କଟକ: ଅନଲକ 2ରେ ଆସିଛି ନୂଆ ଗାଇଡଲାଇନ । ମଙ୍ଗଳବାର କଟକ ମହନଗର ନିଗମ ସ୍ପଷ୍ଟ କରିଛି ଏହାର ନିୟମାବଳୀ ।

ତେବେ ରାତ୍ରି କର୍ଫ୍ୟୁ ରାତି 9ରୁ ଭୋର 5 ଟା ପର୍ଯ୍ୟନ୍ତ ହୋଇଥିବାରୁ ଏଣିକି ଦୋକନ ବଜାର ରାତି 8.30 ପର୍ଯ୍ୟନ୍ତ ଖୋଲା ରହିବ । ମହାନଗର ନିଗମ ଅଧୀନରେ ଥିବା ସମସ୍ତ ଦୋକାନ ଏହି ନିୟମରେ ଜାରି ରହିବ ।

ଏହାକୁ ଯଦି କେହି ବ୍ୟବସାୟୀ ଅମାନ୍ୟ କରନ୍ତି ତେବେ ସେମାନଙ୍କ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବା ନେଇ ସ୍ପଷ୍ଟ କରିଛି ସିଏମସି ।


କଟକରୁ ପ୍ରଭୁ କଲ୍ୟାଣ ପାଲ, ଇଟିଭି ଭାରତ