ଙ୍ଗା ବ୍ୟବସାୟୀ ।

ଏ ବର୍ଷବି ଫିକା ପଡିବ କାର୍ତ୍ତିକ ପୂର୍ଣ୍ଣିମା: ଭାସିବନି ଡଙ୍ଗା, ନିରାଶ ବ୍ୟବସାୟୀ

author img

By

Published : Nov 18, 2021, 7:03 AM IST

କଟକ: ଦିନକ ପରେ ହିନ୍ଦୁ ଧର୍ମର ପବିତ୍ର ପର୍ବ କାର୍ତ୍ତିକ ପୂର୍ଣ୍ଣିମା । ଆଉ ଏହି କାର୍ତ୍ତିକ ପୂର୍ଣ୍ଣିମାରେ ପୂର୍ବ ପରମ୍ପରା ଅନୁଯାୟୀ ନଦୀରେ ଡ଼ଙ୍ଗା ଭସାଯାଏ । ସଭିଏଁ ଏହି ପର୍ବକୁ ବେଶ ଧୂମଧାମରେ ପାଳନ କରିଥାନ୍ତି । ହେଲେ ଚଳିତ ବର୍ଷ ନଦୀରେ ଡ଼ଙ୍ଗା ଭସାଇ ପାରିବେ ନାହିଁ କଟକବାସୀ । ସରକାରଙ୍କ ପକ୍ଷରୁ ଏହି ନିର୍ଦ୍ଦେଶ ଆସିବା ପରେ କଟକିଆ ନିରାଶ ହୋଇଯାଇଛନ୍ତି । ଶ୍ରଦ୍ଧାଳୁ ମାନେ ଯେତିକି ଦୁଃଖ ପ୍ରକାଶ କରିଛନ୍ତି ତାଙ୍କ ଠାରୁ ଅଧିକ ଭାଙ୍ଗି ପଡିଛନ୍ତି ଡ଼ଙ୍ଗା ତିଆରି କରୁଥିବା ବ୍ୟବସାୟୀ ।

ଏ ବର୍ଷବି ଫିକା ପଡିବ କାର୍ତ୍ତିକ ପୂର୍ଣ୍ଣିମା: ଭାସିବନି ଡଙ୍ଗା, ନିରାଶ ବ୍ୟବସାୟୀ

କଟକ ଚାଉଳିଆଗଞ୍ଜ ଅଞ୍ଚଳର ସୁକାନ୍ତି ସାହୁ । ଯିଏକି ଆଜିକୁ ୩୫ ବର୍ଷ ଧରି ଡ଼ଙ୍ଗା ବ୍ୟବସାୟ କରି ନିଜର ଗୁଜୁରାଣ ମେଣ୍ଟାଇ ଆସୁଛନ୍ତି। ହେଲେ ଗତବର୍ଷ ଭଳି ଚଳିତବର୍ଷ ମଧ୍ୟ ସବୁ ଆଶା ଆଶାରେ ରହିଗଲା। ବାଣ ଫୁଟା ଭଳି ଟିକିଏ ଆଶା ରହିଥିଲେ ସୁଦ୍ଧା ଶେଷ ମୁହୂର୍ତ୍ତରେ ସବୁ ଫସର ଫାଟିଗଲା। ପୂର୍ବ ବର୍ଷ ଗୁଡିକରେ ପାଖାପାଖି ୧୫ ରୁ ୨୦ ହଜାର ଡ଼ଙ୍ଗା ତିଆରି କରି କଟକ ଓ ବିଭିନ୍ନ ଜିଲ୍ଲାଗୁଡିକୁ ଡ଼ଙ୍ଗା ବ୍ୟବସାୟ ପାଇଁ ପଠାନ୍ତି ସୁକାନ୍ତି । ହେଲେ କୋରୋନା ପାଇଁ ଚଳିତବର୍ଷ ତାଙ୍କ ବେପାର ମାନ୍ଦା ପଡିଯାଇଛି ।

ଚଳିତବର୍ଷ ମାତ୍ର ୨ ହଜାର ଡ଼ଙ୍ଗା ତିଆରି କରିଥିଲେ ସେ । ବ୍ୟବସାୟ ନହେବା କାରଣରୁ ମୁଣ୍ଡରେ ହାତ ଦେଇ ବସିଛନ୍ତି ସୁକାନ୍ତିଙ୍କ ପରିବାର ଲୋକେ। କାହିକିଁନା ଡଙ୍ଗା ତିଆରି କରିବାରେ ସୁକାନ୍ତିଙ୍କ ପରିବାର ଲୋକେ ବର୍ଷ ତମାମ ଏ କାର୍ଯ୍ୟରେ ଲାଗିଥାନ୍ତି । କାର୍ତ୍ତିକ ପୂର୍ଣ୍ଣିମା ପୂର୍ବରୁ ଡ଼ଙ୍ଗା କିଣିବା ପାଇଁ ଗ୍ରାହକ ମାନଙ୍କର ବେଶ ଭିଡ଼ ଜମିଥାଏ । ହେଲେ ଚଳିତ ବର୍ଷ ନାହିଁ ସେ ଦୃଶ୍ୟ । ଆଉ କାଁ ଭାଁ ଲୋକେ ଆସି କିଣୁଛନ୍ତି ଡ଼ଙ୍ଗା । ଫଳରେ ବ୍ୟବସାୟୀଙ୍କ ଜୀବିକା ଉପରେ ବେଶ ପ୍ରଭାବ ପଡିଛି । ଅନ୍ୟପଟେ ଜିଲ୍ଲା ପ୍ରଶାସନ ଓ କମିଶନରେଟ ପୋଲିସ ପକ୍ଷରୁ ନଦୀ ଘାଟରେ ଡ଼ଙ୍ଗା ଭସାଇବା ପାଇଁ ସିଧାସଳଖ ବାରଣ କରାଯାଇଛି । ଗହଳି ହେଲା ମାତ୍ରେ ଦୃଢ କାର୍ଯ୍ୟାନୁଷ୍ଠାନ ପାଇଁ ନିର୍ଦ୍ଦେଶ ଦିଆଯାଇଛି । ତେବେ କୋଭିଡ ର ସ୍ଥିତିକୁ ଆଖି ଆଗରେ ରଖି SOPରେ ସ୍ପଷ୍ଟ ହୋଇଛି ବୋଲି କହିଛନ୍ତି କଟକ ଜିଲ୍ଲାପାଳ ।

କଟକରୁ ପ୍ରଭୁକଲ୍ୟାଣ ପାଲ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.