ETV Bharat / city

ଚଳିତ ବର୍ଷ କଟକରେ ହେବନି ଜଳବନ୍ଦୀ: ମେୟର

ଆଗକୁ ଆସୁଛି ମୌସୁମୀ । ବର୍ଷା ଆସିବା ଆଗରୁ କଟକ ମହାନଗର ନିଗମ ତତ୍ପରତା ଦେଖାଇଛି । ସହରରେ ଜଳବନ୍ଦୀ ରୋକିବାକୁ ପ୍ରଶାସନ ଆକ୍ସନ ମୋଡରେ କାମ କରୁଥିବା କଟକ ମେୟର ସୁବାସ ସିଂ କହିଛନ୍ତି । ଅଧିକ ପଢ଼ନ୍ତୁ

author img

By

Published : Jun 19, 2022, 1:14 PM IST

cmc prepares for monsoon in cuttack
ଏବର୍ଷ କଟକରେ ହେବନି ଜଳବନ୍ଦୀ: ମେୟର

କଟକ: ଆଗକୁ ଆସୁଛି ମୌସୁମୀ । ଜଳବନ୍ଦୀ ପାଇଁ ପୁଣି ଜନସାଧାରଣଙ୍କୁ ଘାରିବ ଚିନ୍ତା । ତେବେ ବର୍ଷା ଆସିବା ଆଗରୁ କଟକ ମହାନଗର ନିଗମ ତତ୍ପରତା ଦେଖାଇଛି । ସହରରେ ଜଳବନ୍ଦୀ ରୋକିବାକୁ ପ୍ରଶାସନ ଆକ୍ସନ ମୋଡରେ କାମ କରୁଥିବା କଟକ ମେୟର ସୁବାସ ସିଂ କହିଛନ୍ତି ।

ଏବର୍ଷ କଟକରେ ହେବନି ଜଳବନ୍ଦୀ: ମେୟର

ଚଳିତ ବର୍ଷ ଅଧିକ ମାତ୍ରାରେ ବର୍ଷା ହେବାର ସମ୍ଭାବନା ରହିଛି । ହେଲେ କଟକରେ କୌଣସି ପ୍ରକାର ଜଳ ସମସ୍ୟା ଦେଖାଯିବ ନାହିଁ। ବର୍ଷା ହେବାର 30 ମିନିଟ ମଧ୍ୟରେ ଜଳ ନିଷ୍କାସନ ହୋଇଯିବ । ଏହାଛଡା ଯେଉଁ ମୁଖ୍ୟ ନାଳ ଓ ଶାଖା ନାଳରୁ ପଙ୍କ ଉଝୁଲା କାର୍ଯ୍ୟକ୍ରମ ରହିଛି ତାହା ମଧ୍ୟ ଶେଷ ହୋଇଛି । ଯାହା ଅଳ୍ପ କିଛି ବାକି ଅଛି ତାହାକୁ ମଧ୍ୟ ଯୁଦ୍ଧକାଳୀନ ଭିତ୍ତିରେ କରାଯାଉଛି । ତେବେ ସହରରେ ଯେଉଁ ତଳିଆ ଅଞ୍ଚଳ ମାନ ରହିଛି ସେଠାରେ ପମ୍ପ ମୁତୟନ ହେବ ଯାହାଦ୍ୱାରା ବର୍ଷା ଜଳ ସଙ୍ଗେସଙ୍ଗେ ନିଷ୍କାସନ ହେବ । ଆଉ ଲୋକମାନେ ଜଳବନ୍ଦୀ ଭଳି ଅସୁବିଧାର ସମୁଖୀନ ହେବେନି ବୋଲି କଟକ ମେୟର ସୁବାସ ସିଂ କହିଛନ୍ତି।

ଇଟିଭି ଭାରତ, କଟକ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.